ଶ୍ରୀ କୁଞ୍ଜ ବିହାରୀ ସାହୁ
"ସଅଳ ସଅଳ ହୁଅରେ ସଜ ।
ନାଇଦେ ନାଇଦେ କୁଙ୍କୁମ ଟୋପା
ଚନ୍ଦନ ଟିପାରେ ମୁହଁକୁ ସଜେଇ
ପାଦରେ ଥୋଇଦେ ଅଳତା ଠୋପା ।
ଦୂରକୁ ଠେଲିଲି ତାତିଲା ବାଆ
ଆଣିଛି ପିଲାଏ ମେଘକୁ ଡାକି ମୁଁ
ଖୁସିରେ ହସିବ ଏ ମାଟି-ମାଆ ।
ଗୀତଟି ଗାଅରେ ହରଷ ହୋଇ
ଦୋଳିଟି ଝୁଲେଇ ଖୁସିରେ ଖେଳରେ
ସାଥିଙ୍କୁ ପିଠାଟେ ଦିଅରେ ଖୋଇ ।
ମୋଅରି ସୁଆଦ ପାନଟି ଖାଆ
ନାଲିଆ ଓଠଟି ମହକି ବାସିବ
ମୋ ପାଇଁ ଗାଉଁଲି ଗୀତଟେ ଗାଆ ।"
ପିଲାଏ ହସିଲେ କିଇରି କିରି
ମନକୁ ମାରିକି ଚୁଉପ ହୋଇଲେ
କହିଲେ ରଜକୁ ଥିଇରି ଥିରି -
"ହଁ ରେ ରଜ ତୁ ଆସିଛୁ ବୋଲି
ଡର ତ ଲାଗୁଛି କେମିତି ବୁଲିବୁ
ଘରର ଦୁଆର କବାଟ ଖୋଲି !
କରୋନା ଭୁତାଣୁ ପବନେ ଉଡି
ମୋ ବାପା ଭାଇଙ୍କୁ ରୋଗରେ ପକେଇ
ମଶାଣିପଦାକୁ ଦେଇଛି ତଡି ।
ବୋଉ ଓ ଭଉଣୀ ଛାନିଆ ହୋଇ
ବୁଝେଇ କହନ୍ତି ଯାଆନା ପିଲାଏ
ରଜରେ ବାହାରେ ବୁଲିବା ପାଇଁ ।
ରଜରେ ରଜ ତୁ କରନା ଦୁଃଖ
ତୁ ତ ଆମର ବଢିଆ ପରବ
ବାଣ୍ଟିଦେ ଖୁସିରେ ସରଗ ସୁଖ ।
ଏଲ୍. ଆଇ. ଜି - ୧୫
ନୟାପଲ୍ଲୀ, ବ୍ରିଟ୍ କଲୋନୀ
ଭୁବନେଶ୍ବର ୭୫୧୦୧୨
୭୦୦୮୧ ୪୨୦୪୦/ ୯୪୩୭୯ ୨୯୮୭୯
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।