ପ୍ରକାଶ କୁମାର ଚାନ୍ଦ
ଆଜି ଯୋଉଟା ତିରିଶି ଅଛି
କାଲିକି ଥିଲା ସାତ ।
କେମିତି ଘର ଚଳିବ ଏବେ
ଗଲାଣି ଚିନ୍ତା ବଢି
ତାସାଥେ ପୁଣି ମୁଣ୍ଡ ଉପରେ
କରଜ ଅଛି ଚଢି ।।
ଆଗ ପରିକା ନାହିଁ ତ ଆଉ
ସେଭଳି ରୋଜଗାର
ସବୁଠୁ ବଡ ଅଟଇ ପରା
ଆମରି ପରିବାର ।
ଆଖିରୁ ଵହେ ଲୁହର ଧାର
ନାହିଁ ତ ଆଉ ଖୁସି
ଉଜାଡି ଦେଲା ଘର ସସାଂର
କରୋନା ରୋଗ ଆସି ।
ଦିନକୁ ଦିନ ବଢ଼ି ଗଲାଣି
ସବୁ ଜିନିଷ ଦର
ଆଗକୁ ଆଉ ହେବନି ବଞ୍ଚି
ଏବେ ଠୁ ଲାଗେ ଡର ।
ବଜାରୁ ଫେରି କହିଲେ ଅଜା
ସୁଖେଇ ଦେଇ ମୁହଁ
ସବୁ ଶୁଣିକି ଆଈ କହିଲା
ସାହା ସେ କଳାଦିଅଁ।
ମହାମାରୀରୁ ମହଙ୍ଗା ଦର
ଗଲାଣି ପରା ବଳି
ଏମିତି ଯଦି ଆଗକୁ ହୁଏ
ଆଉ ହେଵନି ଚଳି ।
ଜୟପୁର ଶାସନ ପିପିଲି ପୁରୀ
ମୋ-୯୮୫୩୩୫୪୯୩୮
୭୦୦୮୯୨୫୯୫୪


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।