ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)
ତୁଣ୍ଡବାଇଦର କବଂଧଟି ସାର
ଗୋଡ,ହାତ,ମୁଣ୍ଡ ନଥାଏ ତା'ର
ମାଦଳ ପରାୟ ଗଡି ଚାଲିଥାଏ
ନାହିଁ ଯେଣୁ କିଛି ହାରିବା ଡର।
ସମଭାବାପନ୍ନ ସଂଗେ ତାର ଭାବ
କ୍ଷୀର ସାଥେ ଯେହ୍ନେ ନିରୋଳା ନିର,
ମୁଣ୍ଡ ଥିବା ନର ପାଶ ନପଶଇ
ଅହିକୁ ଯେମନ୍ତ ନକୁଳ ଡର।
ନପରଖି ସତ୍ୟ ଗୁଜବ ପ୍ରଚାର
କରି ସୁଖପାଏ ଯେଉଁ ପାମର
ସଭିଙ୍କ ଅହିତ କରୁଥାଏ ସିଏ
ନଭାବି କେ'ନିଜ କିଏସେ ପର।
ସ୍ମଶାନେ ମାଦଳ ଗଡଇ ଅନ୍ଧାରେ
ସମାଜେ ସେମିତି ଗୁଜବକାରୀ
ଅଜ୍ଞାନ ଅନ୍ଧାର ସାହଚର୍ଯ୍ୟ ଲଭି
ବୁଦ୍ଧି ବିବେକକୁ ଦିଅନ୍ତି ସାରି।
କୁଆ ପରି ଛୁଆ ଆକାଶେ ଉଡିବା
ନୁହଁଇ କଦାପି ସମ୍ଭବପର
ବେଳ ଥାଉଥାଉ ଏକଥାଟି ହେଜି
ଗୁଜବକୁ କର ଦୂରୁ ଜୁହାର।।
----- ★★★---------
ହରସିଂହ ପୁର,ପୀରହାଟ ବଜାର
ଭଦ୍ରକ,ଓଡିଶା-୩୧
ମୋ:୯୯୩୭୫୪୮୪୩୧,୯୪୩୮୬୭୦୧୨୦
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।