12/31/2021

ଗରିବ ମାଆର ସମ୍ମାନ

ସ୍ମିତା ରଥ
ଅନ୍ତର ମଧ୍ୟରେ କରୁଛି ବିଳାପ
ସୁଖ ଭରା ମନେ, ଦୁଃଖ ଅଳପ ।।
କନ୍ୟା ସନ୍ତାନର ଗରିବ ମା ଆଜି
ଚିନ୍ତା କେତେ କରେ, ଭାବୁକଟେ ସାଜି ।।
ଖୁସି ଆଜି ସିଏ, ସନ୍ତାନ ଆସିଛି
ବାତ୍ସଲ୍ୟ ମମତା, ମନରେ ଛୁଟୁଛି  ।।
କିନ୍ତୁ...
ଝିଅ ଜନମରେ , ଅନାଦର ଭାବ
ଦେଖାନ୍ତି ସ୍ୱରୂପ, ଖରାପ ସ୍ଵଭାବ 
ଅଶିକ୍ଷିତ ମନ, ଅଭାବି, ଅଜ୍ଞାନ
ଘୋଡେ଼ଇ ରଖନ୍ତି, ପ୍ରକାଶ ର ଜ୍ଞାନ ।।

ସେମାନେ ନ ବୁଝି, ହତାଦର କରି
ଅପମାନ ଜ୍ଵାଳା, ଭରିଦେଇ ଥିରି
ମନ ଓ ହୃଦୟ, ମାଆ ର ଭାଙ୍ଗନ୍ତି
ପ୍ରତିଟି କାର୍ଯ୍ୟରେ ଝିଅ କୁ ନିନ୍ଦନ୍ତି ।।

କେମିତି ଝିଅ କୁ ଯୋଗ୍ୟା ସେ କରିବ ?
ଲୋଲୁପ ଦୃଷ୍ଟି ରୁ ଲୁଚାଇ ରଖିବ ?
ବିଭିନ୍ନ ରଙ୍ଗରେ ଢଙ୍ଗରେ ସମାଜ
ପାଖେଇ ଝିଅର,ଚାହେଁ ତା ସାନ୍ନିଧ୍ୟ ।।
କେତେ କଥା ମାଆ ଭାବି ଯାଉଥିଲା
ଝିଅର ମୁହଁ କୁ ଚାହିଁ ରହିଥିଲା
କୋମଳ ହାତର, ପାଦର ଛୁଆଁରେ
ଦେହ ମନେ ଦିବ୍ୟ ଶକ୍ତି ପ୍ରକଟିଲା
ସ୍ତ୍ରୀ ସେ ଥିଲା ,ଆଜି ମାଆ ସେ ଝିଅର
ପରିଚୟ ତାର ,ଅପୂର୍ବ ଶକ୍ତିର
କିଛିକ୍ଷଣ ମଧ୍ୟେ, ମାଆ ସେ ପାଲଟି
ନୁଆ ରୂପେ ଅବତରି ସେ ଆସିଛି
ହୃଦୟରେ ତାର ଦୃଢ଼ତା ଭରିଛି
ସତେ ଦେବୀଶକ୍ତି ପାଇ ବସିଛି !!

କଞ୍ଚା ବୟସରୁ ଏମିତି ଗଢ଼ିବ,
ଝିଅ କୁ ନିଡ଼ର ସାହାସୀ କରିବ ।।
ଉଚିତ୍ ଶିକ୍ଷା ଓ ସଂସ୍କାର ସାଥେ,
ସମ୍ମାନେ ବଞ୍ଚିବା ଶିଖାଇ ଦେବ ।।
ଦୁର୍ଗାଙ୍କ ସ୍ମରଣେ ମୁଣ୍ଡିଆ ମାରିଲା 
ଦେବୀ କୃପା କର, ମନରେ ବୋଇଲା ।।

ହଠାତ୍ କାହାର ହାତର ସ୍ପର୍ଶ ରେ
ନିଦରୁ ଉଠି ସେ ଆଖି ମଳିଲା
ମା' ମା' ବୋଲି ଝିଅ ତା ଡାକୁଛି
ନୌସେନା ଅଧିକାରୀ ପୋଷାକ ପିନ୍ଧିଛି
ଧୋବ ଫରଫର, ପୋଷାକ ସହିତ
ମହାନ୍ ଦେଶର, ତ୍ରିରଙ୍ଗା ଧରିଛି ।।

ତାକୁ ଦେଖି ଲୁହ , ଜକେଇ ଆସିଲା 
କିନ୍ତୁ ଆଜି ଲୁହ, ଆନନ୍ଦର  ଥିଲା
ଗର୍ବିତ ମାଆ ର ଉଦଯୋଗୀ ସନ୍ତାନ
ସମସ୍ତ ଙ୍କ ପାଇଁ ସେ ଉଦାହରଣ
ଜନ୍ମିତ ମାଆ ଓ ଭାରତ ମାତା ର
ସେବାରେ ଉତ୍ସଗ ଝିଅଟିର ମନ
ଦେଶ ଓ ଜାତିର ରଖି ସବୁ ମାନ
ଝିଅଟି ଆଜିର ଦେଶର ସମ୍ମାନ  ।।

ଗର୍ବିତ ମାଆ ର ଉଦଯୋଗୀ ସନ୍ତାନ
ଝିଅଟି ଆଜିର ଦେଶର ସମ୍ମାନ
ପାଲଟଣା ପାଣି-ଜାହାଜ "ତରଣୀ"
ସାହାସେ ସେ କଲେ ଭ୍ରମଣ ପୃଥିଵୀ
ଛଅ ଜଣ ନାରୀ  ନୌସେନା ଅଧିକାରୀ
  ଶକ୍ତି  ପ୍ରଦର୍ଶନେ, ଏକତ୍ରିତ ହୋଇ 
ଗୋଆ ରୁ ବାହାରି ଦେଶ ଅଷ୍ଟ୍ରେଲିଆ, 
ନ୍ୟୁଜଲାଣ୍ଡ, ସାଥେ ସାଉଥ୍ ଆଫ୍ରିକା
ସମୁଦ୍ର ପଥରେ ଆଗେଇ ଚାଲିଲେ
ମରିସସ୍ ଛୁଇଁ ପ୍ରତ୍ୟାବର୍ତ୍ତନ କଲେ ।।

"ନାବିକ ସାଗର ପରିକ୍ରମା" ନାମେ
ଛଅ ଜଣ ନାରୀ ବିନା ସାହାଯ୍ୟ ରେ
୨୫୪ ଦିନ ଓ ରାତି  ୨୧,୬୦୦ ମାଇଲ ବୁଲି
୬୦ ନଟ୍ ଶକ୍ତ ପବନ, ୨୧ଫୁଟ ଉଚ୍ଚ ଲହଡ଼ି
ବିପଦ ଆପଦ ସମସ୍ତ ସମ୍ଭାଳି
ସମଗ୍ର ପୃଥିବୀ ପରିକ୍ରମା କରି
ନିଜର ସୁରକ୍ଷା କରିବା ସାଙ୍ଗରେ
ଦେଶର ସୁରକ୍ଷା ଦ୍ୱାୟିତ୍ଵ ବହନେ
ଶକ୍ତି ଓ ସାହାସ ପରିଚୟ ଦେଇ
ଦୃଢ଼ ଇଚ୍ଛାଶକ୍ତି ମନୋଭାବ ନେଇ
ଛଅ ଜଣ ନାରୀ ଏକତ୍ରିତ ହୋଇ
ସାଜିଲେ ଦୃଷ୍ଟାନ୍ତ ଦେଶ ଜାତିପାଇଁ
ପୁରା ସମଦ୍ରକୁ ନିଜେ ଲଂଘିଗଲେ
ପତକା ତ୍ରିରଙ୍ଗା ଉଡାଇ ଚାଲିଲେ
ଭାରତ ମାଆ ର ବିଶ୍ବ ଦରବାରେ
ସ୍ୱର୍ଣ୍ଣ ଅକ୍ଷରରେ ନାମ ଲେଖିଦେଲେ।।

ଛଅ ଜଣ ମଧ୍ୟେ ସେ ଜଣେ ଥିଲେ
ଦେଶ ବିଦେଶ ରେ ନାମ କରିଗଲେ
ଗରିବ ମା' ର ସେ ଉଦଯୋଗୀ ସନ୍ତାନ
ଝିଅଟି ଆମର ଦେଶ ର ସମ୍ମାନ   ।।
ନୂଆଦିଲ୍ଲୀ
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।