ସୁରଥ କୁମାର ରାଉତ
=================
ଛୋଟ ମୋର ଗାଆଁ ଭୁଗୋଳ ପୋଥିରେ
ନଥାଉ ପଛେ ତା' ନାଆଁ
ହସ ଖୁସି ଭରା ଆନନ୍ଦ ଉଲ୍ଲାସେ
ଫାଟି ପଡେ ମୋର ଗାଆଁ।
ଅଙ୍କାବଙ୍କା ହୋଇ ବହିଯାଏ ନଈ
କୁଳୁକୁଳୁ ନାଦ କରି
ଗାଆଁ ପରିବେଶ କେତେ ଯେ ସୁନ୍ଦର
ଦିଏ ସେ ଆନନ୍ଦ ଭରି ।
କୃଷକ ଭାଇଟି ସକାଳୁ ସକାଳୁ
ହଳ କରିବାକୁ ଯାଏ
କୃଷି କାର୍ଯ୍ୟ ସାରି ସଅଳ ସଅଳ
ଘରକୁ ତ ଫେରିଥାଏ।
ପଶ୍ଚିମ ଆକାଶେ ଡୁବିକେ ସୁରୁଜ
ସଞ ଆସେ ନଇଁ ନଇଁ
ଗାଆଁ ମନ୍ଦିର ରେ ଘଣ୍ଟ,ଘଣ୍ଟି ଶବ୍ଦେ
ଫାଟି ପଡୁଥାଏ ଭୂଇଁ।
ଗାଆଁ ଲୋକମାନେ ଭିଡ ତ ଜମାନ୍ତି
ଗାଁ ଭାଗବତ ଟୁଙ୍ଗୀ ରେ
ଭଗବତ ଗାନ ଶୁଣିକି ପବିତ୍ର
ମନ ହୁଏ ଆନନ୍ଦରେ।
ପରସ୍ପର ମଧ୍ୟେ ସ୍ନେହ ଚାଲିଥାଏ
କଜିଆ ହୁଏନି କେବେ
କଳି ସମାଧାନ ହୋଇଗଲା ପରେ
ସଂପର୍କ ସୁଦୃଢ ତେବେ।
ମିଳିମିଶି ସର୍ବେ ଚଳିଥାନ୍ତି ଏଠି
ପରସ୍ପର ଆନନ୍ଦରେ
ସବୁ ଭେଦଭାବ ଭୁଲି କି ସରବେ
ଚଳନ୍ତି ଖୁସି ମନରେ।
ମୋ ଗାଁ ପରିବେଶ ମୋ ପାଇଁ ସୁନ୍ଦର
ଅଟଇ ପରା ଜନନୀ
ସେଇ ଜନନୀର ସୁରକ୍ଷା କରିବି
ତାକୁ କେବେ ଭୁଲିବିନି।
====<============
ବନ୍ଧୁପୁର , ସମିତଙ୍ଗା , କଟକ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।