ପୁଷ୍ପଲତା ମିଶ୍ର
ଭିଡ଼ି ନେବ ତୁମ ଠାରୁ ସବୁ ତ ପଇସା l l
ପାନ ବିଡ଼ି ସିଗାରେଟ ଅଳପ ପାଉଣା ,
ସରିଯିବ ସବୁ ଧନ ରଖିବନି ଅଣl l l
ମଦ ଖାଅ ବାବୁ ମଦ ନ ଖାଉ ତୁମକୁ,
ହିନସ୍ତl ହୋଇବେ ଧନ ପାରିବାର ସବୁ l l
ଗୁଟୁଖl ଖାଅ ନି ଭାଇ ସାପ ର ଜହର,
ବିଷ ଜ୍ଵଳେ ଛଟ ପଟ ହୋଇବ ଶରୀର l l
ଧୂଳି ଗୁଣ୍ଡି ଗୁଦଖୁ କୁ ଦୂର ରୁ ଜୁହାର ,
ଟାଣି ନେବ ତୁମକୁ ସେ ରୋଗ ର ଦୁଆର l l
ନିଶା କୁ କରନି ପେଶା ଯୋଡୁ ଅଛି ହାତ,
ନିରୋଗ ରହିଲେ ଆମେ ସୁଧୁରେ ଜଗତ l l
ରହିଲା ମୋହରି ରାଣ ନିଶାକୁ ଛାଡ଼ିବା,
ସର୍ବେ ମିଶି ନିଶା କୁ ଆମେ ତଡି ଦେବା l l
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।