ଦୁଷ୍ମନ୍ତ ସାହୁ
ସଚରାଚର ଜଗତ,
ଜଗତ ମଧ୍ୟରେ ଛୋଟ ବଡ ଜୀବ
ରହିଛନ୍ତି ଯେ କେତେ ତ "
ଜୀବଜଗତର ଶ୍ରେଷ୍ଠ ଜୀବ ବୋଲି
ହେଲା ସ୍ରଷ୍ଟାଙ୍କର ସ୍ୱୀକୃତି,
ସେହି ଦିନଠାରୁ ଶ୍ରେଷ୍ଠ ଯେ ହୋଇଲା
ପାଇ ସ୍ରଷ୍ଟାଙ୍କ ଅନୁମତି "
ଜୀବମାନଙ୍କର ଯାହା ଆବଶ୍ୟକ
ଦେଇଅଛି ଯେ ପ୍ରକୃତି,
ତଥାପି ମନୁଷ୍ୟ ଏଡ଼େ ଅଵିଵେକୀ
ଛାଡୁ ନାହିଁ ତା ପ୍ରକୃତି "
ଈଶ୍ୱର ନିନ୍ଦିଣ ପାପ ଅରଜିଣ
ନର୍କକୁ କରେ ନିମନ୍ତ୍ରଣ,
ବେଳ ଥାଉ ଥାଉ ସତର୍କ ନହେଲେ
ବୁଡି ଯିବ ଭେଳା ପୁଣ "
ସଦାଯେ ସର୍ବଦା ରୋଗରେ ପୀଡିତ
ହୋଇଥାନ୍ତି ଯେଉଁମାନେ,
ଜୀବନେ ବହୁତ କଷ୍ଟ ଯେ ଭୋଗନ୍ତି
ଭାବୁଥାନ୍ତି ମନେ ମନେ "
ଜାତି, ପ୍ରେମ, ବହ୍ନି ଭେଦ ଭାବ ଭୁଲି
ସ୍ୱାର୍ଥକୁ ଦିଅ ଆହୁତି,
ଜଗତର ହିତ କରିବାରେ ଭାଇ
ଛାତିକୁ ଫୁଲାଇ ଛାତି "
ଅର୍ଥ ଲାଳସାର ବଶବର୍ତ୍ତୀ ହୋଇ
ଅନ୍ୟାୟ କରିବ ନାହିଁ,
ଅନ୍ୟାୟ କରିଲେ ଜଗତ ମଧ୍ୟରେ
ଜୀବନ ସାର୍ଥକ ନାହିଁ "
ପିତା ମାତାଙ୍କର ସେବା କରୁଥିବ
ଭାବି ଚଳନ୍ତି ଠାକୁର,
ନହେଲେ ଜୀବନ ସାର୍ଥକ ହେବନି
ପାଉଥିବ ତିରସ୍କାର "
ପରର ପତ୍ନୀଙ୍କୁ ଅନ୍ୟର ଝିଅକୁ
ଆସକ୍ତ ହେବନି ମନେ,
ଏକ ପତ୍ନୀ ବ୍ରତ କରିବ ଜୀବନେ
ରଖିଥିବ ସଦା ମନେ "
ପର ପୁରୁଷଙ୍କୁ ଆସକ୍ତି ହେବନି
ଚିନ୍ତା କରିବନି ମନେ,
ଏକ ସ୍ୱାମୀ ବ୍ରତ ଜୀବନେ କରିବ
ଜ୍ଞାନ ପାଇବ ଜୀବନେ "
ଦଶରଥ ସୂତ ରାଜା ରାମଚନ୍ଦ୍ର
ଏକ ପତ୍ନୀ ବ୍ରତ କଲେ,
ଜଗତ ମଧ୍ୟରେ ମର୍ଯ୍ୟାଦା ପୁରୁଷ
ନାମ ଯେ ବୋଲାଇଲେ "
ମାତା ସୀତାଙ୍କର ଏକ ସ୍ୱାମୀ ବ୍ରତ
ଜଗତ ମଧ୍ୟରେ ସାର,
ଜଗତ କହିଲା ସତିଯେ ହୋଇଣ
ରଖିଥିବ ଯେ ନଜର "
ପରର ଯେ ନିନ୍ଦା ପରର ଯେ ଚର୍ଚ୍ଚା
କରି ଆନନ୍ଦ ଯେ ପାଏ,
ସବୁଠୁ ହାରାମି ବେଇମାନ ଅଟେ
ଜୀବନେ ସେ କଷ୍ଟ ପାଏ "
ଜଗତର ହିତ କରିବା ପାଇଁକି
ଆଦର୍ଶ ଓ ତ୍ୟାଗ କର,
ନହେଲେ ଜୀବନ ସାର୍ଥକ ହେବନି
ପାଇବନି ଉପଚାର "
କୋଟି ଜନମର ତପସ୍ୟା ବଳରେ
ହେଲ ମନୁଷ୍ୟ ଜନମ,
ଜୀବନର ମୂଲ୍ୟ ବୁଝିବା ପାଇଁକି
କରିବ ସତ କରମ "
ସାଧୁ ସନ୍ଥଙ୍କର ସେବାଯେ କରିବ
ରଖି ଅଟଳ ବିଶ୍ୱାସ,
ଅନ୍ୟର ଅନିଷ୍ଟ ଭାବିବନି କେବେ
ହୃଦେ ରଖି ଦୃଢ଼ ବିଶ୍ୱାସ "
ଛୋଟ ବଡ଼ ଭେଦ ଭାବ ନକରିବ
ଅନ୍ୟକୁ ଦେବନି କଷ୍ଟ,
ନହେଲେ ଆତ୍ମା ଯେ କ୍ଷମା କରିବନି
ଭାବିବେ ସମସ୍ତେ ଦୁଷ୍ଟ "
ଗୀତା ଭାଗବତ ଶାସ୍ତ୍ରଯେ ପୁରାଣ
ବିଶ୍ୱାସ ରଖିବ ହୃଦେ,
ଜଗତର ନାଥ ଜଗତ ଠାକୁର
କହିଛନ୍ତି ପଦେ ପଦେ "
ମହାପୁରୁଷଙ୍କ ଭବିଷ୍ୟ ବାଣୀକୁ
ମିଥ୍ୟା ଯେ ଭାବିବ ନାହିଁ,
ଜଗତର ହିତ କଲ୍ୟାଣ ନିମନ୍ତେ
କାର୍ଯ୍ୟରେ ଲଗାଅ ତହିଁ "
ନୀତି ଭଜୁଥିବ ହରିହର ନାମ
ଅଗାଢ଼ ବିଶ୍ୱାସ ରଖି,
ତେବେ ଯାଇ ସିନା ସାର୍ଥକ ହୋଇବ
ଶ୍ରେଷ୍ଠ ଜୀବନକୁ ଦେଖି "
ଯୁଗେ ଯୁଗେ ଧର୍ମ ଜୀବିତ ରହଇ
ଅଧର୍ମ ବିନାଶ ପାଇଁ,
ଧର୍ମ ନାମରେ ଯେ ଭଣ୍ଡାମୀ କରନି
ତୁଷ୍ଟ ହେବେ ରଘୁସାଇଁ "
ଅଧର୍ମର ବିତ୍ତ ବଢ଼ଇ ବହୁତ
ଅଧର୍ମ କାର୍ଯ୍ୟ କରିଲେ,
ସୁଧ ମୂଳ ସହ ଯିବରେ ଏକତ୍ର
ଧର୍ମକୁ ହୃଦେ ନଚିନ୍ତଲେ "
ନିଜର ପ୍ରଂଶସା ନିଜେ ନକରିବ
ବଳ ପ୍ରୟୋଗ କରିଣ,
ଅର୍ଥ କ୍ଷମତାର ବଶବର୍ତ୍ତୀ ହୋଇ
ରଖିବ ସାମାଜିକ ଗୁଣ,
ଅକାରଣେ ଦାନ କରିଲେଟି ଭାଇ
ସେ ଦାନ ମୂଲ୍ୟହିନ ଜାଣ "
ଅନ୍ୟଠୁ ପାଇବା ଆଶାଯେ ନରଖି
ହୃଦେ ନଭାବିବ କେବେ,
କପାଳରେ ଯାହା ଲେଖାଥିବ ସତେ
ପାଇବ ନିଶ୍ଚେ ସରବେ "
ବସି ଯେ ଖାଇଲେ ନଈବାଲି ସରେ
ଏକଥା ସତ୍ୟ ପ୍ରମାଣ,
ସୁକର୍ମ କରିଣ ରୋଜଗାର କର
ପରିବାର ପୋଷ ଯାଇଣ "
ଵିଵେକୀ ମନୁଷ୍ୟ ସଦାଯେ ସର୍ବଦା
ନତମସ୍ତକରେ ଥାଏ,
ବିପଦ ବେଳରେ ବିବେକ ଖଟାଇ
ଉପଦେଶ ଦେଇଥାଏ "
ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ଥାଏ
ବିଜ୍ଞାନ ପ୍ରମାଣ କରେ,
ଠିକ ସେହିଭଳି କର୍ମ ପ୍ରତିକ୍ରିୟା
ଜୀବନକୁ ଠିକ କରେ "
ଉପରୋକ୍ତ କଥା ଗୁଡିକ ମାନିଣ
ଚଳିଲେ ଜଗତେ ଭାଇ,
ମନୁଷ୍ୟ ଜନମ ସାର୍ଥକ ହେବ ଯେ
ଜଗତେ ପ୍ରଂଶସା ପାଇ "
ନହେଲେ ଜୀବନ ବୃଥା ଯେ ହୋଇବ
ସାର୍ଥକ ହେବନି ଜନ୍ମ,
ବେଳ ଥାଉ ଥାଉ ସତର୍କ ହୋଇବା
ପାଇବା ମନୁଷ୍ୟ ଜନ୍ମ "
ନହେଲେ ନରକେ ଘାଣ୍ଟି ଯେ ହୋଇବ
ବିଧିର ବିଧାନ ଅଟେ,
ଜଗତର ନାଥ ହୃଦୟେ ସୁମରି
ଯମକୁ କରେ ଆକଟେ "
ଗ୍ରା /ପୋ -ବାରଗୌଣିଆଁ, ଥାନା -ବନ୍ତଳା,
ଜିଲ୍ଲା -- ଅନଗୁଳ, ମୋବାଇଲ -7735826500

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।