କଲ୍ୟାଣୀ ହୋତା
ନାରିଗାଁ ଟି ମୋର ,ଆହା କି ସୁନ୍ଦର (୧୨ ଅକ୍ଷର)
ଦିଶେ କେଡ଼େ ମନୋହର (୮ ଅକ୍ଷର)
ତା ଦେହ ର ମାଟି ବହନ କରିଛି
ଅଳି ଅରଦଳି ମୋର
ତା ଆମ୍ବତୋଟା ର ଅଭୂଲା ମିଠା କୁ
ଭୂଲି ପାରିବ କି ,କିଏ ?
ପୋଖରୀ ତୁଠ ର ଆତ୍ମୀୟ ଶାନ୍ତି କୁ
ଧାରଣ କରିଛି ସିଏ
ନାରିଗାଁ ଟି ମୋର ......
ବଣ ଜଙ୍ଗଲର ଆଢୁଆଳ ରେ
ସବୁଜ କ୍ଷେତ ର ସାଥେ
ମୋ ସ୍ଵେଦଟୀକା କି ,ତା ରକତବିନ୍ଦୁ
କୋଳ ରେ ପାଳିଛି ମୋତେ
ଖେଳକୁଦ ଆଉ ଦୁନିଆ ଜଞ୍ଜାଳ
ସହିଛି ମଥାକୁ ନଇଁ
ତା ଦେହେ ଥାପିଛି ଆଦିପାଦ ମୋର
ତା ମୋହ ଭୂଲିବି ନାହିଁ
ନାରିଗାଁ ଟି .....
ତା ପକ୍ଷୀରାବ ର ଗୁଞ୍ଜନ ମୋତେ
ପାଗଳ କରିଛି ଆଜି
ଥାଉ ପଛେ କୋଟି ସୈାଖିନ ସୁଖ
ଝୁରୁଛି ସବୁକୁ ତେଜି
ତା ନଦୀତଟ ର କୂଳୁକୂଳୁ ନାଦ
ଭାବିନୀ ନୂପୁର ଗାନ
ବର୍ଷା ରାତିର ଦର୍ଦ୍ଦୁର କ୍ରନ୍ଦନ
ଶୁଣିବାକୁ ଛନଛନ
ନାରିଗାଁ ଟି.....
ନିସ୍ତବ୍ଧ ଗାଁ ର ମୈାନ ପ୍ରତିବିମ୍ବ
ହରିନେବ ମୁନିମନ
ରୂପେଲି ଛାୟା ର ତନ୍ଦ୍ରାଲୋକେ
ଶଶାଙ୍କ ଙ୍କ ଆଗମନ
ନାରିଗାଁ ନୁହେଁ ସେ ଅଟେ ଦେବଭୂମି
ଚିର ଯୋଗ୍ୟ ବନ୍ଦନୀୟା
ଇତିହାସେ ସଦା ରହିବ ଅମର
ଗ୍ରାମଦେବୀ ହେବେ ସାହା ।।
ପାରାବେଢା,ଶ୍ରୀରାମ ନଗର, ଜୟପୁର
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।