କ୍ଷୀରୋଦ୍ର ସାହୁ
କୁଆଁ କୁଆଁ ରାବେ ଜନମି ଯେ' ଠାବେ
ସେହି ତ ମୋ ଗାଆଁ
ଭୋଗଲ ପୋଥିରେ କୋୖଣସି ପୃଷ୍ଠାରେ
ନାହିଁ ଯାହାର ନାଁ ।।
ସହର ନୁହଁଇ ସେହି ପଲ୍ଲୀ ଭୂଇଁ
ସ୍ୱର୍ଗ ଶୋଭାବଳୀ
ଜାତି ଜାତି ନର ନୁହଁ କେ ' ପାତର
ସର୍ବେ ସମ ଭଳି ।।
କୁକ୍କୁଟ ରାବିଲେ ନିଶି ବାଟ ଖୋଲେ
ଖେଳଇ ଗ୍ରାମରେ
ଆଲୋକର ପର୍ବ ଜାଗନ୍ତି ସରବ
ଖୁସି ମନ ଭରେ ।।
ହସିଲେ ତପନ ସୁନେଲି କିରଣ
ବିଞ୍ଚେ କେତେ ହର୍ଷ
କୃଷକ ବାପୁଡ଼ା ତା ଗୁହାଳ ଗୁଡା
ଫିଟାଏ ସରସ ।।
ଶାନ୍ତି ପ୍ରେମ ପ୍ରୀତି ସରଳ ଭାବାଦି
ଛନ୍ଦ କୁଟ ନାହିଁ
ବାର ମାସେ ତେର ପର୍ବ ସରାଗର
ପାଳି ଥାଉଁ ତହିଁ ।।
ରଥଯାତ୍ରା ଗୋଟି ବିଶେଷ ହୁଏଟି
ଗ୍ରାମ ମଝି ଦାଣ୍ଡେ
ଜୟ ଜଗନ୍ନାଥ ଧ୍ବନିରେ କମ୍ପିତ
ହୁଏ ସର୍ବ ତୁଣ୍ଡେ ।।
ସୁନା ବିଲ ଖେତ ଫସଲ ବହୁତ
ଗାଏ କେତେ ଗାଥା
ସେହି ଗାଥା ସ୍ରୋତ ଶିରୀ ଅବିରତ
ପ୍ରଦର୍ଶେ ମର୍ଯ୍ୟାଦା ।।
ତରୁ ବୃକ୍ଷ ଲତା ଗଳ୍ମାଦି ବିବିଧା
ମାଟି ଯା ' ଉର୍ବର
ମୋ ଗାଆଁ ସମ ଆଉ କେଉଁ ଧାମ
ଅଛି ସେ କ୍ଷେତର ?
ହୃଷିକେଶ - ଉତ୍ତରାଖଣ୍ଡ
୯୫୪୮୭୨୩୯୩୨
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।