12/31/2021

ବର୍ଷାପ୍ରେମ

ଅନୀଲ କୁମାର ପ୍ରଧାନ

ଧୂଆଁ ଆକାଶରେ                                                  ଧବଳ ମେଘରେ
ଲୁଚିଯାଏ ଚାନ୍ଦ ମୁଖ
ପ୍ରିୟତମା ପାଖେ
ପ୍ରେମରଙ୍ଗ ମାଖେ
ଶୀତ ଲାଗେ ବଇଶାଖା

ଚପଳା ଚମକେ

ଅନ୍ଧକାର ଚିରି

ଘଡ଼ଘଡ଼ି ସାଥେ
       ବାରିଧର ଝରି

ରାତି ବଢ଼ିଯାଏ
ତାତି ହସୁଥାଏ
  ଅନେକ ଆଶାକୁ ଧରି
ତ୍ରିଦିବ ସଜାଏ
ଦମ୍ଭୋଳି ଛାଡ଼ି
  ଆଦିତେୟ ସ୍ୱର ଭରି ll

ମହାଲିକପଡା ,ବୌଦ୍ଧ
762020

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।