ଆସକ୍ତିର ବୁଢୀଆଣୀ ଜାଲ
ଛନ୍ଦି ଅଛି ତାଳୁରୁ ତଳିପା
ମୁକ୍ତିର ପଥ ମିଳେ ନାହିଁ
ଆହେ ଦୟାମୟ କର ବାରେ କୃପା।
କୀଟ ଠାରୁ ବ୍ରହ୍ମ ସଭିଏଁ ଆସକ୍ତ
ମରତ ଭୂଇଁ ରେ ପରା
ଏ ଘୋର ସଂସାରେ ଚାଲିବାକୁ ହେବ
ପଥ ତ ଅଟେ ଅସରା।
ସ୍ନେହ ରୁ ଆସକ୍ତି ହୋଇ ଥାଏ ଜାତ
ବସା ବାନ୍ଧି ମନେ ରହେ
ଆସକ୍ତି ରେ ଅନ୍ଧ ହୋଇଗଲେ ଥରେ
ଦୁଃଖ ର ବତାସ ବହେ।
ଆସକ୍ତି ର ରଙ୍ଗ ଲାଗିଗଲେ ଥରେ
ବାଟୋଇ ଭୁଲଇ ପଥ
ସୁଖର ସରଣୀ ବାଟ ଭାଙ୍ଗି ଯାଏ
ଅଟକେ ଜୀବନ ରଥ।
ଆସକ୍ତି ବୁଝେନା ଭଲ ଅବା ମନ୍ଦ
ଧ୍ୱଂସ ଆବାହନ କରେ
ମହାଭାରତ ର କରୁଣ ଗାଥା
ଆସକ୍ତି ର ପଥ ପରେ।
ଆସକ୍ତି ର ସ୍ୱର ଅଟେ ଭୟଙ୍କର
ସ୍ନେହ ପ୍ରେମ ଯେ ଅମୃତମୟ
ସଂସାର ହିତେ ସ୍ନେହ ପ୍ରେମ ଲୋଡା
ଆସକ୍ତି ଯେ ବିଷମୟ।
ଅନ୍ଧକାରମୟ ଆସକ୍ତି ରେ ଭରା
ଜୀବନେ ଜଞ୍ଜାଳ ଘୋର
ତୀକ୍ଷ୍ଣ ଖଡ୍ଗ ଧାରେ ଚାଲିବାକୂ ହେବ
ଈଶ୍ଵର ଙ୍କୁ ଆଶ୍ରା କର।
ଆସକ୍ତି ବିହୀନ ଜୀବନ ଜୀଇଁବା
ପଦ୍ମ ପତ୍ରେ ଜଳ ପ୍ରାୟ
କର୍ମ କରିଯିବା ଫଳ ସର୍ମପିବା
ବିଭୁ ପଦେ କରି ଲୟ।
ମୁଗ୍ମ ମାନସ ସ୍ନିଗ୍ଧ ହୋଇବ
ବିଭୁ ଙ୍କ ଆଶ୍ରିତ ହେଲେ
ଆସକ୍ତି ର ଅମା ଦୂରିଭୂତ ହେବ
କାଳିଆ କରୁଣା କଲେ।
ଚିନ୍ତା ଚେତନା ରେ ଅନ୍ତର୍ଯ୍ୟାମୀ ଚିନ୍ତି
କାର୍ଯ୍ୟ କଲେ ଅବହେଳେ
ଆସକ୍ତି ହାରିବ ଶାଶ୍ଵତ ଜିତିବ
ଦୁଃଖ ମିଳିବନି ତିଳେ।
ଚେତନା କୁ ବାରେ ଜାଗ୍ରତ କରିବା
ଆସକ୍ତି ହୋଇବ ଦୃର
ଆନନ୍ଦେ ବିତିବ ଏ ଅଳୀକ ଜୀବନ
ଭୂଲିବା ଆପଣା ପର।
ଟ୍ରାଇଡେଣ୍ଡ୍ ଇଂକଲେଜ
ଭୂବନେଶ୍ଵର
୮୨୪୯୬୮୯୧୦୧

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।