ଦ୍ବାରିକାନାଥ ଦାଶ
ବଜ୍ର ପଡ଼ିବ ନିଶ୍ଚୟ ଘର ଦ୍ଵାର , ପ୍ରାଣ , ତରୁ ଜଳିଗଲେ
ନଭର କି ଦୋଷ କୁହ ? (୧)
ଧାରା ଶିରାବଣ ମୂଷଳ ବର୍ଷା ରେ
ନଦୀ ରେ ବନ୍ୟା ବଢଇ
ଗାଁ,ଗଣ୍ଡା,ଧନ, ଜୀବନ ଭାଷିଲେ
ଶ୍ରାବଣ ର ଦୋଷ ନାହିଁ (୨)
ଭୋକ କି ଜାଣିବ ପିତା କି ଲୁଣିଆ
ନିଦ କି ଜାଣଇ କଣ୍ଟା
ପ୍ରଣୟ ପିରତି ଦୋଷ ଦେଖେ ନାହିଁ
ବେଶ୍ୟା କି ଜାଣିବ ଖୁଣ୍ଟା (୩)
ବିଧାତା ଇଛାରେ ଉଚ୍ଚ ବୃକ୍ଷ ପରୁ
ଫଳ ଝଡ଼ି ଫଳ ଧରେ
ତରୁ ର କି ଦୋଷ ତା'ର ଫଳ ଯଦି
ଝଡ଼ି କେହି ନର ମରେ (୪)
ଗୋଟିଏ ମା"ର ଦୁଇଟି ସନ୍ତାନ
ଜଣେ ସାଧୁ ଜଣେ ଚୋର
ମା"ର କି ଦୋଷ ସଂସ୍କାର ତ ଏକା
ଦୋଷ ତା ପୂର୍ବ ଜନ୍ମ ର (୫)
ପତିବ୍ରତା ନାରୀ ସ୍ୱାମୀ ସେବାକରି
ଲଭେ ମନରେ ସନ୍ତୋଷ
ଆୟୁଷ ପୁରିଲେ ସ୍ୱାମୀ ଯଦି ମରେ
ସିନ୍ଦୂର ର କିବା ଦୋଷ?(୬)
ଦୁମୁ ଦୁମୁ କରି ରାସ୍ତା ରେ ଚାଲିଲେ
ଖାଲ ଢିପ ନ ଦିଶଇ
ଝୁଣ୍ଟି ପଡି ଅଙ୍ଗ ରକ୍ତାକ୍ତ ହୋଇଲେ
ପଥ ର କି ଦୋଷ ଥାଇ?(୭)
ବାପ ଲାଗି ପୁଅ ବାଳୁଙ୍ଗା ହୁଅଇ
ଝିଅ ଲାଗି ମା'ଦାୟୀ
ବାପ ମଦ୍ୟପ,ମା'ଦୋଚାରୁଣୀ ହେଲେ
ଛୁଆ ଙ୍କର ଦୋଷ କାହିଁ?(୮)
ମରମ ବେଦନା ଅନ୍ତରେ ଘାରିଲେ
ହୃଦୟ ରୁ ଉଠେ କୋହ
ନୟନୁ ଲୋତକ ଝରି ଯାଏ ଯଦି
ଆଖିର କି ଦୋଷ କୁହ?(୯)
ଫଗୁଣ ଚଇତ ବସନ୍ତ ଋତୁରେ
ମଳୟ ପବନ ନାହିଁ
ଝାଇଁ ଝାଇଁ ଖରା ଝାଳ ବାହାରିଲେ
ପିକ ର ବା ଦୋଷ କାହିଁ?(୧୦)
ଦୁଆର ମୁହଁରେ ଶୁଭ ଲାଭ ଲେଖି
ଆମ୍ର ପଲ୍ଲବ କୁଖୋସ
ନିଇତି ଝଗଡା ସ୍ୱାମୀ, ସ୍ତ୍ରୀ ମଧ୍ୟରେ
ବାସ୍ତୁ ର ବା କିଦୋଷ?(୧୧)
କରମ ନକରି ଭୋକ ଉପାସରେ
ଯଦି ଚ ପିଉଚ ବିଷ
କରମର ଶୁଭ ଭୂବନ ଏହିଟି
ଭାଗ୍ୟର ବା କି ଦୋଷ?(୧୨)
ପାଞ୍ଚପଡା,ଚାନ୍ଦବାଲି, ଭଦ୍ରକ।
୯୪୩୭୯୮୯୭୨୫.
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।