ଧନଞ୍ଜୟ ସ୍ୱାଇଁ
ସମ୍ପର୍କ ହୁଏ ଏଠି ପର
ଜ୍ଞାତି ଜନ ସ୍ପର୍ଶ ନ କରନ୍ତି ଶରୀର ।
ଦେବ ଦୂତ ସାଜି ସେବା କରନ୍ତି ଡାକ୍ତର
ହେ ପ୍ରଭୁ କୃପାର ସାଗର ।
କେତେ ଆପଣାର ବିଛିନ୍ନ ପଥରେ
ବାହୁଡିଲେଣି ସ୍ୱର୍ଗପୁର ।
ହୁତୁ ହୁତୁ ଜ୍ୱାଳାଗ୍ନିରେ ସମଗ୍ର ସଂସାର
କୋରୋନା ମହାମାରେ ସର୍ବ ଥରହର ।
ଚୀନ୍ ରୁ ସୃଷ୍ଟି virus covid -19
ବ୍ୟାପିଲାଣି କାହିଁ କେତେ ଦୂର ।
ଅଜଣା ବ୍ୟାଧି ନାମେ ଲିପିବଦ୍ଧ
ମାଳିକାରେ ଅଛି ଆବଦ୍ଧ ।
ସତର୍କେ ସାବଧାନେ ଥାଅ ଘରେ ବନ୍ଧୁ
ବୁଝି ଆପଣା ପରିଜନ କଥା
ଟଳି ଯିବ ବିପତ୍ତି, ହଟିବ ମହାମାରୀ
ହସିବା ପୁଣି ଆମେ ଟେକି ମଥା ।।
----------**---------
ମହାକାଳପଡ଼ା, କେନ୍ଦ୍ରାପଡ଼ା
ଯୋଗାଯୋଗ —7978723178
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।