12/31/2021

ସ୍ଵାଧୀନତା

କାର୍ତ୍ତିକ ଚନ୍ଦ୍ର  ଷଡ଼ଙ୍ଗୀ
ଏ ବଳ କଷାକଷି ନୁହଁ; ବଳିଦାନ                                       ମା' ପାଇଁ ନୁହଁ ମାଟି ମା' ପାଇଁ ।
ଧୂସର ମାଟିରେ ଜନ୍ମ ନେଲା ବେଳେ 
ମୋ ଦେହଟା ଦିଶୁଥିଲା ଲାଲ
ଶେଷବେଳେ ବନ୍ଦିନୀ ମା' ବନ୍ଧନ ଖୋଲିବା ପାଇଁ
ରକତ ତକ ନଈ ଭଳିଆ ବହିଗଲେ
ପରବାୟ ନାହିଁ ।
ତାର ହସ୍ତ- ପଦରେ ଶୃଙ୍ଖଳ
ଶୃଙ୍ଖଳ ମତେ ଶଙ୍ଖୁଳିବାକୁ ବସିଛି
ନିଜକୁ ଉତ୍ସର୍ଗ କରିବି- ଆତ୍ମୋତ୍ସର୍ଗ ମୋର ଶେଷ ନିଶାଣ।
ତାପରେ ମତେ ଛାଡି ଚାଲି ଯାଉଥିବା ପବନର ସଂଘାତରେ ଶାନ୍ତି, 
ସଂଘତି ଓ ଭାଇଚାରାର ବାର୍ତ୍ତା
ପ୍ରସରିଯିବ ଜାତୀୟ ଚିରାଳକୁ ଉଡାଇ ।
ବଳିଦାନରେ ବଳିଷ୍ଠ ହୋଇଥିବା ଦେଶ
ହୋଇପାରେନା ଦୁଃସ୍ଥ
ଶୃଙ୍ଖଳ ହସ୍ତକୁ କରିଛି ମଜଭୁତ
ଦେଶ ଗଢିବା ପାଇଁ
ପରପାଇଁ ଗାତ ଖୋଳିବାକୁ ନୁହଁ ।
ସ୍ୱାଧୀନତା ନିଜ ଅଧିନରେ ଅଛି
କିନ୍ତୁ ବିକ୍ରୀ ହୋଇ ଯାଉଛି ପ୍ରତି ମୁହୂର୍ତ୍ତରେ 
ପରାନୁବାଦ, ପରାନୁକରଣ କୁ ଆବୋରି ନେବାରୁ ।
ବଳିଦାନ ବରଦାନ ନହୋଇ
ପାଲଟିଗଲା କାଳ ବଳାହକ
ଚ୍ଛିନହେଲା ଦେଶପ୍ରେମ ବଲ୍ଲକୀର ତନ୍ତ୍ରୀ ।

ବଲରା, ବିଳାସୁଣୀ, ନିଆଳୀ, କଟକ-୭୫୪୦୦୪. 
ମୋ-୭୮୫୪୮୪୨୫୩୯.

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।