ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ
ଦେଶ ହିତେ ମୋହ କର୍ତ୍ତବ୍ୟ ଭାର
ଉନ୍ନତି ପଥରେ ଲୟ !!
ଧନ୍ୟ ସେହି ଦେଶ ଦେଶବାସୀ
ଭାଇଚାରା ବାର୍ତ୍ତା ବାଣ୍ଟେ
ଅନେକ ରେ ପୁଣି ଏକତା ର ମନ୍ତ୍ର
ବିତରି ସ୍ନେହ ସାଉଁଟେ !!
ଲୋକ ହିତେ ଯେତେ ଯୋଜନା ପ୍ରକଳ୍ପ
ସର୍ବେ ଉପକୃତ ସମ ଭାବେ
ମତଦାନ କରି ଯୋଗ୍ୟ ଜନ ନେତା ବାଛି
ସୁନାଗରିକ ମର୍ଯ୍ୟାଦା ଲଭେ !!
ବେଳ ଅବେଳରେ ପରୋପକାର ରେ
ବିବେକ ଉଚିତ କାର୍ଯ୍ୟ କରେ
ଶିକ୍ଷା ସ୍ବାସ୍ଥ୍ୟ,କୁସଂସ୍କାର, ନାରୀ ସନମାନେ
ନିଜ ସ୍ୱର ଉତ୍ତୋଳନ କରେ !!
ଜାତୀୟ ସଂହତି , ପ୍ରଗତି ର ଗାଥା
ଲେଖି ରଖେ ନିଜ ହାତେ
ଭାରତୀୟ ବୋଲି ଏଇ ଦେଶ ନାଗରିକ
ବଢ଼ି ଚାଲେ ଉନ୍ନତିର ପଥେ !!
ଉମରକୋଟ, ନବରଙ୍ଗପୁର,ଓଡ଼ିଶା
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।