12/31/2021

ଧରଣୀ କାନ୍ଦୁଛି ଅମ୍ଲଜାନ ପାଇଁ

ମମତାରାଣୀ ଶତପଥୀ
ଧରଣୀ କାନ୍ଦୁଛି ଅମ୍ଲଜାନ ପାଇଁ,                                       ଯେହ୍ନେ ଛୁଆ କାନ୍ଦେ କ୍ଷୀର ପାଇଁ।
ଜୀବନ ବିହୁନେ ଝଷ ର ଅବସ୍ଥା ଯାହା,
ଅମ୍ଲଜାନ ବିହୁନେ ଆମେ ଭୋଗୁଅଛେ ତାହା।
ଦାୟୀ କିଏ କୁହ ଏଥିପାଇଁ.......?
ଆଧୁନିକତା ର ଚାକଚକ୍ୟ ଦ୍ବାହି ଦେଇ,
କଂକ୍ରିଟ୍ ଜଙ୍ଗଲ ସୃଷ୍ଟି କଲ ତୁମେ ପ୍ରାକୃତିକ ଜଙ୍ଗଲ କୁ ନଷ୍ଟକରି।
ଚାରିଆଡେ ଶୁଭେ ହାହାକାର ଏବେ ଅମ୍ଲଜାନ ଟିକକ ପାଇଁ।
ଧରଣୀ କାନ୍ଦୁଛି ଅମ୍ଲଜାନ ପାଇଁ,
ଯେହ୍ନେ ଛୁଆ କାନ୍ଦେ କ୍ଷୀର ପାଇଁ...।
ଛୁଆ ର କାନ୍ଦ ତୁନି କରିବାକୁ ମା ରହିଥାଏ ଚାହିଁ,
ମାତ୍ର ଧରଣୀ ଆଖିର ତତଲା ଲୁହକୁ କେ ପାରିବକି ପୋଛିଦେଇ.....?
ଶିଳ୍ପ ର ପ୍ରଗତି ନାଁରେ ତୁମେ କରିଲ ଜଙ୍ଗଲ ନଷ୍ଟ,
ବୃକ୍ଷଛେେଦି ତୁମେ କି ଶିଳ୍ପ କରୁଛ,
ଜୀବଜଗତ ପାଏ କଷ୍ଟ।
ଧରଣୀ କାନ୍ଦୁଛି ଅମ୍ଲଜାନ ପାଇଁ....,
ଦିନେ ଯେ ଥିଲା ସବୁଜ ରଙ୍ଗର ଅମୀୟ ସୁଷମା ରେ ଭରପୁର...,
ସୌନ୍ଦର୍ଯ୍ୟ ର ନଥିଲା ତାର ପଟ୍ଟାନ୍ତର...।
ତୁମ କ୍ରୂର ଅତ୍ୟାଚାରେ ଆଜି ଭୋଗୁଛି ବୈଧବ୍ୟ ଯନ୍ତଣା,
ସମସ୍ତ ବିଭବ,ଶିରୀ ତାର ନେଇଛ ଲୁଟି।
ରସାତଳଗାାମୀ ଆଜି ମହୀ,
ଜୀବଜଗତ ଡାକିଲେଣି ତ୍ରାହୀତ୍ରାହୀ,
 ଅମ୍ଲଜାନ ଟିକକ ପାଇଁ।
କୁହ ଏଥିପାଇଁ କିଏ ଦାୟୀ.....?
ପ୍ରକୃତି ର ନିୟମକୁ ବଦଳେଇବାକୁ ଅପଚେଷ୍ଟା ତୁମେ କଲ,
ଋତୁ ପରେ ଋତୁ ଆସେ ସିନା 
   ପ୍ରଭାବ ତାହାର ଶୂନ୍ୟ।
ଧ୍ବଂସ ର ଯାତ୍ରୀ ,ମୃତ୍ୟୁ ର ଧାତ୍ରୀ ଏବେ ତୁମେ...,
    ପ୍ରକୃତି ସଂକେତ ବୁଝିଲ ନାହିଁ।
ଧରଣୀ କାନ୍ଦୁଛି ଅମ୍ଲଜାନ ପାଇଁ...,
କୁହ ଏଥିପାଇଁ କିଏ ଦାୟୀ...?
ପ୍ରତି ମୁହୂତ୍ତରେ ପ୍ରକୃତି ତାଣ୍ଡବ ରଚୁଛି ମାନବ ଗର୍ବେ,
ଏବେ କରୋନାର ଲହର ସମ୍ଭାଳ ଭାଇ...
ପ୍ରକୃତିର ତାଣ୍ଡବକୁ ତୁମେ କି ପାରିବ ବଦଳେଇ...?
ଧରଣୀ କାନ୍ଦୁଛି ଅମ୍ଲଜାନ ପାଇଁ...।।

ଚାଲ ଭାଇ ଏବେ ନେବା ଶପଥ,
ଗଛ ଲଗାଇବା ଆମେ ତ୍ବରିତ।
ବନ ସଂରକ୍ଷଣ କରିବା ପାଇଁ,
ବଦ୍ଧପରିକର ହୋଇବା ଭାଇ।
ଅମ୍ଲଜାନ ବିନା କାହାକୁ ମରିବାକୁ ଦେବାନି ଆାମେ,
ପ୍ରକୃତିର ସୁରକ୍ଷା କରିଲେ ସେ ସୁରକ୍ଷା ଦେବ ଆମକୁ
ରହିବେ ସକଳେ ଖୁସି,
   ରୋଗ,ଶୋକ ସବୁ ଯିବେ ନାଶି।
****
#####ଶିକ୍ଷୟତ୍ରୀ,ଗଞ୍ଜାମ#####
**MO-7978818896**

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।