12/31/2021

ସେଇ ମୋର ମାଆ

ପ୍ରଶାନ୍ତ କୁମାର ଦାଶ 
ତା ପାଇଁ ସୁନ୍ଦର ଏଇ ଆମ ଛୋଟ ଘର                             
ପାଖେ ଥିଲେ ସିଏ କାହାକୁ ନଥାଏ ଡର ||

ହସିଦେଲେ ସିଏ ଖସିପଡ଼େ ସଜଫୁଲ 
ତା ସେବା ମମତା ସେନେହର ନାହିଁ ତୁଲ||

ସୁଆଦିଆ ତାର ହାତରନ୍ଧା ଭାତ ଡାଲି 
ଦୁଃଖ ବେଳେ ଦିଏ ସୁଖର ପସରା ମେଲି ||

ପରକୁ ଆପଣା ମଣିସେ କୋଳକୁ ନିଏ 
ଗୀତ ଗପ କହି ମନକୁ ଭୁଲାଇଦିଏ ||

ଦୁଃଖ ସହି କରେ ଘରର ପାଇଟି ସବୁ 
ତା ଯତନେ ଆମେ ଦିନେ ସୁନାପିଲା ହବୁ ||

କାନ୍ଧରେ ବସାଇ ଦେଖାଏ ସେ ଜହ୍ନ ତାରା 
ଜର ବେଳେ ରହେ ଉଜାଗର ରାତି ସାରା ||

ପଣତ ଘୋଡାଇ ଗେଲକରେ କଲେ ଅଳି 
ସେନେହ ଶରଧା ଆଦରତା ମିଠାଭଳି ||

ନମାନି ବରଷା ଶୀତ ଓ ଖରାର ତାତି 
ସକାଳଠୁ ସଞ୍ଜ କାମରେ ଯାଏସେ ମାତି ||


ସେଇ ମୋର ମାଆ ବରଗଛ ତଳ ଛାଇ 
ତା ପରି ଜଗତେ ଆପଣାର କେହି ନାହିଁ ||

କୁଞ୍ଜର ସଙ୍ଗଳାଇ 
ପିପିଲି ପୁରୀ 
Mobile -9668822190

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।