କମଳ କୁମାରୀ ଦାଶ
ଚମ୍ପକ ପାଦପେ ସୁନାର କଳି
ହେମ ତନୁ ବେଢି ବ୍ଯାକୁଳ ଅଳି .
ଅଶୋକ ପେନ୍ଥାରେ ରଙ୍ଗ ରୋଷଣୀ
ଅରବିନ୍ଦ କାମ ଶର ବିନ୍ଧାଣୀ .
ଆମ୍ର ମୁକୁଳରେ କୋକିଳ କୁହୁ
କର୍ଣ୍ଣ ନୟନରେ ବରଷେ ମହୁ .
ସରସୀରେ ନୀଳ କଇଁର ଶୋଭା
ନବ ମଲ୍ଲୀ ଦୋଳେ ମଦନକିବା
ମଳୟ ବିଜୟ କେତନମାନ
ଉଡାଇ ଭ୍ରମିତ କରୁଛି ମନ.
ଜଳାଇ ପ୍ରଦୀପ ପାଦପ ଶିରେ
ମଦନ ଗ୍ରାସଇ ପ୍ରୁଥିବୀ ଧୀରେ.
ରୂପର ହାଟରେ ଧରଣୀ ରାଣୀ
ଆହା କି ସୁନ୍ଦର ସୁଷମ ଠାଣୀ .
ଋତୁରାଜ କୋଳେ ପ୍ରକ୍ରୁତି ଦୋଳେ
ସରଗ ସୁଷମାମରତେ ଖେଳେ .
ପ୍ରାଧ୍ଯାପିକା , ଏକାମ୍ର ମହାବିଦ୍ଯାଳୟ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।