ସଂଜୟ କୁମାର ଉପଧ୍ୟାୟ
ତୁମେ ଶତ୍ରୁର କର ସଂହାର
ଅଦୃଶ୍ୟ ଶତ୍ରୁ କରେ ମୃତ୍ୟୁର ତାଣ୍ଡବ,
ତୁମେ ଅଦମ୍ୟ ସାହସ ଅଭିମନ୍ୟୁର
ଶତ ନମସ୍କାର ହେ ! ଡାକ୍ତର...।
ଶୂନ୍ୟହସ୍ତ ରେ, ଯୁଦ୍ଧକ୍ଷେତ୍ର ରେ,
କର୍ମବୀର ତୁମେ କରୋନା ଯୁଦ୍ଧର
ତୁମ ଅବଦାନ,ତୁମ ବଳିଦାନ,
ଅବିସ୍ମରଣୀୟ ଯୁଗ ଯୁଗାନ୍ତର
ଶତ ନମସ୍କାର ହେ! ଡାକ୍ତର....।
ଶୂନ୍ୟ କରି ନିଜ ମାତୃକୋଳ,
ସୀମାନ୍ତର ଅହ୍ୟ ସିନ୍ଦୂର
କର୍ମ କରିଚାଲ ସହି ତିରସ୍କାର,
ଅଥଳ ସାଗରେ ତୁମେ ବତୀଘର
ଶତ ନମସ୍କାର ହେ! ଡାକ୍ତର...।
ଧରଣୀ ପୃଷ୍ଠରେ ଡାକ୍ତର ରୂପରେ,
ଲୀଳାମୟ ନେଲ ପୁଣି ଅବତାର
କରୋନା ଜ୍ୱାଳାରେ କଳୁଷିତ ବିଶ୍ଵ
ତୁମେ ଆଞ୍ଜୁଳାରେ ପୁଣି ପାନ କର
ଶତ ନମସ୍କାର ହେ! ଡାକ୍ତର...।
ସୋରୋ,ବାଲେଶ୍ୱର
ଜୟ ସାହିତ୍ୟ, ଜୟ ସମାଜ


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।