ଟୋନିସ ରୋହିଦାସ
ଅନାଥର ତୁମେ ନାଥ ଆହେ ଜୟ ଜଗନ୍ନାଥ।।
ତୁମ ଭାବ ବନ୍ଦନେ ମୋତେ ଏମିତି ବନ୍ଦୀ କରି ଦିଅ।।
ପ୍ରଭୁ ଏଜୀବନ ରେ ଗାଉ ଥିବି ତୁମ ଗୀତା ,ଭାଗବତ କଥା।।
ଦରକାର ନାହିଁ ମୋତେ ସରଗ ର ସୁଖ ।।
ତୁମେ ଥିଲେ ମହାପ୍ରଭୁ ଭୁଲି ଯାଏ ମୋର ସବୁ ଦୁଃଖ।।
ନିଲାଚଲ ଧାମ କେବେ ହେ ଡାକିବ
ତୁମ ଦର୍ଶନ ଲୋଭିବି ହେ କଲା, ଶ୍ରୀ ମୁଖ।।
ଜଣାଣ କରୁଛି ନୀତି ତୁମ ନାମ ଧରି ଜପାମାଳି।।
ତୁମକୁ ଦର୍ଶନ କରି ଯିବି ପ୍ରଭୁ ଏ ଭାବ ସମୁଦ୍ର ରୁ ହେଇ ପାରି ହେ ବନମାଳୀ।।
ତୁମେ କୃଷ୍ଣ, ତୁମେ ରାମ, ତୁମେ ଶ୍ୟାମ,ତୁମେ ଶିବ,ତୁମେ ସାଇରାମ।।
କେତେ କେତେ ଜନ୍ମ ପରେ ପ୍ରଭୁ ପାଇଛି ମୁହିଁ ଏ ମଣିଷ ଜୀବନ।।
ତୁମ ଛଡା ଏଇ ଦୁନିଆ ରେ ପ୍ରଭୁ
ସବୁ ମିଛର ସପନ।।
ଆଖି ରେ ଯାହା ଦିଶେ ସବୁ ଲାଗେ ସତ।।
ସବୁ ଦିନ ସବୁ ରାତି ଗାଏ ମୁଜେ ତୁମରି ଭଜନ ଗୀତ।।
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ।।
ତୁମେ ଭାବର ଠାକୁର ଆହେ ଘନଶ୍ୟାମ।।
ତୁମେ ଜଗବନ୍ଧୁ ମୋର ତୁମେ କୃପାସିନ୍ଧୁ,
ଯାହା କରେ ମୁ ତୁମେ ଏକା ଜାଣ ମୋ କର୍ମ।।
କେତେ କଲି ପାପ କେତେ କଲି ପୁନ୍ୟ ସବୁ ତ ତୁମେ ଦେଖୁଛ।।
ଆହେ ପ୍ରଭୁ ଜଗନ୍ନାଥ ତୁମ ବିନା ସବୁ ଲାଗେ ମିଛ।।
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ।।
,ସୁନ୍ଦରଗଡ଼


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।