ପୁଷ୍ପଲତା ମିଶ୍ର
ଅଫିସ ର ବେଳ ଡେରି ହେବ ବୋଲି
ହେବି ନାହିଁ ତର ତର l l
ଘରେ ସବୁବେଳେ ରହିବି ଏଥର
ଘରଣୀ ମୋ ରାଗିବେନି,
ସବୁ କଥା ତାଙ୍କ ମାନି ଚଳି ଯିବି
ଘମାଟ ମୁଁ କରିବିନି l l
ଅଫିସ ଭିତରେ ଗହଳି ଚହଳି
କାମ ଜଣା ପଡ଼େ ନାହିଁ
ହସ କଉତୁକ ଦିନ ସରିଯାଏ
ସଂଜ ଆସେ ନଇ ନଇ l l
ଚାହୁଁ ଚାହୁଁ ଦେଖ କଟିଗଲା ଏଠି
ପ୍ରୀତି ଭରା କେତେ ଦିନ,
ହୃଦୟ ରେ କେତେ ଆଙ୍କି ଦେଲା ସତେ
ଅଲିଭା ରଙ୍ଗ ର ଚିହ୍ନ l l
ଫାଇଲ ଭିତରେ ରହି ଯିବ ଆମ
ସ୍ମୃତି ଭରା ଗତ କାଲି,
ବାନ୍ଧି ଦେଇ ଯିବା ଫାଇଲ ଡୋର କୁ
ପଡି ଯିବ ସେଠି ବାଲି l l
ଦେଖାଇ ପାରିବେ ନାହିଁ ନାଲି ଆଖି
ଆମ ବଡ଼ ଅଫିସର,
ସ୍ୱାଧୀନ ମୁଁ ଆଜି ବାଧ୍ୟ ନୁହେଁ ଏଠି
ନୁହେଁ କାର ଅକ୍ତିଆର l l
ଅଜଣାତେ କେବେ ତୁମ ପାଖେ ଯଦି
ଭୁଲ କରିଥିବି ମୁହିଁ,
କ୍ଷମl କରିଦେବ ଦୋଷ କୁ ମୋହର
ଦୋଷ ମୋ ଧରିବ ନାହିଁ l l
ସତ୍ୟ ନିଷ୍ଠl ସହ କର୍ତ୍ତବ୍ୟ କରିବ
ଲୋଭ, ମୋହ, ମାୟା ତେଜି
ମରୀଚିକା ପଛେ ଯିବ ନାହିଁ କେବେ
ଓଡ଼ିଶା ହସିବ ଆଜି l l
ମାଟି ପିଣ୍ଡ ଏଠି ମାଟିରେ ମିଶିବ
ଜୀବନ ଅଢେଇ ଦିନ
ଫେରିଯିବା ସର୍ବେ ଖାଲି ହାତେ ଆମେ
ହୃଦୟ ରେ ସ୍ମୃତି ଚିହ୍ନ l l
ବିଦାୟ ବେଳରେ ଆସ ବାନ୍ଧି ଦେବା
ଭାବ ଡୋର ହୃଦୟ କୁ,
ସ୍ନେହ ପ୍ରେମ ଆଉ ଆଶୀର୍ବାଦ ଦେଇ
ଯିବା କେଁଉ ଦୁନିଆ କୁ l l
ଶେଷ ଜୀବନ ର ନାଟକ ରେ ମୋର
ପଡ଼ିଗଲା ଯବନିକା,
ଆସନ୍ତା କାଲି ଠୁଁ ନୂଆ ନାଟକ ରେ
ଅନ୍ୟ ଏକ ଅଭିନେତା l l
ଭିନ୍ନ ଭିନ୍ନ ଠାରେ କାମ ମୁଁ କରିଛି
ପାରିବାର ପରମାର୍ଥ,
ସଫଳ ବିଫଳ ପରଖିବେ ସେହି
ସେହି ତ ମୋ ଜଗନ୍ନାଥ l l

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।