🌹🌹🌹🌹🌹🌹🌹🌹
ଚତୁଃର୍ଦିଗ ଆମ ପରିବେଶ,
ରଖିବାହେ ତାକୁ ଆମେ ସ୍ୱଚ୍ଛ ll
ଜହିଁ ଜୀବ ଜଗତ ସମ୍ଭବ,
ତାହା ଅଟେ ଆମ ପରିବେଶ ll
ଜଳ ହେଉ ଅବା ସ୍ଥଳଭାଗ,
ଜୀବ ସକଳ ଚଳ ପ୍ରଚଳ ll
ପରିବେଶ ଏବେ କଳଙ୍କିତ,
ନାହିଁ ଏବେ ଆଉ ଶୃଙ୍ଖଳିତ ll
ଜଙ୍ଗଲ ରେ ନାହିଁ ବାଘ,ଭାଲୁ,
ହଇ ରେ ମନୁଷ୍ୟ କଣ କଲୁ ll
ମୃତ୍ତିକା ହେଉନି ସଂରକ୍ଷଣ,
ବୃକ୍ଷ କଟା ହୁଏ ତତକ୍ଷଣ ll
ଜଙ୍ଗଲ କରୁଛେ ସମତୁଲ,
ଯିବା ଆସିବାକୁ ହେବ ଭଲ ll
ପକ୍ଷୀର ବସା ଟା ଭାଙ୍ଗିଗଲା,
କିଏ ତା ଦୁଃଖ ନ ବୁଝିଲା ll
ଏ ଡାଳ ରୁ ସେ ଡାଳ ବୁଲିଲା,
ବଂଶ ଲୋପ ପାଇବ ଭାବିଲା ll
ନଦୀରେ ଆବର୍ଜନା ଜମିଲା,
ପରିବେଶ ଦୂଷିତ ହୋଇଗଲା ll
ତେଣୁ କରି ଆଇନ ଆସିଲା,
ସ୍ୱଚ୍ଛ ଭାରତ ନାରା ବୋଇଲା ll
ଏହାକୁ କରାଇବା ସଫଳ,
ସୁସ୍ଥ ରହିବା ଆମେ ସକଳ ll
🌹🌹🌹🌹🌹🌹🌹
ଗୋବିନ୍ଦପାଲ୍ଲୀ, ମାଲକାନଗିରି
🍂🍂🍂🍂🍂🍂


No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।