12/31/2021

ରଜ

ଜଗଦୀଶ ଶତପଥୀ
ରଜ ପର୍ବ ଅଟେ ବଡ଼ ସୁନ୍ଦର                                                   
ତିନି ଦିନ ବ୍ୟାପୀ ଲାଗେ ହୁନ୍ଦର।
ବିଦେଶୁ ଫେରଇ କଲିକତିଆ
ଆଣିଥାଏ ଫୁଲ କେତେ ଜାତିଆ।
ରଜସ୍ୱଳା ହୁଏ ଧରଣୀ ରାଣୀ
ହଳ କର୍ଷଣ ହୁଅଇ ନାହିଁ।
ମନରେ ଆନନ୍ଦ କେତେ ଯେ ପୁଣି
ବରଷକେ ଥରେ ମନକୁ କିଣି।
ରଜ ବାଗୁଡ଼ିର କେତେ ଯେ ମଜା
ଦୋଳି ଖେଳୁ ଖେଳୁ ଖାଆନ୍ତି ଖଜା।


ଆକାଶେ ଉଡଇ କେତେ ଯେ ଗୁଡ଼ି
ଦେଖୁ ଦେଖୁ ମନ ଯାଏ ଯେ ଉଡ଼ି।
ଗାଁ ଦାଣ୍ଡେ ପୁଚି ଲୁଡୁର ଖେଳ
ସହି ସଂଗାତ ଙ୍କ କେତେ ଯେ ମେଳ।
ସତେ କି ସେହି ଦିନ ଆସିବ ଫେରି
ସାଂଗ  ଖେଳୁଥିବ ଯେ ବୋହୂଚୋରୀ

ଧର୍ମଶାଳା। ଯାଜପୁର

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।