12/31/2021

ପ୍ରଚ୍ଛଦପଟ୍ଟର ନାୟକ

ଆଲୋକ ଚନ୍ଦ୍ର ନାୟକ 
ଆପଣମାନେ ନିଶ୍ଚିତ ଶୁଣିଥିବେ ଏକ ଜାଶୁସ୍‌ର କାହାଣୀ । ନିଶ୍ଚିତ ଶୁଣିଥିବେ ଯେ ଜଣେ ଜାଶୁସ୍ ଜାଶୁସି ଜରିବାପାଇଁ କିଛି ବି କରିପାରେ ବୋଲି । ନିଜକୁ ସୁରକ୍ଷିତ ରଖିବା ପାଇଁ ସେ ଖଣ୍ଡା ଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥିବ , ତା' ଆଗରେ ଆସୁଥିବା ଲୋକଙ୍କୁ ହଇରାଣ ହରକତ କରୁଥିବ । ମୁଁ ଭାବୁଛି ଏସବୁ କଥା ; ଆପଣ ନିଶ୍ଚିତ ଶୁଣିଥିବେ ଓ ସିନେମାରେ ବି ଦେଖିଥିବେ। କିନ୍ତୁ ଆପଣମାନେ କ'ଣ କହି ପାରିବେ ଆଖିରେ ଦେଖୁଥିବା ଚରିତ୍ର ଜୀବିତ କି ମୃତ ? କିନ୍ତୁ ଏଠି ମୁଁ ଯାହାଙ୍କ କଥା କହିବାକୁ ଯାଉଛି , ଏଠି ମୁଁ ଯାହାଙ୍କ ବିଷୟରେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛି ସେ ଅନ୍ୟ ଜାଶୁସ୍ ମାନଙ୍କ ଠାରୁ ସମ୍ପୂର୍ଣ ଅଲଗା । ଆଉ ବଡ଼ କଥା ହେଲା ଏବେ ବି ସେ ଜୀବୀତ ଓ ନିଜ କାର୍ଯ୍ୟରେ କାର୍ଯ୍ୟରତ । ସେଇ ଜାଶୁସ୍ଙ୍କ ବିଷୟରେ ମୁଁ ଲେଖିବା ଆଗରୁ ମୁଁ ତାଙ୍କୁ ସ୍ୟାଲୁଟ୍ ମାରୁଛି ସ୍ୟାଲୁଟ୍।

          ଆମେ ଉଣା ଅଧିକ ସମସ୍ତେ ଜାଣିଛନ୍ତି ଓ ଶୁଣିଛନ୍ତି ୧୯୮୪ ମସିହାରେ ଅପରେସନ୍ ବ୍ଲୁଷ୍ଟାର୍‌ ହୋଇଥିଲା ବୋଲି । କିନ୍ତୁ ଏଠି ମୁଁ କହୁଛି ତା'ର ୪ ବର୍ଷ ପରର କଥା ଅର୍ଥାତ ୧୯୮୮ ମସିହାର କଥା । ୧୯୮୮ ମସିହା ଆଉ ଅପରେସନ୍ ଥିଲା ବ୍ଲାକ୍ ଥଣ୍ଡର୍ । ଯେଉଁଠି ୪ ବର୍ଷ ତଳେ ହୋଇଥିଲା ଅପରେସନ୍ ବ୍ଲୁଷ୍ଟାର୍‌ ଆଉ ତା'ର ୪ ବର୍ଷ ପରେ ଠିକ୍ ସେହି ସ୍ବର୍ଣ୍ଣ ମନ୍ଦିର ହେଲା ଅପରେସନ୍ ବ୍ଲାକ୍ ଥଣ୍ଡର୍ । ସବୁଠାରୁ ବଡ଼ କଥା ହେଉଛି । ଅପରେସନ୍ ବ୍ଲୁଷ୍ଟାର୍‌ ଭଳି ଏହା ଏତେ ଲୋକଙ୍କୁ ଜଣା ନାହିଁ ସତ, କିନ୍ତୁ ବ୍ଲାକ୍ ଥଣ୍ଡର୍ ମୁଖ୍ୟଙ୍କର ଚରିତ୍ର ଆଜି ଭାରତ ମାତାର ସୁରକ୍ଷା ନିମନ୍ତେ ବେଶ୍ ଗୁରୁତ୍ୱ ରଖେ ।
 
    ଖାଲିଷ୍ଟାନ୍‌ ଆତଙ୍କବାଦୀ ସମର୍ଥକଙ୍କ ଦ୍ୱାରା ଆକ୍ରମଣ କରାଗଲା ସର୍ଣ୍ଣମନ୍ଦିର ( Golden Temple) ଉପରେ । ଆଉ ସମ୍ପୂର୍ଣ୍ଣ ମନ୍ଦିରକୁ ନିଜ କବଳକୁ ନେବା ସଙ୍ଗେ ସଙ୍ଗେ ପଣବନ୍ଦୀ ରଖିଲେ ସାଧାରଣ ନାଗରିକ ନାଗରିକାଙ୍କ ସହିତ ସେ ସମୟରେ ମନ୍ଦିରର ପରିଚାଳନାରେ ଥିବା ସମସ୍ତଙ୍କୁ । ଆଉ ଏ ଘଟଣା କିଛି ସେକେଣ୍ଡ ଭିତରେ ପଞ୍ଜାବରୁ ଯାଇ ପହଞ୍ଚିଲା ଭାରତର ପ୍ରାଣକେନ୍ଦ୍ର ତଥା ଜାତୀୟ ରାଜଧାନୀ ଦିଲ୍ଲୀରେ । ଆଉ ହଲ୍‌ଚଲ୍‌ ସୃଷ୍ଟି ହେଲା ସାରା ଭାରତରେ । ଏ ସମାସ୍ୟାର ତୁରନ୍ତ ସମାଧାନ ପାଇଁ ସବୁପଟରୁ ଚାପ ବଢ଼ିବାରେ ଲାଗିଲା ସରକାରଙ୍କ ଉପରେ । ଏପଟେ ସରକାର ବୁଝି ପାରୁନାହାନ୍ତି କି ଜାଣି ପାରୁନାହାନ୍ତି ଏହାକୁ କିଭଳି ସମାଧାନ କରାଯିବ ବା ଏ ପରିସ୍ଥିତିରେ କ'ଣ ପଦକ୍ଷପ ନିଆଯିବ । ତା'ର ମୁଖ୍ୟ କାରଣ ଥିଲା ସରକାର ଜାଣି ନ ଥିଲେ ଯେ ସେମାନଙ୍କ ପାଖରେ କେତେ ଜଣ ପଣବନ୍ଦୀ ଅଛନ୍ତି । ଆଉ କି ପ୍ରକାର କେତେ କ'ଣ ଅସ୍ତ୍ରଶସ୍ତ୍ର ରହିଛି ।  ସରକାରଙ୍କର ଏ ମୁଣ୍ଡ ବ୍ୟଥା ସମୟରେ ହଠାତ ଆବିର୍ଭାବ ହେଲା ଭାରତୀୟ ଗୁଇନ୍ଦା ବିଭାଗର ଜଣେ ଅଫିସରଙ୍କର ଯିଏକି ଥିଲେ ସେସମୟର ଅପରେସନ୍ ମୁଖ୍ୟ । ଆଉ ସେ ଏମାନଙ୍କୁ ଦମନ କରିବା ପାଇଁ ଏକାକୀ ଚାଲିଲେ ଦିଲ୍ଲୀରୁ ପଞ୍ଜାବ । ଆଉ ସେଠାରେ ସ୍ଥିତି ଜାଣିବା ପାଇଁ ସେ ସାଜିଲେ ଏକ ମାମୁଲି ରିକ୍ସାଵାଲା । ଲଗାତର ଦିନରାତି ସେ ସେ ଜାଗାରେ ପ୍ରହରା ଦେବାକୁ ଲାଗିଲେ । କିନ୍ତୁ ଏହା ସତ୍ତ୍ୱେ ବି ତାଙ୍କର ସବୁ ଚେଷ୍ଟା ବାରବାର ବିଫଳ ହୋଇଯାଉଥାଏ । ଏପଟେ ଏହାଙ୍କ ଉପରେ ସେମାନଙ୍କର ସନ୍ଦେହ ବି ଘନୀଭୂତ ହେଉଥାଏ । ତା'ର କାରଣ ହେଲା ଏ ଅଫିସର୍ ଜଣକ ଥିଲେ ସେ ଜାଗାରେ ସମ୍ପୂର୍ଣ୍ଣ ନୂଆ । କିନ୍ତୁ ତାଙ୍କର ସବୁଠାରୁ ବଡ଼ ଗୁଣ ଥିଲା ସେ ଥିଲେ ଦୁଃସାହସୀ ।  ଆଉ ଏଇ ଦୁଃସାହସ ହିଁ ତାଙ୍କୁ ଟାଣି ନେଲା ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବା ପାଇଁ । ଭାରତ ମାତାର ମାଟିକୁ ମୁଣ୍ଡରେ ମାରି ସେ ସିଧା ସଳଖ ପଶିଲେ ଭିତରକୁ। ଏପଟେ ସେମାନଙ୍କର ଆଗରୁ ବି ସନ୍ଦେହ ଥାଏ ଏହାଙ୍କ ଉପରେ । ଏହାଙ୍କୁ ହଠାତ ଭିତରେ ଦେଖି ସେମାନେ ପଣବନ୍ଦୀ କରିନେଲେ । ଆଉ ତାଙ୍କୁ ତାଙ୍କ ପରିଚୟ ପଚରା ଉଚୁରା କରିବାରେ ଲାଗିଲେ । କିନ୍ତୁ ସେ ଦୃଢ଼ ଭାବରେ ସେମାନଙ୍କୁ କହିଲେ - "ଦେଖନ୍ତୁ ଆପଣମାନେ ଯାହା ଭାବୁଛନ୍ତି ଆଉ କହୁଛନ୍ତି ମୁଁ ସେଇଆ ନୁହେଁ । ମୁଁ ଭାରତୀୟ ନୁହେଁ , ମୁଁ ପାକିସ୍ତାନ ଗୁଇନ୍ଦାର ଜଣେ କର୍ମଚାରୀ । ଆପଣମାନେ ଯାହା କରୁଛନ୍ତି ବା ଯାହା କରିବାକୁ ଯାଉଛନ୍ତି ମୁଁ ଓ ସାରା ପାକିସ୍ତାନ ତାକୁ ସମର୍ଥନ କରେ । ମୁଁ ଏଠାକୁ ଆପଣମାନଙ୍କୁ ସାହାଯ୍ୟ କରିବା ପାଇଁ ଆସିଛି ।" କିନ୍ତୁ ତାଙ୍କର ଏ କଥାକୁ ବିଶ୍ବାସ କରୁ ନଥିଲେ ସେମାନେ । ସେ ନିଜ କଥାରେ ଥିଲେ ଅଟଳ । କୌଣସି ପରିସ୍ଥିତିରେ ବି ତାଙ୍କ ମୁହଁରୁ ବଦଳୁ ନ ଥିଲା କଥା । ଧୀରେ ଧୀରେ ସେମାନଙ୍କୁ ବିଶ୍ବାସ ହେବାକୁ ଲାଗିଲା । ଆଉ ଦୁଇଦିନ ପରେ ସେମାନଙ୍କୁ ବି ବିଶ୍ବାସ ହେଇଗଲା ଯେ ସେ ପାକିସ୍ତାନର ଲୋକ ବୋଲି । ଆଉ ଏଇ ସୁଯୋଗର ପୁରାପୁରି ସଠିକ୍ ଭାବରେ ଫାଇଦା ଉଠାଇଲେ ଭାରତ ମାତାର ଏଇ ବୀର ପୁତ୍ର ଜଣକ । ଚାରିଆଡେ ବୁଲିଲେ ଆଉ ସଠିକ୍ ଭାବରେ ଜାଣିଲେ କେତେଜଣ ଏ କାମରେ ନିଓଜିତ ଅଛନ୍ତି, କେତେ ମାତ୍ରାରେ ଅସ୍ତ୍ରଶସ୍ତ୍ର ରହିଛି । ସେ ଏହା ବି ଜାଣିଗଲେ କେଉଁଟା ଯିବା ଆସିବା ପାଇଁ ସୁରକ୍ଷିତ ବାଟ । ଏଇ ବୀରପୁତ୍ରଙ୍କ ଦୁଃସାହସ ପାଇଁ ସଫଳ ହୋଇଥିଲା ଅପରେସନ୍ ବ୍ଲାକ୍ ଥଣ୍ଡର୍ । ଏବେ ଆସିଲା ସେଇ ବୀରପୁତ୍ରଙ୍କୁ ସମ୍ମାନୀତ କରିବାର ସମୟ । ଆପଣମାନେ ଭାବୁଥିବେ ତାଙ୍କୁ ଯେଉଁ ସମ୍ମାନ ମିଳିଲା ସେ କି ସମ୍ମାନ ଥିଲା । ସେ ଥିଲା କୀର୍ତ୍ତିଚକ୍ର । ପ୍ରଥମ ଥର ଭାରତର ଇତିହାସ ସୃଷ୍ଟି ହେଲା ଜଣେ ଅଣ ସାମରିକ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯିବା ପରେ । ଆପଣମାନେ ଜାଣିଛନ୍ତିକି ଏ ସନ୍ନମାନ କେବଳ ସେନାର ବାହାଦୂର୍ ଅଫିସର ମାନଙ୍କୁ ଦିଆଯାଏ ବୋଲି ?  ଖାଲି ଏତିକିରେ ଯେ ଏ ଜାଶୁସ୍ଙ୍କ କାହାଣୀ ସରି ଯାଉଛି ତାହା ନୁହେଁ , ଆପଣମାନେ ଏ ଲେଖା ସମ୍ପୂର୍ଣ୍ଣ ଭାବରେ ଶେଷ କରନ୍ତୁ ଦେଖିବେ ଅନେକ ମଜାଦାର ଓ ଆଶ୍ଚର୍ଯ୍ୟ ପୂର୍ଣ୍ଣ କାହାଣୀ କିଛି ଏଇ ଜାଶୁସ୍ଙ୍କ ବିଷୟରେ ଜାଣିବାପାଇଁ ପାଇବେ। ଏଇ ଜାଶୁସ୍ ଜଣଙ୍କର ଭାରତୀୟ ପୋଲିସ୍‌ ବିଭାଗରେ ପ୍ରାୟ ୩୫ ବର୍ଷର ଚାକିରୀ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ମାତ୍ର ୭ ବର୍ଷ ହିଁ ପୋଲିଶ୍ ପୋଷାକକୁ ନିଜ ଦେହରେ ରଖିଛନ୍ତି । ଆଉ ୫ ବର୍ଷ ଇୟାଡୁ ସିୟାଡୁ କାଟି ଦେଲେ ଆଉ ତାଙ୍କ ୨୫ ବର୍ଷ ଚାକିରୀ ଜୀବନ ଭିତରେ ତାଙ୍କୁ ଅତି ନିକଟରୁ ଜାଣିଥିବା ଲୋକ ଛଡ଼ା ଆଉ କେହି ଜାଣନ୍ତି ନାହିଁ ଯେ ସେ କ'ଣ କରୁଛନ୍ତି ଓ କୋଉଠି ଅଛନ୍ତି ।

           ଏମିତି କି ଏ କଥା ତାଙ୍କ ନିଜ ଡ଼ିପାର୍ଟମେଣ୍ଟ୍‌ର ବି କେହି କିଛି ଜାଣନ୍ତି ନାହିଁ । ଆଉ ସବୁଠାରୁ ବଡ଼କଥା ଆପଣମାନେ ଜାଣି ନଥିବେ। ଏହାକୁ ତାଙ୍କର ବଦପଣ ବୋଲି କହିଲେ ବି କିଛି ତ୍ରୁଟି ହେବ ନାହିଁ  l ଜୀବନରେ ସେ ଅନେକ ସାକ୍ଷାତକାର ଦେଇଛନ୍ତି କିନ୍ତୁ ସେ କୋଉଠି ନିଜ କାରନାମା ବିଷୟରେ କେବେ ବି ମୁହଁ ଖୋଲନ୍ତି ନାଇଁ । ସେ ସବୁବେଳେ ସେଇ ଗୋଟିଏ କଥା କହନ୍ତି ମୁଁ କ'ଣ କରିଛି ମୁଁ କିଛି ଜାଣିନାହିଁ । ଏଥିପାଇଁ ତାଙ୍କୁ କେହି କେହି ଗୁମନାମୀ ବୋଲି ବି କହନ୍ତି । ତାଙ୍କର ପୁରା ଜୀବନ କାଳ ଭିତରେ ଅର୍ଥାତ ଏ ପର୍ଯ୍ୟନ୍ତ ସେ କେବଳ ଦୁଇଟି କଥାକୁ ମାନିଛନ୍ତି ଲଣ୍ଡନ ଆଉ ପାକିସ୍ତାନରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ ବୋଲି । ସେ ୭ ବର୍ଷ ପାକିସ୍ତାନରେ କାର୍ଯ୍ୟ କରିବା ବେଳେ ବି ବହୁ ସମୟ ଜାଜୁଶିରେ କଟାଇ ଦେଇଥିଲେ । ଆଉ ଏଇ ସମୟରେ ଘଟିଥିଲା ଏକ ରୋମାଂଚକର ଘଟଣା ।

       ଥରେ ଏ ମହାନ ଜାଶୁସ୍ ଜଣକ ଲାହୋର ସହରରେ ବୁଲୁଥିଲେ ଆଉ ତାଙ୍କ ଯିବା ବାଟରେ ପଡିଲା ଏକ ମସ୍‌ଜିଦ୍‌ । ହଠାତ ସେଇଠି ଜଣେ ଦାଢିଆ ବାବା ତାଙ୍କୁ ଧରି ପକାଇଲେ । କହିଲେ - "ତୁମେ ହିନ୍ଦୁ ନା ?" କିନ୍ତୁ ଏ ସ୍ପଷ୍ଟ ଭାବରେ ମନା କରିଦେଲେ । ଆଉ କହିଲେ ନା ମୁଁ ମୁସଲମାନ  l କିନ୍ତୁ ସେ ବାବା ତାଙ୍କ କାନ ପାଖରେ ଧୀରେ କିନା କହିଲେ - "ନା ତୁମେ ହିନ୍ଦୁ , କାରଣ ତୁମର କାନ ଫୋଡାଯାଇଛି ।" ଆଉ ସାଙ୍ଗେ ସାଙ୍ଗେ ତାଙ୍କ ହାତ ଧରି ନିଜ ଘରକୁ ନେଇଗଲେ । ଏପଟେ ଏ ଜାଶୁସ୍ ଜଣକ ବୁଝି ପାରୁନାହାନ୍ତି ଏସବୁ କ'ଣ ହେଉଛି ।ତାଙ୍କୁ ବାବା ସସମ୍ମାନେ ନିଜ ଘର ଭିତରକୁ ନେଇ ଗଲେ । ସେ ବାବା ତାଙ୍କୁ କହିଲେ- "କ'ଣ ଭାବୁଛ ମୁଁ କେମିତି ଜାଣିଲି ତୁମେ ହିନ୍ଦୁ ବୋଲି ନା ? ଆସ ମୁଁ ତୁମକୁ କହୁଛି ।"ଏହା କହି ସେ ବାବା ତାଙ୍କୁ ଏକ ଆଲମାରୀ ପାଖକୁ ନେଇଗଲେ । ଆଉ ତା'ର କବାଟ ଖୋଲିଲା ପରେ ଏ ଜାଶୁସ୍ ଜଣକ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ । କାରଣ ଏ ଜାଶୁସ୍ ଜଣକ ଭାବୁଥିବା ଏ ମୁଶଲମାନ ବାବାଙ୍କ ପାଖରେ ଥିଲା । ସୃଷ୍ଟିକର୍ତ୍ତା ପାଳନକର୍ତ୍ତା ଲାଳନ କରତାଙ୍କ ବ୍ୟତୀତ ଆହୁରି ଅନେକ ହିନ୍ଦୁ ଦେବାଦେବୀଙ୍କ ଫୋଟୋ । ଏହାକୁ ଦେଖିବା ମାତ୍ରେ ଏ ଜାଶୁସ୍ ଜଣକ ଆଶ୍ଚର୍ଯ୍ୟ ଭାବ ପ୍ରକାଶ କଲେ । ଏପରି ଅବସ୍ଥା ଦେଖି ବାବା ଜଣକ କହିଲେ- "ତୁମେ କ'ଣ ଭାବୁଛ ? ମୁଁ ମୁସଲମାନ ହୋଇ କେମିତି ଏ ସବୁ ରଖିଛି ?" ଏ ଜାଶୁସ୍ ଜଣକ ହଁ ମାରିଲେ  l ବାବା ସେଇଠୁ ଅଳ୍ପରେ ତାଙ୍କର ପୁରା କାହାଣୀ କହିଲେ ।

     "ମୁଁ ହେଲି ଜଣେ ସଚ୍ଚା ହିନ୍ଦୁ । ମୂଳତଃ ମୁଁ ଜଣେ ଭାରତୀୟ । କିନ୍ତୁ ମୁଁ ସମୟ ଓ ପରିସ୍ଥିତି ଅନୁସାରେ ଏଠାରେ ବାସ କରୁଛି । କିନ୍ତୁ ହଠାତ ଦିନେ ମୁଁ ଯେଉଁ ସ୍ଥାନରେ ବାସ କରୁଥିଲି ସେଠି ଭୀଷଣ ଗଣ୍ଡଗୋଳ ହେଲା । ଆଉ ଏ ପାକିସ୍ତାନୀ ମୁସଲମାନ ମାନେ ସେଠାରେ ଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ମାନଙ୍କୁ ଜୀବନରୁ ମାରି ଦେଲେ । ଏଥିରେ ମୋର ବି ସମସ୍ତେ ଶିକାର ହେଲେ । କିନ୍ତୁ ବଂଚିଗଲି ଏକା ମୁଁ । ଆଉ ସେବେ ଠାରୁ ବଂଚିବା ପାଇଁ ମୁଁ ବିଭିନ୍ନ ଜାଗାରେ ଘୁରି ବୁଲିଲି । ଆଉ ହେଇଗଲି ମସ୍‌ଜିଦ୍‌ର ଦାଢିଆ ବାବା ।" ଏ ବାବା ଜଣକ ଖାଲି ତାଙ୍କ ନିଜ କାହାଣୀ କହିଲେ ନାହିଁ  ; ଏ ମହାନ ଜାଶୁସ୍ଙ୍କୁ ବି ଏକ ବଡ ପରାମର୍ଶ ଦେଲେ । "ମୁଁ ଜାଣେ ତୁମେ ଜଣେ ଭାରତୀୟ । ଆଉ ଏବେ ବି ଭାରତ ପ୍ରତି ମୋର ଭଲ ପାଇବା ରହିଛି । ମୁଁ ସେଥିପାଇଁ ତୁମକୁ କହୁଛି ଏ କାନକୁ surgery କରାଇଦିଅ ।" ଆଉ ପରେ ଏ ଜାଶୁସ୍ ଜଣକ ଏକଥାକୁ ବିଚାରକୁ ନେଇଥିଲେ ଆଉ  surgery ବି କରିଦେଇଥିଲେ । ୨୦/୦୧/୧୯୪୫ରେ ଭାରତର ପ୍ରାକୃତିକ ପରିବେଶ ଘେରା ଥିବା ଗୋଟେ ଜାଗାରେ ଜନ୍ମ ନେଇଥିଲେ ସେ । ଆଉ ଆପଣମାନେ ଜାଣନ୍ତି ସେ ଯେଉଁ ଜାଗାରେ ଜନ୍ମ ନେଇଥିଲେ ସେ ସମୟରେ ସେଠାକାର ଝିଅ ମାନଙ୍କ ପରି ପୁଅ ମାନେ ବି କାନ ଫୋଡ଼ାନ୍ତି । ତାଙ୍କ ବାପା ଥିଲେ ବି ଭାରତୀୟ ସେନାର ଜଣେ ମେଜର୍ । କହିଲେ ଦେଖି ଯାହାର ରକ୍ତ ବଂଶ ବୁନିଆଡ୍ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସେ ସେଥିରୁ କେମିତି ବା ବାଆଡ୍ ଯାଇଥାଆନ୍ତେ ? ତା' ଛଡ଼ା ବିଧାତା ଯାହା କପାଳରେ ଆଜୀବନ ଦେଶ ସେବା ଲେଖିଛନ୍ତି ସେ ବା କେମିତି ଏହାକୁ ଅଣଦେଖା କରିପାରିବେ ।
ସେଇଥି ପାଇଁ ତ ତୁଳସୀ ଦୁଇପତ୍ରରୁ ବାସିଲା ପରି ସେ ସ୍କୁଲ୍ - କଲେଜ୍ ସବୁ ଜାଗାରେ ତାଙ୍କ ପାରଦର୍ଶିତାର ନମୁନା ଦେଖିବାକୁ ମିଳିଥିଲା । ନିଜର ସ୍କୁଲ୍ ଆଉ କଲେଜ୍ ପଢ଼ା ସାରି ସେ ବସିଲେ UPSC examରେ । ଆଉ ପ୍ରଥମ ପ୍ରୟାସରେ ହିଁ ସେ ବନିଗଲେ IPS officer । ଆଉ ପ୍ରଥମ ଚାକିରୀ ତାଙ୍କର କେରଳରେ ASP ଭାବରେ । ଏଇ ମହାନ ଜାଯୁସ୍ଙ୍କ ଚାକିରୀକୁ ୧୮ ମାସ ବି ପୁରି ନ ଥିଲା କେରଳରେ ଗୋଟେ ଜାଗାରେ ଦଂଗା ହେଲା । ଏଇ ନିକଟରେ ହୋଇଥିବା ଭଦ୍ରକ ପରିସ୍ଥିତି ଭଳି ସାଂଘାତିକ ହୋଇଗଲା । ଆଉ ଏ ଦଂଗା ବି ଥିଲା ହିନ୍ଦୁ - ମୁସଲମାନ ଭିତରେ । ଦୁଇ ଦିନ ଧରି ପ୍ରବଳ ଲୁଟ୍‌ପାଟ୍ ଚାଲିଲା । ଏ ଭଳି ପରିସ୍ଥିତିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୁଣ୍ଡରେ ପଡିଲା ଚିନ୍ତା । ଏ ପରିସ୍ଥିତିକୁ କିଏ ନିୟନ୍ତ୍ରଣ କରିପାରିବ ?

           ଏ ଅପ୍ରୀତିକର ପରିସ୍ଥିତିରେ କିଏ ସେ ଜାଗାକୁ ଯିବ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ଆଉ ସେ ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଥାଆନ୍ତି ଦିନା କରଣ । ଶେଷରେ ସ୍ଥିର ହେଲା ଏଇ ନିକଟରେ ଚାକିରୀ ପାଇ ଥିବା ଏଇ ASP ଜଣକ ଅର୍ଥାତ ଏଇ ଜାଶୁସ୍ ଜଣକ ସେଠାକୁ ଯିବେ । ଆଉ ଏଇ ଜାଶୁସ୍ ଜଣକ ସହିତ ଯେଉଁ କେତେ ଅନ୍ୟ ଅଧିକାରୀ ମାନେ ଯାଇଥିଲେ ସେମାନେ ଏଇ କମ୍  ସମୟ ଭିତରେ ଏ ଜାଶୁସ୍‌ଙ୍କ କାର୍ଯ୍ୟ ଦକ୍ଷତାକୁ ଭଲ ଭାବରେ ଜାଣି ସାରିଥିଲେ । ଜାଶୁସ୍ ଜଣକ ସେଠାକୁ ଗଲେ ଆଉ ସେଠି ନିର୍ଭୟରେ ବୁଲାବୁଲି କରି ସ୍ଥିତି ଅନୁଧ୍ୟାନ କଲେ । ଆଉ ଏଭଳି ପରିସ୍ଥିତି ସୃଷ୍ଟି କରିବା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଜଣ ଜଣ କରି ଚିହ୍ନଟ କଲେ । ଆଉ ତାଙ୍କୁ ଧରିଆଣି ପିଟାପିଟି କରି ଜବତ କଲେ ଲୁଟ୍‌ପାଟ୍ ହୋଇଥିବା ଜିନିଷ ସବୁକୁ ଫେରାଇ ଦେଲେ ଯାହା ଜିନିଷ ତାକୁ । ଏ ସବୁ କରିବାକୁ ତାଙ୍କୁ ଲାଗିଲା ଦୁଇଦିନ । ତାଙ୍କର ଚେଷ୍ଟା ପାଇଁ ବଦଳି ଗଲା ସମ୍ପୂର୍ଣ୍ଣ ପରିସ୍ଥିତି । ଏଇଠୁ ଆରମ୍ଭ ହେଲା ଏଇ ମହାନ ଜାଶୁସ୍‌ଙ୍କ ସଫଳତାର ଫର୍ଦ । ଏଭଳି ଏକ ଅପ୍ରୀତିକର ପରିସ୍ଥିତିକୁ ଏତେ କମ୍ ଦିନରେ ଶାନ୍ତ କରିଦେଇଥିବା କଥା କେରଳରୁ ଯାଇ ପହଁଚିଲା ଭାରତର ରାଜଧାନୀରେ । ଆଉ ଏଇଠୁ ଆରମ୍ଭ ହେଲା ତାଙ୍କ ଜାଶୁସି ଜୀବନ । ଆଉ ସାକାର ହେଲା ତାଙ୍କର ବହୁଦିନର ସ୍ବପ୍ନ । ୧୦୭୨ରେ ସେ ଗୁଇନ୍ଦା ବିଭାଗରେ ସାମିଲ୍ ହେଲେ , କିଛି ଦିନ ସେ ଦିଲ୍ଲୀରେ ରହିଲେ କାମ ବି ସବୁ ଦେଖିଲେ । କିନ୍ତୁ ଏଇଠୁ ଆସିଲା ତାଙ୍କ ଯିବାନର ନୂଆ ମୋଡ଼ ।

           ୭୦ ଦଶକରେ ଉତ୍ତର ପୂର୍ବାଂଚଳ ମିଜରାମ୍ରେ କିଛି ହଲ୍‌ଚଲ୍ ହେଲା । ମିଜରାମ୍‌ରେ Mizo National front ବା Mizo National Armyର ନେତା ଥିଲା ଲାଲ୍ ଡେଂଗା । ଆପଣ ମାନଙ୍କ ଭିତରୁ ଏ ନାଁ ହୁଏତ କେହି କେହି ଶୁଣିଥିବେ । ଏଇ ଜାଶୁସ୍ ଜଣଙ୍କର ଭାରତୀୟ ପୋଲିସ୍‌ ବିଭାଗରେ ପ୍ରାୟ ୩୫ ବର୍ଷର ଚାକିରୀ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେ ମାତ୍ର ୭ ବର୍ଷ ହିଁ ପୋଲିଶ୍ ପୋଷାକକୁ ନିଜ ଦେହରେ ରଖିଛନ୍ତି । ଆଉ ୫ ବର୍ଷ ଇୟାଡୁ ସିୟାଡୁ କାଟି ଦେଲେ ଆଉ ତାଙ୍କ ୨୫ ବର୍ଷ ଚାକିରୀ ଜୀବନ ଭିତରେ ତାଙ୍କୁ ଅତି ନିକଟରୁ ଜାଣିଥିବା ଲୋକ ଛଡ଼ା ଆଉ କେହି ଜାଣନ୍ତି ନାହିଁ ଯେ ସେ କ'ଣ କରୁଛନ୍ତି ଓ କୋଉଠି ଅଛନ୍ତି । ଏମିତି କି ଏ କଥା ତାଙ୍କ ନିଜ ଡ଼ିପାର୍ଟମେଣ୍ଟ୍‌ର ବି କେହି କିଛି ଜାଣନ୍ତି ନାହିଁ । ଆଉ ସବୁଠାରୁ ବଡ଼କଥା ଆପଣମାନେ ଜାଣି ନଥିବେ। ଏହାକୁ ତାଙ୍କର ବଦପଣ ବୋଲି କହିଲେ ବି କିଛି ତ୍ରୁଟି ହେବ ନାହିଁ  l ଜୀବନରେ ସେ ଅନେକ ସାକ୍ଷାତକାର ଦେଇଛନ୍ତି କିନ୍ତୁ ସେ କୋଉଠି ନିଜ କାରନାମା ବିଷୟରେ କେବେ ବି ମୁହଁ ଖୋଲନ୍ତି ନାଇଁ । ସେ ସବୁବେଳେ ସେଇ ଗୋଟିଏ କଥା କହନ୍ତି ମୁଁ କ'ଣ କରିଛି ମୁଁ କିଛି ଜାଣିନାହିଁ । ଏଥିପାଇଁ ତାଙ୍କୁ କେହି କେହି ଗୁମନାମୀ ବୋଲି ବି କହନ୍ତି । ତାଙ୍କର ପୁରା ଜୀବନ କାଳ ଭିତରେ ଅର୍ଥାତ ଏ ପର୍ଯ୍ୟନ୍ତ ସେ କେବଳ ଦୁଇଟି କଥାକୁ ମାନିଛନ୍ତି ଲଣ୍ଡନ ଆଉ ପାକିସ୍ତାନରେ ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିଲେ ବୋଲି । ସେ ୭ ବର୍ଷ ପାକିସ୍ତାନରେ କାର୍ଯ୍ୟ କରିବା ବେଳେ ବି ବହୁ ସମୟ ଜାଜୁଶିରେ କଟାଇ ଦେଇଥିଲେ । ଆଉ ଏଇ ସମୟରେ ଘଟିଥିଲା ଏକ ରୋମାଂଚକର ଘଟଣା ।

       ଥରେ ଏ ମହାନ ଜାଶୁସ୍ ଜଣକ ଲାହୋର ସହରରେ ବୁଲୁଥିଲେ ଆଉ ତାଙ୍କ ଯିବା ବାଟରେ ପଡିଲା ଏକ ମସ୍‌ଜିଦ୍‌ । ହଠାତ ସେଇଠି ଜଣେ ଦାଢିଆ ବାବା ତାଙ୍କୁ ଧରି ପକାଇଲେ । କହିଲେ - "ତୁମେ ହିନ୍ଦୁ ନା ?" କିନ୍ତୁ ଏ ସ୍ପଷ୍ଟ ଭାବରେ ମନା କରିଦେଲେ । ଆଉ କହିଲେ ନା ମୁଁ ମୁସଲମାନ  l କିନ୍ତୁ ସେ ବାବା ତାଙ୍କ କାନ ପାଖରେ ଧୀରେ କିନା କହିଲେ - "ନା ତୁମେ ହିନ୍ଦୁ , କାରଣ ତୁମର କାନ ଫୋଡାଯାଇଛି ।" ଆଉ ସାଙ୍ଗେ ସାଙ୍ଗେ ତାଙ୍କ ହାତ ଧରି ନିଜ ଘରକୁ ନେଇଗଲେ । ଏପଟେ ଏ ଜାଶୁସ୍ ଜଣକ ବୁଝି ପାରୁନାହାନ୍ତି ଏସବୁ କ'ଣ ହେଉଛି ।ତାଙ୍କୁ ବାବା ସସମ୍ମାନେ ନିଜ ଘର ଭିତରକୁ ନେଇ ଗଲେ । ସେ ବାବା ତାଙ୍କୁ କହିଲେ- "କ'ଣ ଭାବୁଛ ମୁଁ କେମିତି ଜାଣିଲି ତୁମେ ହିନ୍ଦୁ ବୋଲି ନା ? ଆସ ମୁଁ ତୁମକୁ କହୁଛି ।"ଏହା କହି ସେ ବାବା ତାଙ୍କୁ ଏକ ଆଲମାରୀ ପାଖକୁ ନେଇଗଲେ । ଆଉ ତା'ର କବାଟ ଖୋଲିଲା ପରେ ଏ ଜାଶୁସ୍ ଜଣକ ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ । କାରଣ ଏ ଜାଶୁସ୍ ଜଣକ ଭାବୁଥିବା ଏ ମୁଶଲମାନ ବାବାଙ୍କ ପାଖରେ ଥିଲା । ସୃଷ୍ଟିକର୍ତ୍ତା ପାଳନକର୍ତ୍ତା ଲାଳନ କରତାଙ୍କ ବ୍ୟତୀତ ଆହୁରି ଅନେକ ହିନ୍ଦୁ ଦେବାଦେବୀଙ୍କ ଫୋଟୋ । ଏହାକୁ ଦେଖିବା ମାତ୍ରେ ଏ ଜାଶୁସ୍ ଜଣକ ଆଶ୍ଚର୍ଯ୍ୟ ଭାବ ପ୍ରକାଶ କଲେ । ଏପରି ଅବସ୍ଥା ଦେଖି ବାବା ଜଣକ କହିଲେ- "ତୁମେ କ'ଣ ଭାବୁଛ ? ମୁଁ ମୁସଲମାନ ହୋଇ କେମିତି ଏ ସବୁ ରଖିଛି ?" ଏ ଜାଶୁସ୍ ଜଣକ ହଁ ମାରିଲେ  l ବାବା ସେଇଠୁ ଅଳ୍ପରେ ତାଙ୍କର ପୁରା କାହାଣୀ କହିଲେ ।

     "ମୁଁ ହେଲି ଜଣେ ସଚ୍ଚା ହିନ୍ଦୁ । ମୂଳତଃ ମୁଁ ଜଣେ ଭାରତୀୟ । କିନ୍ତୁ ମୁଁ ସମୟ ଓ ପରିସ୍ଥିତି ଅନୁସାରେ ଏଠାରେ ବାସ କରୁଛି । କିନ୍ତୁ ହଠାତ ଦିନେ ମୁଁ ଯେଉଁ ସ୍ଥାନରେ ବାସ କରୁଥିଲି ସେଠି ଭୀଷଣ ଗଣ୍ଡଗୋଳ ହେଲା । ଆଉ ଏ ପାକିସ୍ତାନୀ ମୁସଲମାନ ମାନେ ସେଠାରେ ଥିବା ଅଳ୍ପ ସଂଖ୍ୟକ ହିନ୍ଦୁ ମାନଙ୍କୁ ଜୀବନରୁ ମାରି ଦେଲେ । ଏଥିରେ ମୋର ବି ସମସ୍ତେ ଶିକାର ହେଲେ । କିନ୍ତୁ ବଂଚିଗଲି ଏକା ମୁଁ । ଆଉ ସେବେ ଠାରୁ ବଂଚିବା ପାଇଁ ମୁଁ ବିଭିନ୍ନ ଜାଗାରେ ଘୁରି ବୁଲିଲି । ଆଉ ହେଇଗଲି ମସ୍‌ଜିଦ୍‌ର ଦାଢିଆ ବାବା ।" ଏ ବାବା ଜଣକ ଖାଲି ତାଙ୍କ ନିଜ କାହାଣୀ କହିଲେ ନାହିଁ  ; ଏ ମହାନ ଜାଶୁସ୍ଙ୍କୁ ବି ଏକ ବଡ ପରାମର୍ଶ ଦେଲେ । "ମୁଁ ଜାଣେ ତୁମେ ଜଣେ ଭାରତୀୟ । ଆଉ ଏବେ ବି ଭାରତ ପ୍ରତି ମୋର ଭଲ ପାଇବା ରହିଛି । ମୁଁ ସେଥିପାଇଁ ତୁମକୁ କହୁଛି ଏ କାନକୁ surgery କରାଇଦିଅ ।" ଆଉ ପରେ ଏ ଜାଶୁସ୍ ଜଣକ ଏକଥାକୁ ବିଚାରକୁ ନେଇଥିଲେ ଆଉ  surgery ବି କରିଦେଇଥିଲେ । ୨୦/୦୧/୧୯୪୫ରେ ଭାରତର ପ୍ରାକୃତିକ ପରିବେଶ ଘେରା ଥିବା ଗୋଟେ ଜାଗାରେ ଜନ୍ମ ନେଇଥିଲେ ସେ । ଆଉ ଆପଣମାନେ ଜାଣନ୍ତି ସେ ଯେଉଁ ଜାଗାରେ ଜନ୍ମ ନେଇଥିଲେ ସେ ସମୟରେ ସେଠାକାର ଝିଅ ମାନଙ୍କ ପରି ପୁଅ ମାନେ ବି କାନ ଫୋଡ଼ାନ୍ତି । ତାଙ୍କ ବାପା ଥିଲେ ବି ଭାରତୀୟ ସେନାର ଜଣେ ମେଜର୍ । କହିଲେ ଦେଖି ଯାହାର ରକ୍ତ ବଂଶ ବୁନିଆଡ୍ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସେ ସେଥିରୁ କେମିତି ବା ବାଆଡ୍ ଯାଇଥାଆନ୍ତେ ? ତା' ଛଡ଼ା ବିଧାତା ଯାହା କପାଳରେ ଆଜୀବନ ଦେଶ ସେବା ଲେଖିଛନ୍ତି ସେ ବା କେମିତି ଏହାକୁ ଅଣଦେଖା କରିପାରିବେ । ସେଇଥି ପାଇଁ ତ ତୁଳସୀ ଦୁଇପତ୍ରରୁ ବାସିଲା ପରି ସେ ସ୍କୁଲ୍ - କଲେଜ୍ ସବୁ ଜାଗାରେ ତାଙ୍କ ପାରଦର୍ଶିତାର ନମୁନା ଦେଖିବାକୁ ମିଳିଥିଲା । ନିଜର ସ୍କୁଲ୍ ଆଉ କଲେଜ୍ ପଢ଼ା ସାରି ସେ ବସିଲେ UPSC examରେ । ଆଉ ପ୍ରଥମ ପ୍ରୟାସରେ ହିଁ ସେ ବନିଗଲେ IPS officer । ଆଉ ପ୍ରଥମ ଚାକିରୀ ତାଙ୍କର କେରଳରେ ASP ଭାବରେ ।

   ଏଇ ମହାନ ଜାଯୁସ୍ଙ୍କ ଚାକିରୀକୁ ୧୮ ମାସ ବି ପୁରି ନ ଥିଲା କେରଳରେ ଗୋଟେ ଜାଗାରେ ଦଂଗା ହେଲା । ଏଇ ନିକଟରେ ହୋଇଥିବା ଭଦ୍ରକ ପରିସ୍ଥିତି ଭଳି ସାଂଘାତିକ ହୋଇଗଲା । ଆଉ ଏ ଦଂଗା ବି ଥିଲା ହିନ୍ଦୁ - ମୁସଲମାନ ଭିତରେ । ଦୁଇ ଦିନ ଧରି ପ୍ରବଳ ଲୁଟ୍‌ପାଟ୍ ଚାଲିଲା । ଏ ଭଳି ପରିସ୍ଥିତିରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମୁଣ୍ଡରେ ପଡିଲା ଚିନ୍ତା । ଏ ପରିସ୍ଥିତିକୁ କିଏ ନିୟନ୍ତ୍ରଣ କରିପାରିବ ? ଏ ଅପ୍ରୀତିକର ପରିସ୍ଥିତିରେ କିଏ ସେ ଜାଗାକୁ ଯିବ ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ଆଉ ସେ ସମୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଥାଆନ୍ତି ଦିନା କରଣ । ଶେଷରେ ସ୍ଥିର ହେଲା ଏଇ ନିକଟରେ ଚାକିରୀ ପାଇ ଥିବା ଏଇ ASP ଜଣକ ଅର୍ଥାତ ଏଇ ଜାଶୁସ୍ ଜଣକ ସେଠାକୁ ଯିବେ । ଆଉ ଏଇ ଜାଶୁସ୍ ଜଣକ ସହିତ ଯେଉଁ କେତେ ଅନ୍ୟ ଅଧିକାରୀ ମାନେ ଯାଇଥିଲେ ସେମାନେ ଏଇ କମ୍  ସମୟ ଭିତରେ ଏ ଜାଶୁସ୍‌ଙ୍କ କାର୍ଯ୍ୟ ଦକ୍ଷତାକୁ ଭଲ ଭାବରେ ଜାଣି ସାରିଥିଲେ । ଜାଶୁସ୍ ଜଣକ ସେଠାକୁ ଗଲେ ଆଉ ସେଠି ନିର୍ଭୟରେ ବୁଲାବୁଲି କରି ସ୍ଥିତି ଅନୁଧ୍ୟାନ କଲେ । ଆଉ ଏଭଳି ପରିସ୍ଥିତି ସୃଷ୍ଟି କରିବା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଜଣ ଜଣ କରି ଚିହ୍ନଟ କଲେ । ଆଉ ତାଙ୍କୁ ଧରିଆଣି ପିଟାପିଟି କରି ଜବତ କଲେ ଲୁଟ୍‌ପାଟ୍ ହୋଇଥିବା ଜିନିଷ ସବୁକୁ ଫେରାଇ ଦେଲେ ଯାହା ଜିନିଷ ତାକୁ । ଏ ସବୁ କରିବାକୁ ତାଙ୍କୁ ଲାଗିଲା ଦୁଇଦିନ । ତାଙ୍କର ଚେଷ୍ଟା ପାଇଁ ବଦଳି ଗଲା ସମ୍ପୂର୍ଣ୍ଣ ପରିସ୍ଥିତି । ଏଇଠୁ ଆରମ୍ଭ ହେଲା ଏଇ ମହାନ ଜାଶୁସ୍‌ଙ୍କ ସଫଳତାର ଫର୍ଦ । ଏଭଳି ଏକ ଅପ୍ରୀତିକର ପରିସ୍ଥିତିକୁ ଏତେ କମ୍ ଦିନରେ ଶାନ୍ତ କରିଦେଇଥିବା କଥା କେରଳରୁ ଯାଇ ପହଁଚିଲା ଭାରତର ରାଜଧାନୀରେ । ଆଉ ଏଇଠୁ ଆରମ୍ଭ ହେଲା ତାଙ୍କ ଜାଶୁସି ଜୀବନ । ଆଉ ସାକାର ହେଲା ତାଙ୍କର ବହୁଦିନର ସ୍ବପ୍ନ । ୧୦୭୨ରେ ସେ ଗୁଇନ୍ଦା ବିଭାଗରେ ସାମିଲ୍ ହେଲେ , କିଛି ଦିନ ସେ ଦିଲ୍ଲୀରେ ରହିଲେ କାମ ବି ସବୁ ଦେଖିଲେ । କିନ୍ତୁ ଏଇଠୁ ଆସିଲା ତାଙ୍କ ଯିବାନର ନୂଆ ମୋଡ଼ ।

      ୭୦ ଦଶକରେ ଉତ୍ତର ପୂର୍ବାଂଚଳ ମିଜରାମ୍ରେ କିଛି ହଲ୍‌ଚଲ୍ ହେଲା । ମିଜରାମ୍‌ରେ Mizo National front ବା Mizo National Armyର ନେତା ଥିଲା ଲାଲ୍ ଡେଂଗା । ଆପଣ ମାନଙ୍କ ଭିତରୁ ଏ ନାଁ ହୁଏତ କେହି କେହି ଶୁଣିଥିବେ ।

          ପରବର୍ତ୍ତୀ ସମୟରେ ଏ ସେଠାକାର chief minister ବି ଥିଲେ । ସେତେବେଳେ ଲାଲ୍ ଡେଂଗା ଗୋଟେ ପରିସ୍ଥିତି ସୃଷ୍ଟି କରିଥିଲେ । ଆଉ ସେ ପରିସ୍ଥିତି ଟି ଥିଲା ମିଜରାମ୍‌କୁ ଭାରତରୁ ଅଲଗା କରିଦିଆଯିବ । ଆଉ ଏକ ଅଲଗା ଓ ସ୍ୱତନ୍ତ୍ର ଦେଶ ଗଠନ କରାଯିବ । ଭାରତ ସହିତ ମିଜରାମ୍ ରହିବାକୁ ଚାହୁଁ ନଥିଲା । ତେଣୁ ଲାଲ୍ ଡେଂଗାଙ୍କ ଇସାରାରେ ସେଠାରେ Mizo National Army ପୁରା ଅରାଜକତା ଚଳାଉଥିଲା । Mizo National Armyର ଏକ ନୀତି ଥିଲା ଯିଏ ସରକାରଙ୍କ ସମର୍ଥକ ସେ ତାଙ୍କର ଶତ୍ରୁ । ଖାଲି ସେତିକି ନୁହେଁ ଏ ପରିସ୍ଥିତି ଭିତରେ ଜଣେ ବଡ଼ IPS officerଙ୍କୁ ସେଠି ହତ୍ୟା କରିଦିଆଗଲା ।ସେଥିପାଇଁ ପରିସ୍ଥିତି ଅଧିକ ଜଟିକ ହୋଇପଡିଲା।

     ଏଭଳି ଉତ୍କଟ ପରିସ୍ଥିତିର ମୁକାବିଲା ପାଇଁ ସେଠାକୁ କୌଣସି ଅଧିକାରୀ ଯିବାକୁ ରାଜି ହେଲେ ନାହିଁ । କିନ୍ତୁ ସେଠାକୁ ଯିବା ପାଇଁ ରାଜି ହେଲେ ଏଇ ଜାଶୁସ୍ ଜଣକ । ସେ ପୁଣି କାହା କହିବା କଥାରେ ନିଜ ଇଚ୍ଛାରେ । କେମିତି ବା ଯାଇନଥାଆନ୍ତେ ? ବିଧିର ବିଧାନ ଥିଲା ପରା ସମ୍ପୂର୍ଣ୍ଣ ଅଲଗା । ମାଟି ମା'ର ସୁଯୋଗ୍ୟ ସନ୍ତାନ ହେବା ଯାହା ଭାଗ୍ୟରେ ଲେଖା ସେ ତା' ଜନ୍ମଭୂମିକୁ ଖଣ୍ଡ ବିଖଣ୍ଡିତ ହେବା ପାଇଁ କେମିତି ଛାଡି ଦେଇଥାଆନ୍ତା ? ସମୟରେ ସାଂଗ ସାଥି ମାନେ ତାଙ୍କୁ ବହୁତ ମନା କଲେ ସେଠାକୁ ନ ଯିବା ପାଇଁ । କାରଣ ଏ ଜାଶୁସ୍ ଙ୍କ ର ନୂଆ ନୂଆ ବାହାଘର ହୋଇଥାଏ । କିନ୍ତୁ ସେ କାହା କଥା କୁ2ବି ଖାତିର କଲେ ନାହିଁ । ଆଉ ୫ ବର୍ଷ ପାଇଁ ତାଙ୍କର posting ହେଲା ସେଠାରେ । ଭାରତ ମାତାର ଏ ସୁଯୋଗ୍ୟ ସନ୍ତାନ ଜଣକ ଯାଇ ପହଂଚିଲେ ଯାଇ ମିଜରାମ୍ରେ । ନିଜର ଜାଶୁସ୍ଗିରି ଆରମ୍ଭ କରିଦେଲେ । ଲାଲ୍ ଡେଂଗା ବିଷୟ ସେ ସବୁ ତଥ୍ୟ ସଂଗ୍ରହ କରିବାରେ ଲାଗିଲେ । ଜାଣିବାକୁ ପାଇଲେ ସେ ବଳିଆନ ହୋଇଛି ତା'ର ୭ ଜଣ କମାଣ୍ଡରଙ୍କ ପାଇଁ । ଆଉ ସେ ନିଶ୍ଚିତ ହୋଇଗଲେ ଯେ ଏଇ ମାନଙ୍କ ପାଇଁ ହିଁ ସେ ଭାରତରୁ ମିଜରାମ୍କୁ ଅଲଗା କରିବା ପାଇଁ ଚେଷ୍ଟା ଚାଲିଛି । ଏହା ପରେ ଏ ଜାଶୁସ୍ଙ୍କର ଆରମ୍ଭ ହେଲା ମିଶନ୍ ୭ ୦ , ଆଉ ବହୁତ ଅଳ୍ପଦିନ ଭିତରେ ସରିଯାଇଥିଲା ଏ ମିଶନ୍ । ୭ ଜଣ କମାଣ୍ଡରଙ୍କ ଭିତରୁ ଏ ଜାଶୁସ୍ ଜଣକ ନିଜ ପଟକୁ ନେଇଆସିଲେ ୬ ଜଣ କମାଣ୍ଡରଙ୍କୁ । ସେମାନଙ୍କୁ ସେ ବୁଝାଇଲେ ତୁମ ମାନଙ୍କର ଯାହା ଆବଶ୍ୟକ ତାକୁ ପୁରଣ କରା ଯିବ କିନ୍ତୁ ଭାରତର ଅବିଛେଦିୟ ଅଙ୍ଗ ମିଜରାମ୍କୁ ସ୍ୱାଧୀନ କଥା ଛାଡିଦିଅ । ଏହା ପରେ ପରେ ପ୍ରଥମ ଥର ୧୯୭୬ରେ ଲାଲ୍ ଡେଂଗା ଓ ଭାରତ ସରକାରଙ୍କ ଭିତରେ ବୈଠକ ହେଲା । ଶାନ୍ତି ପାଇଁ ଏ ଯେଉଁ ବୈଠକ ବସିଥିଲା ତାକୁ ଜଣେଇ ଦିଆ ଗଲା ଯେ ତା'ର ୬ ଜଣ କମାଣ୍ଡର ତା' ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଶାନ୍ତି ପାଇଁ ରାଜି ହେବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ ତା' ପାଖରେ । ଆଉ ଏ ଜାଶୁସ୍ଙ୍କ ପାଇଁ ଲାଲ୍ ଡେଂଗା ସାଲିସ କଲା । ଆଉ ସେବେଠାରୁ ମିଜରାମ୍ ଭାରତର ଏକ ଅଂଗ ହୋଇ ରହିଲା । ଆଉ ଏଇ ପୁରା କାର୍ଯ୍ୟକୁ ସେ ଅତି ଚତୁରତାର ସହିତ ସମାପ୍ତ କରିଥିବାରୁ ତାଙ୍କୁ ରାଷ୍ଟ୍ରପତି ପଦକ ଦ୍ୱାରା ସମ୍ମାନୀତ କରାଗାଲା ।

      ସବୁଠାରୁ ବଡ କଥା କ'ଣ ଜାଣନ୍ତି ? ଏ ପଦକ ସେମାନଙ୍କୁ ମିଳେ ଯେଉଁମାନେ police departmentରେ ୧୨ - ୧୫ ବର୍ଷ ଚିକିରି ପରେ ପାଇଥାଆନ୍ତି । କିନ୍ତୁ ଏ ଜାଶୁସ୍ ଜଣକ ମାତ୍ର ୮ବର୍ଷ ଚାକିରୀ କାଳ ଭିତରେ ହାସଲ କଲେ ଏ ଭଳି କୃତିତ୍ୱ । ଖାଲି ଏତିକି ନୁହେଁ ଏହା ପରେ ପରେ ଶିକିମ୍‌ରେ ଶାନ୍ତି ଫେରାଇ ଆଣିବାରେ ଏ ଜାଶୁସ୍‌ଙ୍କ ଥିଲା ଅତି ଗୁରୁତ୍ତ୍ୱପୂର୍ଣ୍ଣ  ଭୂମିକା । ସତୁରି ଦଶକର ନିଜର କାର୍ଯ୍ୟ କ୍ଷତ୍ରରେ ଯୋଗ ଦେଇଥିବା ଏ ଜାଶୁସ୍ ଜଣକ ହାସଲ କଲେ ଗୋଟେ ପରେ ଗୋଟେ ସଫଳତା । ଆଉ ଏଇ ସଫଳତା ବାଟ ତିଆରି କରିଥିଲା ତାଙ୍କୁ କାଶ୍ମୀରକୁ ଯାଇ ଉପୁଜି ଥିବା ଉତ୍କଟ ପରିସ୍ଥିତି ଶାନ୍ତ କରିବା ପାଇଁ । ୧୯୯୦ ଦଶକରେ କାଶ୍ମୀର ହୋଇ ଉଠିଲା ଅଶାନ୍ତ । ବଢ଼ି ଚାଳିଲା ଆତଙ୍କବାଦୀ କାର୍ଯ୍ୟକଳାପ । ବଡ଼ କଥା ହେଉଛି ସିଧାସଳଖ ହାତ ଥିଲା ଆମର ଚିର ଶତ୍ରୁ କୁକୁର ପାକିସ୍ତାନର । ଆଉ ଏ ସବୁକୁ ଦମନ କରିବା ପାଇଁ ଏ ଜାଶୁସ୍ ଜଣକ ଚାଲିଲେ କାଶ୍ମୀରକୁ । ଆଉ ସନ୍ଧାନ ଲଗେଇଲେ ଏଥିରେ କେଉଁ ମାନେ ସଂଶ୍ଲିଷ୍ଟ ଅଛନ୍ତି । ସେମାନଙ୍କୁ ଜଣ ଜଣ କରି ଚିହ୍ନଟ କଲେ । ଆଉ ସେମାନଙ୍କୁ ବୁଝେଇଲେ ଯେ କୁକୁର କିଭଳି ସେମାନଙ୍କୁ ନିଜ ବିଷ ଜ୍ବାଳାରେ ବଶବର୍ତ୍ତୀ କରୁଛି । ସେମାନଙ୍କୁ ଜଣାଇ ଦେଲେ ତୁମର ଯାହା ଦାବି ଅଛି ସବୁ ପୁରଣ କରାଯିବ କିନ୍ତୁ ପ୍ରଥମେ ଆଲୋଚନାକୁ ଆସ । ଆଉ ଦୃଢ ଭାବରେ ସେମାନଙ୍କୁ ଜଣେଇ ଦେଲେ ସରକାରଙ୍କ ସାଥିରେ ବିଦ୍ରୋହ କରନି କିଛି ମିଳିବନି , ମିଳିବ କେବଳ ମୃତ୍ୟୁ । ସେମାନଙ୍କ ଭିତରୁ ଜଣେ ଲୋକ ଥିଲା କୁକାପାରେ ଯିଏ କି ଥିଲା ଆମ କୁକୁରଙ୍କ ସମର୍ଥକ ଓ କୁଖ୍ୟାତ ଆତଙ୍କବାଦୀ । ଜାଣନ୍ତି ତା'ର ବି ବହୁତ ଆତଙ୍କବାଦୀ ଥିଲେ । ଏ ଜାଶୁସ୍ ଜଣକ କ'ଣ କଲେନା କୁକାପାରେ ସହିତ ବାରବାର ଭେଟ କଲେ । ଆଉ ତାକୁ ନିଜ ପଟକୁ ଆଣିବାକୁ ସମର୍ଥ ହେଲେ । ଆଉ ଏହା ପରେ ଯାହା ଘଟିଲା ତାହା ଆମ ଶତ୍ରୁକୁ ଚକିତ କରିଦେଲା । ପାଖାପାଖି ୨୫୦ ନିଜ ସମର୍ଥକଙ୍କୁ ଧରି ବିଦ୍ରୋହ ଆରମ୍ଭ କଲେ । ଆଉ ଏ ଯେଉଁ କାର୍ଯ୍ୟ ଏ ଯାଶୁସଙ୍କ ପାଇଁ ସମ୍ଭବ ହେଲା ବାଟ ଫିଟାଇ ଦେଲା ୧୯୯୬ ସାଧାରଣ ନିର୍ବାଚନ ପାଇଁ । ଏହା ପରେ କୁକାପାରେ ବି ବିଧାୟକ ହୋଇଥିଲେ । ଏବେ ଯେଉଁ ଘଟଣା ଉପରେ ମୁଁ ଏଠି ଆଲୋକପାତ କରିବାକୁ ଯାଉଛି ତାହା ୧୯୯୯ର ଘଟଣା । IC894 Indian Airlinesର ଏକ passenger plane ଯାହା କାଠମାଣ୍ଡୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା ।ହେଲେ ଏ ବିମାନକୁ ହାଇଯାଜ୍ କରି ନିଆଗଲା । ଯେଉଁଥିରେ ୧୭୯ ଯାତ୍ରୀ ସମେତ ୧୧ କର୍ମଚାରୀ ଥିଲେ । ଏ ବିମାନକୁ ପଞ୍ଜାବ ଦୁବାଇ ଲାହୋର ଦେଇକି ଶେଷରେ କାଁଡାହାର ନେଇ ନିଆଗଲା । ସେତେବେଳେ କାଁଡାହାରରେ ତାଲିବାନ୍‌ଙ୍କର କବ୍‌ଜା ଥିଲା । ଆଉ ଏ ବିମାନର ମୁକ୍ତି ପାଇଁ ଭାରତ ପାଖରେ ଦାବି କରାଗଲା ବିଭିନ୍ନ ଜେଲ୍‌ରେ ବନ୍ଦୀ ଥିବା ୧୦୦ ଆତଙ୍କବାଦୀଙ୍କୁ ମୁକ୍ତ କରିବା ପାଇଁ । ସେ ସମୟରେ ଥିଲା ଅଟଳଙ୍କ ସରକାର । LK Advani ଥିଲେ ସେ ସମୟର ଗୃହମନ୍ତ୍ରୀ । Jorge Fernandez ଥିଲେ ସେ ସମୟର ପ୍ରତିରକ୍ଷା ମନ୍ତ୍ରୀ । ଆଉ ଆତଙ୍କବାଦୀଙ୍କ ସହିତ ଯେଉଁ ତିନିଜଣ କଥା ହେବା ପାଇଁ ଏକ କମିଟି ଗଠନ ହେଲା ଏ ଦୁଇଜଣଙ୍କ ବ୍ୟତୀତ ଭାରତର ଏ ମହାନ ଜାଶୁସ୍‌ଙ୍କୁ ବି ଜାଗା ଦିଆଗଲା । ଆଉ କୁହାଯାଏ କେବଳ ଏ ଜାଶୁସ୍‌ଙ୍କ ଉଦ୍ୟମ ପାଇଁ ହିଁ ଅପହୃତ ମାନେ ୧୦୦ରୁ ୩କୁ ଖସି ଆସିଥିଲେ । ଶେଷରେ ମଷଡ୍ ଆଯାହାର୍ ଓ ତା'ର ଦୁଇ ସାଥୀଙ୍କୁ ନେଇ କାଁଡାହାରରେ ଛଡ଼ାଗଲା ଓ ସବୁ ଯାତ୍ରୀଙ୍କୁ ସୁରକ୍ଷିତରେ ଭାରତ ଅଣାଗଲା । 

       ଏଇ ଜାଶୁସ୍‌ଙ୍କର ଠିକ୍ ସେହିଭଳି ଆଉ ଏକ ମିଶନ ଥିଲା ଭାରତର ଚିର ଶତ୍ରୁ କୁକୁର ପାକିସ୍ତାନର ପାଳକ ପୁଅ ଭାରତର ଅର୍ଥନୈତିକ ରାଜଧାନୀ ୧୯୯୩ ବିସ୍ପୋରଣକାରୀ undar world dog ମୋର ଏଇ ଶବ୍ଦକୁ ଆପଣମାନଙ୍କ ଭିତରୁ କେହି ବି ଭୁଲ୍ ବୋଲି ଭାବିପାରନ୍ତି । କିନ୍ତୁ ମୋ' ଅନୁସାରେ ଏ ଶବ୍ଦ ଠିକ୍ । Under world dog Dawood Ibrahimକୁ ଧରିବାର ମିଶନ୍ । ଏ ଜାଶୁସ୍‌ଙ୍କ ପାଖରେ ପୁରା ପକା ଖବର ଥିଲା ଯେ ଏ dog ଏକ ପାଟିରେ ଯୋଗ ଦେବାପାଇଁ ଆସୁଛି । ଆଉ ସେ ବିଶାବର ଏ ଜାଶୁସ୍ ଜଣଙ୍କ ପୁରା Police Force ସହିତ ସେ ଜାଗାରେ ପହଂଚିଲେ ।  କିନ୍ତୁ ଦୁର୍ଭାଗ୍ୟ ଯେ ସେ ସେଠୁ ସେତେବେଳକୁ ଯାଇ ସାରିଥିଲା । ଆଶ୍ଚର୍ଯ୍ଯ ହୋଇଗଲେ ଏ ଜାଶୁସ୍ ଜଣକ । କାରଣ ତାଙ୍କ ଜୀବନ କାଳରେ ଗୋଟେ ହେଲେ ବି କୌଣସି କାମରେ fail ହୋଇ ନଥିଲେ । ଆଉ ସେ ନିଜକୁ ଆହୁରି ଦୃଢ଼ କରିଲେ ଆଉ ଏହାର କାରଣ ଖୋଜିଲେ । କ'ଣ ହେଲା ? କାହିଁକି ସେ ନିଜ planରେ fell ହୋଇଗଲେ ? ଆଉ ଜାଣନ୍ତି କାରଣଟି କ'ଣ ଥିଲା ? ଆମ ଭାରତ ମାତାର କିଛି ହାରାମଜାଦା ବେଇମାନ୍ ପୋଲିସୀୟା ସନ୍ତାନ ମାନଙ୍କ ପାଇଁ ସେ ଏ ମହାନ ଜାସୁସ୍‌ଙ୍କ କବଳରୁ ଖଶିଯିବାର ସମର୍ଥ ହେଲା । ଏ ଲେଖାରେ ଏକଥାକୁ ପଢ଼ି ମୁଁ ଜାଣିନି ଆପଣ ମାନେ କ'ଣ ମତ ଦେବେ । କିନ୍ତୁ ମୋତେ ଯଦି କେହି ଏ ଲେଖାର ଏ ଚରିତ୍ର ମାନଙ୍କ ଉପରେ ଅଧିକା କିଛି ଟିପ୍ପଣୀ ଦେବାକୁ କୁହେ ତେବେ ମୋ ଟିପଣି ଅନୁସାରେ ଏମାନେ ହେଲେ ଜଣେ ଜଣେ ଅପାରଗ ପୁରୁଷ । ଥରୁଟିଏ ଚିନ୍ତା କଲେ ଆପଣ ମାନେ ଯଦି ଏମାନେ ନିଜ ମା'କୁ ଅନ୍ୟ ହାତରେ ଟେକିଦେବା ପାଇଁ ଟିକେ ବି ସଂକୋଚ କଲେନି ତେବେ ଏମାନେ ନିଜ ସ୍ତ୍ରୀକୁ ସେ କୁକୁରକୁ ଭେଟି ନ ଦେଇଥିବେ ବୋଲି ତ କହି ହବନି ।

      ଆଉ ସବୁଠାରୁ ଆଶ୍ଚହାର୍ଯ୍ୟର କଥା କ'ଣ ଜାଣନ୍ତି ? ୧୯୬୮ ରୁ ୨୦୦୫ ଏଇ ୩୭ ବର୍ଷ ଚାକିରୀ କାଳ ଭିତରେ ମାତ୍ର ୭ବର୍ଷ ହିଁ ସେ ପିନ୍ଧିଛନ୍ତି police dress । ବାକି ୩୦ ବର୍ଷ ତାଙ୍କର ଯାଇଛି ନିଜ ନାଁକୁ ଗୋପନ ରଖି ଦେଶ ମାତୃକାର ସେବା କରିବାରେ । ଯେଉଁ ଆଇ ବି ପାଇଁ ତାଙ୍କ ଜୀବନର ସେ ୩୦ ବର୍ଷ ଦେଇଦେଇଥିଲେ ସେହି ଆଇ ବି ର ନିର୍ଦେଶକ ଭାବ ରେ ହିଁ ସେ ନିଜର ଚାକିରୀ ଜୀବନ ସମାପ୍ତ କରିଥିଲେ । ତା' ପରେ ପରେ ତାଙ୍କ ଜୀବନ ଥିଲା ଏକ ରୋମାଂଚକ ଭରା । କାହିଁକି ନା କେତେବେଳେ ସେ ଲେଖକ ତ ପୁଣି କେତେବେଳେ Vivekananda Foundationର ନିର୍ଦେଶକ । କିନ୍ତୁ କଥାରେ ଅଛି ପରା ଗୁଣ ଚିହ୍ନେ ଗୁଣିଆ । ଆଉ ଠିକ୍ ତାହା ହିଁ ହେଇଥିଲା । ୨୦୧୪ରେ ଭାରତୀୟ democracy ପାଇଁ BJP ଆସିଲା ଅଭୂତ ପୂର୍ବ ବିଜୟ ନେଇ । ଆଉ ଭାରତର ନେତୃତ୍ୱ ନେଲେ ବୀରେନ୍ଦ୍ର ଦାମୋଦର ଦାସ ମୋଦି । ଆଉ ଜାଣନ୍ତି ତା'ର ଠିକ୍ କିଛି ଦିନ ପରେ ଏଇ ଜାସୁସ୍ ଜଣଙ୍କୁ ଭାରତ ସରକାରଙ୍କ ତରଫରୁ ଦିଆ ଯାଇଥିଲା ଏକ ବଡ ପଦବୀ ।

      ଖାଲି ସେତିକି ନୁହେଁ ୨୦୧୯ରେ ମୋଦି ସରକାର ପୁଣିଥରେ ଆସିଲେ । ଆଉ ତାଙ୍କ ସଫଳତାର ପୃଷ୍ଠାକୁ ଦେଖି ଏଥିର ବି ତାଙ୍କୁ ଦିଆଗଲା ସେଇ ସମାନ ପଦବୀ । କିନ୍ତୁ ଏଥର ତା' ସହିତ ତାଙ୍କୁ ଦିଆଗଲା କ୍ୟାବିନେଟ୍ ପାହ୍ଯା । ଆଉ ଏତେବଡ ପଦବୀ ସେଇ ଜାସୁସ୍‌ଙ୍କୁ ପୁଣି ଥରେ ଦେବାର କିଛି କାରଣ ବି ରହିଛି । ଭାରତ ମାତାର ସମ୍ମାନ ପାଇଁ ଶତ୍ରୁ ଉପରେ ଭାରତୀୟ ବୀର ମାନଙ୍କ surgical strike 1 କିମ୍ବା surgical Strike 2 ହଉ ଏ ସବୁର ସଫଳତା ପଛରେ ରହିଛି ଏଇ ଜାସୁସ୍‌ଙ୍କ ହାତ । ଏ ଜାସୁସ୍‌ଙ୍କ କଥା ଖାଲି ଏଇଠି ଶେଷ ତାହା ନୁହେଁ । ଦୋକ୍ଳାମ୍ ଅଂଚଳରେ ଭାରତ ଆଉ ଚାଇନା ଭିତରେ ଦୁଇ - ଅଢ଼େଇ ମାସ ଧରି ବାଦା ପିଟା ଚାଲିଲା । କିନ୍ତୁ କ'ଣ ହେଲା କେଜାଣି ଏଇ ଜାସୁସ୍‌ଙ୍କ ଯିବା ଦିନେ - ଦୁଇଦିନ ପରେ ସମ୍ପୂର୍ଣ୍ଣ ପରିସ୍ଥିତି ଶାନ୍ତ । ମୋ' ଲେଖା ପଢ଼ି ମୋତେ ଅଜସ୍ର ଭଲପାଇବା ଦେଉଥିବା ସେଇ ମଣିଷ ମାନଙ୍କୁ ମୁଁ କେବଳ ଏତିକି ବାର୍ତ୍ତା ଦେବି , ଗୋଟେ ମା' କୋଳରେ ଏଭଳି ଯୁଗଜନ୍ମା ସନ୍ତାନ ବହୁତ୍ କମ୍ ଜନ୍ମ ନିଅନ୍ତି । କୌଣସି ଜାଗାରେ ବି ଏମାନଙ୍କର ଅପମାନ କି ସନମାନ ହାନି ନକରିବାପାଇଁ ।   

     ଏଇଠୁ ଯେ ଏଙ୍କ ବିଷୟରେ ସରିଗଲା ତାହା ନୁହେଁ ।   ସମୁଦ୍ରର ସମ୍ପୂର୍ଣ୍ଣ ଜଳକୁ ଯେମିତି ଆମେ କୌଣସି ଏକ ପାତ୍ରରେ ଭରି ରଖି ପାରିବା ନାହିଁ ଠିକ୍ ସେମିତି ଏ ଜାସୁସ୍‌ଙ୍କ ବିଷୟରେ ଯେତେ ଲେଖିଲେ ସାରିବ ନାହିଁ । ଲେଖା ଶେଷରେ ମୋର ସମସ୍ତଙ୍କ ପାଖରୁ ଏଇ ଆଶା ରହିବ ଯେ , ଆରମ୍ଭରୁ ଏ ପର୍ଯ୍ୟନ୍ତ ମୁଁ କୌଣସି ଜାଗାରେ ଏ ଜାସୁସ୍‌ଙ୍କ ନାଁ ନେଇନାହିଁ । ଆପଣ ମାନେ ତାହା ଖୋଜି ମୋତେ ମତାମତ ଦେବେ ଯେ ଏ ମଣିଷ ଜଣକ କିଏ ?

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।