ଭଜରାମ ସେଠୀ
(ରାଗ -ଚୋଖି)
ବିଦାରଣେ ତନୁବନ କରି ରବିଜା ଶୋଭନ ,
ଶୋହେ ରସା ଅପଘନ ଚାରୁଦେହୀ ସେ ।
ବହେଣୀ ପଙ୍କଜ ବୋଲି ଜଗତେ ଡାକେ ବିଦ୍ୱାନ,
ହସୁଛି ଅଙ୍ଗନା ପୀତ ବସନ ବେଶେ ।
ବିଭାକର କର ଛୁଆଁରେ,
ବିରୋଚନ ମୁଖି ଚାହେଁ ବଧୂ ରୂପରେ ।୧।
ବାଙ୍କ ମୁଖେ ରଙ୍କନାରୀ ହୋଇ ରତନ ଭୂଷଣ,
ଭଙ୍ଗୀ ଢ଼ଙ୍ଗେ ରତିପଣେ ଚକ୍ଷୁ ନଚାଏ ।
ବେକ ଟେକି ଛାତିପାତେ ନେବାକୁ ହୃଦେ ଚୁମ୍ବନ,
ଅଙ୍ଗେ ପାଇ ଅଙ୍ଗ ବାରି ଅମୃତ ପ୍ରାୟେ ।
ବୋଲାଇ କ୍ଷିତି ରାଜଜେମା,
ବରଣ କରେ ହସି ଭାନୁ ପ୍ରିୟତମା ।୨।
ବିଭରମ ସମ ଅନାଇଁ ସୂରୁଯ ଭାଷେ ଗିର,
କେଳି କର ସଖୀ ହୋଇ ପରାଣ ମିତ ।
ବିରତି ନନେଇ ବାରେ ପୀରତି ଥରକୁ ଥର,
ଯାଚି ଦିଅ କରେ ମୋର ପାଇ ମହତ ।
ବୀରତର ମନ ସମ୍ଭାଳ,
ବିମନା ନ ହୋଇ ଧର ପ୍ରୀତି ସମ୍ବଳ ।୩।
ଗ୍ରାମ-ନିରାଳ,ପୋଷ୍ଟ-ଦେବଭୂମି
ଭାୟା-ଆସିକା,ଗଞ୍ଜାମ , ପିନ୍ ନଂ-୭୬୧୧୩୫
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।