12/31/2021

ବିଦାରଣେ ତନୁବନ

ଭଜରାମ ସେଠୀ
(ରାଗ -ଚୋଖି)
ବିଦାରଣେ ତନୁବନ କରି ରବିଜା ଶୋଭନ ,                                 
ଶୋହେ ରସା ଅପଘନ ଚାରୁଦେହୀ ସେ ।
ବହେଣୀ ପଙ୍କଜ ବୋଲି ଜଗତେ ଡାକେ ବିଦ୍ୱାନ, 
ହସୁଛି ଅଙ୍ଗନା ପୀତ ବସନ ବେଶେ ।
ବିଭାକର କର ଛୁଆଁରେ,
ବିରୋଚନ ମୁଖି ଚାହେଁ ବଧୂ ରୂପରେ ।୧।
ବାଙ୍କ ମୁଖେ ରଙ୍କନାରୀ ହୋଇ ରତନ ଭୂଷଣ, 
ଭଙ୍ଗୀ ଢ଼ଙ୍ଗେ ରତିପଣେ ଚକ୍ଷୁ ନଚାଏ ।
ବେକ ଟେକି ଛାତିପାତେ ନେବାକୁ ହୃଦେ ଚୁମ୍ବନ,
 ଅଙ୍ଗେ ପାଇ ଅଙ୍ଗ ବାରି ଅମୃତ ପ୍ରାୟେ ।
 ବୋଲାଇ କ୍ଷିତି ରାଜଜେମା,
ବରଣ କରେ ହସି ଭାନୁ ପ୍ରିୟତମା ।୨।

ବିଭରମ ସମ ଅନାଇଁ ସୂରୁଯ ଭାଷେ ଗିର,
କେଳି କର ସଖୀ ହୋଇ ପରାଣ ମିତ ।
ବିରତି ନନେଇ ବାରେ ପୀରତି ଥରକୁ ଥର,
ଯାଚି ଦିଅ କରେ ମୋର ପାଇ ମହତ ।
ବୀରତର ମନ ସମ୍ଭାଳ,
ବିମନା ନ ହୋଇ ଧର ପ୍ରୀତି ସମ୍ବଳ ।୩।
ଗ୍ରାମ-ନିରାଳ,ପୋଷ୍ଟ-ଦେବଭୂମି
ଭାୟା-ଆସିକା,ଗଞ୍ଜାମ , ପିନ୍ ନଂ-୭୬୧୧୩୫

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।