ସ୍ମିତା ମହାନ୍ତି
ରତନ ସିଂ ନାମରେ ଜଣେ ଜଣେ ବହୁତ ବଡ଼ ଧନୀ ବ୍ୟବସାୟୀରହୁଥିଲେ ବିହାର ର ପାଟନା ସହରରେ।ଥରେ ସେ ତୀର୍ଥ ଯାତ୍ରାରେ ଯିବାକୁ ମନ ବଳାଇଲେ।ସେ ତାଙ୍କର ସମସ୍ତ ଟଙ୍କl ପଇସା , ସୁନା ଗହଣା ଇତ୍ୟାଦି ଜଣେ ସାଧାରଣ ଗାଇ ଜଗୁଆଳି ଲୋକ ପାଖେ ଛାଡିଦେଇ ଗଲେ ।ଲୋକମାନେ କିନ୍ତୁ ଜଣେ ଏତେବଡ଼ ଧନୀ ବ୍ୟାପାରୀଙ୍କ ବନ୍ଧୁତା ଓ ଅହେତୁକ ବିଶ୍ୱାସ ଜଣେ ସାଧାରଣ ଗାଈ ଜଗୁଆଳି ସହ , ବୁଝିବାବାକୁ ଅସମର୍ଥ ହେଲେ ।କଥାର ତାତ୍ପର୍ଯ୍ୟ ବୁଝିନପାରି ସେମାନେ ପାଖରେ ରହୁଥିବା ଜଣେ ସନ୍ୟାସୀ ଙ୍କ ପାଖକୁ ଗଲେ।ସନ୍ୟାସୀ ଗୋଟେ ଛୋଟିଆ ଗପର ଉଦାହରଣ ଦେଇ ଲୋକମାନଙ୍କୁ ବୁଝାଇଦେଲେ ।
ଗୋଟେ ସହରରେ ଵ୍ରହ୍ମଦତ୍ତ ନାମରେ ଜଣେ ରାଜା ଥିଲେ।ରାଜା ତାଙ୍କ ବଗିଚାରେ ବୁଲିବାକୁ ବହୁତ ଭଲ ପାଉଥିଲେ।ବଗିଚାରେ ଥିବା ସ୍ଵର୍ଣଝରା ଗଛ ପ୍ରତି ରାଜାଙ୍କର ବିଶେଷ ଆକର୍ଷଣ।ପ୍ରତିଦିନ ବଗିଚାକୁ ଗଲେ ସେ ଗଛତଳେ କିଛି ସମୟ ନବସିଲେ ତାଙ୍କୁ ଆତ୍ମତୃପ୍ତି ମିଳୁନଥିଲା।।
ଦିନକର କଥା ରାଜା ପ୍ରାସାଦର ଛାତ ଓ ଛାତ କୁ ସାହାରା ଦେଉଥିବା ବିରାଟ କାଠର ଖମ୍ବରେ ଫାଟ ଦେଖାଯିବାର ଲକ୍ଷ କଲେ।ରାଜା ଯେ ତାର ତୁରନ୍ତ ମରାମତି ନକଲେ ପ୍ରାସାଦ ଭୁଶୁଡି ପଡ଼ିବାର ସମ୍ଭାବନା ଅଛି ।ତେଣୁ କାଠ ଖମ୍ବଟିକୁ ବଦଳାଇ ତା ଜାଗାରେ ନୂଆ କାଠଖମ୍ବ ଲଗାଇବାକୁ ପଡିଵ।ସେଥିପାଇଁ କାରିଗର ମାନଙ୍କୁ ଡକାଗଲା।ରାଜା ସେମାନଙ୍କ ମତାମତ ଲୋଡିଲେ।ସେମାନେ ରାଜାଙ୍କୁ ପରାମର୍ଶ ଦେଲେ ଯେ ସେଥିପାଇଁ ଗୋଟେ ବହୁତ ପୁରୁଣା ଓ ଯଥେଷ୍ଟ ମୋଟା ମୂଳ ଥିବା ଶକ୍ତ ଗଛ ଆବଶ୍ୟକ।ରାଜା ସେମାନଙ୍କୁ ନିଜ ବଗିଚା କୁ ପଠାଇଲେ ଓ କୋଉ ଗଛଟି କାମରେ ଆସିବ ଦେଖି ଜଣାଇବା ପାଇଁ କହିଲେ।ଦୁର୍ଭାଗ୍ୟ ବଶତଃ ରାଜାଙ୍କ ପ୍ରିୟ ସ୍ଵର୍ଣଝରା ଗଛଟିକୁ ସେମାନେ ବାଛିଲେ।ରାଜାଙ୍କ ପାଇଁ ଏହାଥିଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ମୁହୂର୍ତ୍ତ। ଏଣୁ ମାରିଲେ ଗୋହତ୍ୟା , ସେଣୁ ମାରିଲେ ବ୍ରହ୍ମହତ୍ୟା।କଣ କରିବେ ?ଗଛଟିକୁ ବଞ୍ଚlଇବାକୁ ଗଲେ ପ୍ରାସାଦ ଭୁଶୁଡ଼ିବ , ପ୍ରସାଦ କୁ ଭୁଶୁଡି ବାକୁ ବଞ୍ଚାଇଲେ ତାଙ୍କ ଅତିପ୍ରିୟ ଗଛଟିକୁ ସେ ହରାଇବେ।ସାରା ରାତି ଉଜାଗର ରହି ଅନେକ ଚିନ୍ତା କଲାପରେ ଶେଷରେ ଏହି ନିଷ୍ପତିରେ ଉପନୀତ ହେଲେ ଯେ ସ୍ଵର୍ଣଝରା ଗଛଟିକୁ କଟlଯିବ |ତେଣୁ ମହାରଣା ମାନଙ୍କୁ ଡକାଇ ଗଛଟିକୁ କାଟିବାକୁ ଆଦେଶ ଦେଲେ।ଖବରଟି ତୁରନ୍ତ ବଗିଚାରେ ପହଁଚିଲା।ସ୍ଵର୍ଣଝରା ଗଛଟି ବିଚରା ମୁହଁ ରୋଦନ କରିବାରେ ଲାଗିଲା।ସାଥୀବୃକ୍ଷ ମାନେ ବ୍ୟତିବ୍ୟସ୍ତ ହୋଇ ପଡିଲେ ଓ କହିଲେ ତୁ ନିଜକୁ ରକ୍ଷା କର ନହେଲେ ରାଜାଙ୍କ ଲୋକମାନେ ତୋତେ କଟିଦେବେ।ସ୍ଵର୍ଣଝରା ଉତ୍ତର ଦେଲା "ଚେଷ୍ଟl କରୁଛି"।ରାତି ସାରା ବିଳାପ କରିବାକୁ ଲାଗିଲା। କ୍ଷୁଦ୍ର ଦୁବ ଘାସ କିନ୍ତୁ ସ୍ଵର୍ଣଝରା ର ଦୁଃଖ ସହି ପାରି ନଥିଲା ସେଦିନ। କ୍ଷୀଣ ସ୍ବରରେ କହିବାକୁ ଲାଗିଲା ମୁଁ କିଛି ସାହାଯ୍ୟ କରି ପାରେକି?
ପରଦିନ ସକାଳୁ ରାଜାଙ୍କ ଲୋକ ଆସି ପହଞ୍ଚି ଗଲେ ରାଜାଙ୍କ ବଗିଚାରେ ସ୍ଵର୍ଣଝରା କାଟିବା ଉଦ୍ଦେଶ୍ୟରେ।ହେଲେ ଏ କଣ ଦେଖୁଛନ୍ତି ସେମାନେ ।ଜଣେ କଟାଳି ଗଛକାଟିବାକୁ ଉଦ୍ୟତ ହେଲାବେଳେ ଲକ୍ଷ କଲା ଯେ ଗଛର ଗଣ୍ଡି ଟି ଶଢ଼ି ଯାଇଛି।ଏ କେମିତି ହେଲା? ଗତ କାଲି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଗଛଟି ରାତାରାତି କେମିତି ଶଢ଼ି ପାରେ? ଆଶ୍ଚର୍ଯ୍ୟ ର ସୀମା ରହିଲା ନାହିଁ ସେମାନଙ୍କର। ଫେରିଆସି ରାଜାଙ୍କୁ ଜଣାଇଥିଲେ ଯେ ଗଛଟି ଶଢିଯାଇଥିବାରୁ ତାହା କାଟିବା ସମ୍ଭବପର ହେଲା ନାହିଁ।ରାଜା ଅନ୍ୟ ଉପାୟ ଚିନ୍ତା କରିବାକୁ ଲାଗିଲେ।ପାଖ ଜଙ୍ଗଲରୁ ଦୁଇ ତିନୋଟି ଗଛ କାଟି ତାର ଗଣ୍ଡି କୁ ଏକାସହ ବାନ୍ଧି ଗୋଟିଏ ଖୁମ୍ବ ବା ସ୍ତମ୍ବ ପ୍ରସ୍ତୁତ କରି ପ୍ରାସାଦରେ ଲଗାଇବାକୁ ଆଦେଶ ଦେଲେ ଓ ତାହା ହିଁ ହେଲା।ସ୍ଵର୍ଣଝରା ନିଜକୁ କଟା ଯିବାରୁ ରୋକି ପାରିଲା।
କିନ୍ତୁ ବଗିଚାର ସମସ୍ତ ଗଛଗୁଡିକ ଆଶ୍ଚର୍ଯ୍ୟ ଚକିତ ହୋଇ ସ୍ଵର୍ଣଝରା କୁ ପ୍ରଶ୍ନ କଲେ ଯେ ଏ ସବୁ କିପରି ସମ୍ଭବ ହେଲା?ରାତାରାତି ତୁମ ଗଣ୍ଡି କିପରି ଶଢି ଗଲା?ସ୍ଵର୍ଣଝରା ଉତ୍ତର ରଖିଲା ଯେ ସାମାନ୍ୟ ଦୁବଘାସ ତାକୁ ସାହାଯ୍ୟ ଓ ସହଯୋଗ ର ହାତ ବଢାଇଥିଲା।ଜଂଗଲି ଜୋକ ମାନଙ୍କୁ ଘାସ ସାହାଯ୍ୟ ମାଗିଥିଲା।ଫଳରେ ସେମାନେ ତାଙ୍କ ଶରୀର ରୁ ନିର୍ଗତ ଲାଳ ସାହାଯ୍ୟରେ ଗଛରେ ଲାଖିଯାଇଥିଲେ। ତାଙ୍କ ଶରୀର ର ରଙ୍ଗ ଗଛ ର ଗଣ୍ଡି ସହ ମିଶି ଯାଉଥିଲା।ତାଙ୍କ ଦେହଗୁଡିକ ନରମ ଓ ମାଂସlସୀ ହୋଇଥିବାରୁ ଗଛ କଟlଳି ମାନେ ଭାବିଲେ ଯେ ଗଣ୍ଡି ଟି ଶଢି ଯିବାକୁ ବସିଛି କିନ୍ତୁ ମୁଁ ଯେମିତି କୁ ସେମିତି ଥିଲି।ତେଣୁ ମୁଁ ବୁଝିଗଲି ବନ୍ଧୁତା କରିବାରେ ଛୋଟବଡ଼,ସବଳ ଦୁର୍ବଳ ନଦେଖି
ହୃଦୟ ଦେଖିବା ଉଚିତ ।ସେ ହେଉଛି ପ୍ରକୃତ ବନ୍ଧୁ ଯେ ବିପଦ ସମୟରେ ସାହାଯ୍ୟ ଓ ସହଯୋଗର ହାତ ବଢlନ୍ତି ଓ ବନ୍ଧୁତ୍ୱ ର ସମ୍ପର୍କକୁ ସେମାନଙ୍କ ସ୍ନେହପ୍ରେମର ଡୋରୀ ରେ ବାନ୍ଧି ଆହୁରି ମଝଭୁତ କରିବାର ଇଚ୍ଛା ରଖନ୍ତି ସେମାନେ ପ୍ରକୃତ ବନ୍ଧୁ।
ଲୋକମାନେ ସନ୍ୟାସୀ ଙ୍କ ଗଳ୍ପର ର ମର୍ମ ଅନୁଭବ କରି ସେମାନଙ୍କ ପ୍ରଶ୍ନର ଉତ୍ତର ପାଇସାରିଥିଲେ।
ରାଉରକେଲା
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।