ଭଜରାମ ସେଠୀ
ଓଡ଼ିଆ କୁହ ,ଓଡ଼ିଆ କୁହ ମୋ ସୁନା ଭାଇ ,ଭଉଣୀଓଡ଼ିଆ ଭାଷା'ର ମାନ ମହତ ରଖିବା ଟେକ ପୁଣି .......।୧।
ଓଡ଼ିଆ ଭଷା ଭାରି ବଢିଆ କହିବା ଯେ ହସି ହସି ,
ଓଡ଼ିଶା'ର ନାମ ଶୋଭା ରହିବ ଓଡ଼ିଆ ଦେଲେ ଲେଖି ।୨।
ଓଡ଼ିଆ ମାଟି'ର ଉତ୍କଳ ମଣି ଓଡ଼ିଆ ଭାଷାର ସେ ଟେକ ,
ଓଡ଼ିଶା ଭୂଇଁରେ ଦୁଃଖୀ ରଙ୍କି ପ୍ରାଣେ ଜୀବନ୍ତ ସେବକ ।୩।
ଓଡ଼ିଆ ବୀର ସୁଭାଷ ବୋଷ କଳିଙ୍ଗ'ର ବୀରଶିରି,
ଓଡ଼ିଶା ଆଙ୍ଗନେ ଜାତ ହୋଇ ଫିରିଙ୍ଗିକୁ ଦେଲେ ତଡି ।୪।
ଓଡ଼ିଶା ମୋର ଜନମ ଭୂଇଁ ଅନେକ ବୀର'ର ମାତା,
ଓଡ଼ିଆ କହି, ମା' ପଣତରେ ଲେଖିବା ପୁଣ୍ୟ'ର ଗୀତା ।୫।
ଓଡ଼ିଆ ଭାଷାର ପଚାର କରନ୍ତି ପିତୃ ବୀର୍ଯ୍ୟ ପୁଅ,
ଓଡ଼ିଆ ଭୁଲିବା କହୁଛି ଯେ, ଜାରଜ ଅଟେ ନିଶ୍ଚୟ ।୬।
ଓଡ଼ିଆ ମୋ ପ୍ରାଣ, ରହିଛି ମୋ ପଖାଳ କଂସା'ର ଯଶ,
ଓଡ଼ିଆ ମାଟି ମୋ ଏନ୍ତୁଡିଶାଳ, ଜୁଈ ଜାଳି ହେବି ଶେଷ ।୭।
*******************************
ନିରାଳ-ଗଞ୍ଜାମ
୯୫୬୬୮୭୬୫୦୪
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।