ବିଦ୍ଯାଧର ଖଟୁଆ
-----------------
ଆଜିର ସମ୍ପର୍କ ଗଢ଼ି ଯେ ଉଠିଛି
ମିଛ ସମ୍ପର୍କକୁ ନେଇ
ମଣିଷ ଭାବୁଛି ମୋର ଏ ଆଦର
ଜାଣି ପାରିବେନି କେହି ।
ନିଜ ସ୍ବାର୍ଥ ପାଇଁ ଆଜି ସେ ଖେଳୁଛି
ଜୀବନ ଜୀବିକା ଖେଳ
ଭାବୁ ନାହିଁ ସିଏ ଏ ମିଛ ସମ୍ପର୍କ
ଦିନେ ହେବ ତା'ର କାଳ ।
ଭାବ ଦିଆନିଆ ନୁହେଁ ଯେ କେବଳ
ସୁଖ ବେଳେ ବନ୍ଧୁ ପାଶେ
ଦୁଃଖ ବେଳେ ଯଦି ଠିଆ ନ ହୋଇବା
ଦୋଷୀ ହେବା ଅବଶେଷେ ।
କରୁଛି ମିନତୀ ଆହେ ବନ୍ଧୁଗଣ
ମିଛ ସମ୍ପର୍କକୁ ଛାଡ
ଦୁନିଆ ଦାଣ୍ଡରେ ସବୁଦିନ ପାଇଁ
ସତ୍ୟର ପାବଛ ଚଢ ।
ବାଙ୍କୀ-କଟକ
ଜୟ ସାହିତ୍ୟ, ଜୟ ସମାଜ
-----------------
ଆଜିର ସମ୍ପର୍କ ଗଢ଼ି ଯେ ଉଠିଛି
ମିଛ ସମ୍ପର୍କକୁ ନେଇ
ମଣିଷ ଭାବୁଛି ମୋର ଏ ଆଦର
ଜାଣି ପାରିବେନି କେହି ।
ନିଜ ସ୍ବାର୍ଥ ପାଇଁ ଆଜି ସେ ଖେଳୁଛି
ଜୀବନ ଜୀବିକା ଖେଳ
ଭାବୁ ନାହିଁ ସିଏ ଏ ମିଛ ସମ୍ପର୍କ
ଦିନେ ହେବ ତା'ର କାଳ ।
ଭାବ ଦିଆନିଆ ନୁହେଁ ଯେ କେବଳ
ସୁଖ ବେଳେ ବନ୍ଧୁ ପାଶେ
ଦୁଃଖ ବେଳେ ଯଦି ଠିଆ ନ ହୋଇବା
ଦୋଷୀ ହେବା ଅବଶେଷେ ।
କରୁଛି ମିନତୀ ଆହେ ବନ୍ଧୁଗଣ
ମିଛ ସମ୍ପର୍କକୁ ଛାଡ
ଦୁନିଆ ଦାଣ୍ଡରେ ସବୁଦିନ ପାଇଁ
ସତ୍ୟର ପାବଛ ଚଢ ।
ବାଙ୍କୀ-କଟକ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।