10/03/2019

ଶ୍ଯାମଳୀ

ଶୁଭସ୍ମିତା ବେହେରା 

                ଶ୍ଯାମଳୀ ଲେଖୁଛି ଆଜି ତା' କାହାଣୀ

                                 ଭିନ୍ନ ରଙ୍ଗ ଦେଇ ,
ଏକ — ଭିନ୍ନ ଢ଼ଙ୍ଗ ଦେଇ
 ଭିନ୍ନ ତୂଳୀରେ  ଆଙ୍କୁଛି ଛବି
ନିଜ ସତ୍ତାକୁ ନେଇ !
ଭିନ୍ନ ତା' ଗାଥା,
ଭିନ୍ନ  ସେ କଥା,
 ଭିନ୍ନ ତାହାର ନକ୍ସା....
ଏମିତି ଆଙ୍କେ, ଆଙ୍କି ଚ଼ାଲେ ସେ
ଅନେକ କିଛିକୁ ନେଇ !


ତା'ରି ଭିତରେ ଖୋଜି ହେଉଥାଏ ,
ନିଜ ସତ୍ତାଟି କାହିଁ ।
ଖୋଜେ ମନେମନେ
କା' ମନ ଗହନେ
କେଉଁ ଦୂର ବନେ
  ଗରିବର କୁଡିଆରେ,
ଅସହାୟ  ଏକ ମଣିଷ ଭିତରେ
ବ୍ୟଥାର ଶିଖରେ ଯାଇ ;
 ବିଦ୍ରୋହ କରେ ମଣିଷ ଜାତିର
ନୀଚ ଭାବନାକୁ ନେଇ ,

ଯେଉଁଠାରେ ଭେଦ ଭାଵନା ବିଚରେ
ରଙ୍ଗ,
ବର୍ଣ୍ଣ,
ଜାତି,
ଲିଙ୍ଗର,
ପୁଣି — ଧର୍ମର ରୂପ ନେଇ ।

ଜେନାପୁର-ଯାଜପୁର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।