ଚି଼ନ୍ମୟୀ ପଣ୍ଡା (ପ୍ରାଚୀଲେଖା)

କାହିଁ ଗଲା ପିଲା ଦିନ
ସାଙ୍ଗ ସାଥି ମେଳ।
କେତେ କଥା କଟା କଟି
କେତେ ମାଡଗୋଳ।।
ରାଗ ରୁଷି ଅଭିମାନ
ମୁହଁ ଫୁଲା ଫୁଲି।
ହସ ଖୁସି କଉତୁକ
ସାଥେ ତେଲା ତେଲି।।
ବୋହୂଚୋରି ଖେଳ ଆଉ
ଲୁଡୁ ପଶା ପାଲି।
ଛୁଟିଦିନେ ଜମିଯାଏ
ବେଳ ଯାଏ ଚାଲି।।
ଭୋଜି ଭାତ ମଉଛବ
ରଜ ଦୋଳି ଖେଳ।
ପ୍ରୀତି ରଙ୍ଗ ବୋଳା ବୋଳି
ଫଗୁଣର ଦୋଳ।।
ଦେବୀ ମେଢ ଦଶହରା
କୁଆଁର ପୂନେଇ।
ଦୀପାବଳି ବାଣଫୁଟା
ଭୁଲି ହୁଏ ନାହିଁ।।
ସ୍ମୃତି ରୂପେ ବଂଚିଅଛି
ସତେ ମୋର ଛାଇ।
ଭାବନାରେ ଆସି ମନେ
ଆନନ୍ଦ ଦିଅଇ।।
ଭୁଲି ନାହିଁ ନ ଭୁଲିବି
କେବେ ସେହି ଦିନ।
ଜୀବନ ଯାତ୍ରାରେ ସେ ଯେ
ପ୍ରଥମ ସୋପାନ।।
ଫକୀରପୁର , କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ



No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।