ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଗଣେଶ ପୂଜା ଆସିଲେ
ଗାଁଆ ପିଲାଙ୍କର ମେଳି
ସାହି ସାହି ମେଢ ବସେ
କେତେ ଭଳି ଭଳି ।
ଚାନ୍ଦା ଭେଦା ଘର ଘର
ଡ଼ାକ ପଡେ ହୁର
ମୋଟା ଅଙ୍କ ନ ଦେଲେ ଯେ
ହୁଏ ଦାଦା ଗିରି ।
ମେଢ କେତେ ବଡ ହେବ
ପଡେ ଯେ ବିଚାର
ମୂର୍ତ୍ତି ବଡ ନ ହୋଇଲେ
ସବୁ ନାରଖାର ।
ପ୍ରତିଯୋଗିତାର ପାଶେ
ଭକ୍ତି ପଡେ ବଳି
ସିନେମା ଗୀତରେ ଦାଣ୍ଡ
ଉଠେ ଯେ ଉଛୁଳି ।
ମାଇକିରେ ମୁଁହ ଦେଇ
ନନା ମନ୍ତ୍ର ପଢେ
କଣ୍ଠଟା ସୁନ୍ଦର ତା'ର
ଭକ୍ତି ଭାବ ବଢେ ।
ଆଧୁନିକ ଭୋଗ ପୁଣି
ସେଓ ବୁନ୍ଦିଆରେ
ଖସାଲଡୁ ଉଖୁଡ଼ାକୁ
କିଏସେ ପଚାରେ ।
ପୂଜା ଉପଚାର ସବୁ
ସରିଗଲା ପରେ
ରାତି ସାରା ଡିସ୍କୋଡ୍ଯାନ୍ସ୍
ମେଲୋଡିରେ ଭରେ ।
ଦୁଇଦିନ ପରେ ଆସେ
ଭସାଣୀର ବେଳା
ସାଇ ମେଢ଼ ଆସିଯାଏ
କେତେ ଭେଳା ଭେଳା ।
କାହା ଡିଜେ କେତେ ବାଜେ
କେତେ ସାଜସଜା
ଦାଣ୍ଡ ଦୁଲୁକେଇବାକୁ
ନାଲିପାଣି ଖୋଜା।
ପୂଜା ଉପଚାର ପଛେ
କମ୍ ପଡିଥାଉ
ମୋଟା ଅଙ୍କ ପଇସାଟା
ଭସାଣୀରେ ଯାଉ ।
ଏଠି ପୁଣି ଆସେ ତାଙ୍କ
ଇଜ୍ଜତର କଥା
ପାନରୁ ଚୂନ ଖସିଲେ
ଘୁରାଏ ଯେ ମଥା।
ଭଜନ ଚୂଲିକି ଗଲା
ଆଧୁନିକ ବାଜେ
ସୁର ଲୟ ତାଳ ସବୁ
ଲୁଚେ ମୁହଁ ଲାଜେ ।
ଯୁଗ ବଦଳିଛି ଆଜି
ବଦଳିଛି ପୂଜା
ବିଦ୍ୟାଳୟ ଛାଡି ପିଲେ
ନିଅନ୍ତି ଯେ ମଜା।
ବିଚିତ୍ର ଏ ଭକ୍ତି ପୁଣି
ବିଚିତ୍ର ଏ ପୂଜା
ଅପାଠୁଆଙ୍କର ମେଳି
ଖଟାନ୍ତି ଯେ ଭେଜା ।
ଅଗ୍ରପୂଜ୍ୟ ବୋଲି ତାଙ୍କୁ
ଜାଣେ ଯେ ଜଗତ
ସେଥିପାଇଁ ବାତରାଏ
ହୁଅନ୍ତି ଯେ ମତ ।
ଡିଜେ ଶବ୍ଦେ ଗଣେଶଙ୍କ
କାନ ଯାଏ ଫାଟି
ଫେଣ ପାଣି ଧୂଳିରେ ଯେ
ଫିଟାନ୍ତିନି ଆଖି।
ଗଣେଶ ଆଖିରେ ଆଜି
ଲୁହ ଝର ଝର।
ଡାକନ୍ତି ପିତାଙ୍କୁ ମର୍ତ୍ତ୍ୟୁ
ଉଦ୍ଧାର ଯେ କର।
**************
ଓରାଳି-ହାଟଡ଼ିହି-କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ

ଗଣେଶ ପୂଜା ଆସିଲେ
ଗାଁଆ ପିଲାଙ୍କର ମେଳି
ସାହି ସାହି ମେଢ ବସେ
କେତେ ଭଳି ଭଳି ।
ଚାନ୍ଦା ଭେଦା ଘର ଘର
ଡ଼ାକ ପଡେ ହୁର
ମୋଟା ଅଙ୍କ ନ ଦେଲେ ଯେ
ହୁଏ ଦାଦା ଗିରି ।
ମେଢ କେତେ ବଡ ହେବ
ପଡେ ଯେ ବିଚାର
ମୂର୍ତ୍ତି ବଡ ନ ହୋଇଲେ
ସବୁ ନାରଖାର ।
ପ୍ରତିଯୋଗିତାର ପାଶେ
ଭକ୍ତି ପଡେ ବଳି
ସିନେମା ଗୀତରେ ଦାଣ୍ଡ
ଉଠେ ଯେ ଉଛୁଳି ।
ମାଇକିରେ ମୁଁହ ଦେଇ
ନନା ମନ୍ତ୍ର ପଢେ
କଣ୍ଠଟା ସୁନ୍ଦର ତା'ର
ଭକ୍ତି ଭାବ ବଢେ ।
ଆଧୁନିକ ଭୋଗ ପୁଣି
ସେଓ ବୁନ୍ଦିଆରେ
ଖସାଲଡୁ ଉଖୁଡ଼ାକୁ
କିଏସେ ପଚାରେ ।
ପୂଜା ଉପଚାର ସବୁ
ସରିଗଲା ପରେ
ରାତି ସାରା ଡିସ୍କୋଡ୍ଯାନ୍ସ୍
ମେଲୋଡିରେ ଭରେ ।
ଦୁଇଦିନ ପରେ ଆସେ
ଭସାଣୀର ବେଳା
ସାଇ ମେଢ଼ ଆସିଯାଏ
କେତେ ଭେଳା ଭେଳା ।
କାହା ଡିଜେ କେତେ ବାଜେ
କେତେ ସାଜସଜା
ଦାଣ୍ଡ ଦୁଲୁକେଇବାକୁ
ନାଲିପାଣି ଖୋଜା।
ପୂଜା ଉପଚାର ପଛେ
କମ୍ ପଡିଥାଉ
ମୋଟା ଅଙ୍କ ପଇସାଟା
ଭସାଣୀରେ ଯାଉ ।
ଏଠି ପୁଣି ଆସେ ତାଙ୍କ
ଇଜ୍ଜତର କଥା
ପାନରୁ ଚୂନ ଖସିଲେ
ଘୁରାଏ ଯେ ମଥା।
ଭଜନ ଚୂଲିକି ଗଲା
ଆଧୁନିକ ବାଜେ
ସୁର ଲୟ ତାଳ ସବୁ
ଲୁଚେ ମୁହଁ ଲାଜେ ।
ଯୁଗ ବଦଳିଛି ଆଜି
ବଦଳିଛି ପୂଜା
ବିଦ୍ୟାଳୟ ଛାଡି ପିଲେ
ନିଅନ୍ତି ଯେ ମଜା।
ବିଚିତ୍ର ଏ ଭକ୍ତି ପୁଣି
ବିଚିତ୍ର ଏ ପୂଜା
ଅପାଠୁଆଙ୍କର ମେଳି
ଖଟାନ୍ତି ଯେ ଭେଜା ।
ଅଗ୍ରପୂଜ୍ୟ ବୋଲି ତାଙ୍କୁ
ଜାଣେ ଯେ ଜଗତ
ସେଥିପାଇଁ ବାତରାଏ
ହୁଅନ୍ତି ଯେ ମତ ।
ଡିଜେ ଶବ୍ଦେ ଗଣେଶଙ୍କ
କାନ ଯାଏ ଫାଟି
ଫେଣ ପାଣି ଧୂଳିରେ ଯେ
ଫିଟାନ୍ତିନି ଆଖି।
ଗଣେଶ ଆଖିରେ ଆଜି
ଲୁହ ଝର ଝର।
ଡାକନ୍ତି ପିତାଙ୍କୁ ମର୍ତ୍ତ୍ୟୁ
ଉଦ୍ଧାର ଯେ କର।
**************
ଓରାଳି-ହାଟଡ଼ିହି-କେନ୍ଦୁଝର
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।