ସୁରଥ କୁମାର ରାଉତ
ସାହିତ୍ୟାକାଶର ଧ୍ରୁବତାରା ସମ
ତୁମେ ତ ଅମୂଲ୍ୟ ଜ୍ୟୋତି
ତୁମ ମହାନତା ତୁମରି ସାଧନେ
ରଖିଲ ସବୁଠି ଖ୍ୟାତି ।
ପେଶାରେ ତୁମେ ତ ଶିକ୍ଷକ ଯେ ଥିଲ
ଲେଖାରେ ତୁମର ମନ
ସାହିତ୍ୟର ପୁଣି ବିକାଶ ପାଇଁକି
ଗଢିଛ ବହୁ ଅନୁଷ୍ଠାନ ।
ମା' ପାଟେଶ୍ବରୀ ସାହିତ୍ୟ ସଂସଦ
ଅଟେ ତହିଁ ତୁମରି ଦାନ
ନିଜ ସାରସ୍ବତ ସୃଷ୍ଟି ପାଇଁ ପୁଣି
ଲଭିଛ କେତେ ସମ୍ମାନ ।
ବାର୍ଦ୍ଧକ୍ୟ ତୁମକୁ ଛୁଇଁ ପାରିନାହିଁ
ଯୁବା ଭଳି କର କାମ
ଥକି ପଡିନାହଁ ଜୀବନରେ କେବେ
ଚଳଚଞ୍ଚଳ ତ ମନ ।
ସୃଷ୍ଟି କରିଅଛ କେତେ ଯେ ସମ୍ଭାର
କେତେ ଜ୍ଞାନୀ ଗୁଣୀ ଗଣ
ଉତ୍ତର ପିଢୀ ସାହିତ୍ୟିକ ପାଇଁ
ତୁମେ ଏକ ଉଦାହରଣ ।
ଶିଶୁ ମାନଙ୍କ ପାଇଁ ଲେଖିଛ ଅନେକ
ଗଳ୍ପ କବିତା ମାନ
ଥରେ ସେ ଲେଖା ଯିଏ ତ ପଢିଛି
ଭୁଲି ପାରିନି ଯେସନ ।
କଥାରେ ତୁମ କେତେ ମଧୁରତା
ଅମାପ ସ୍ନେହ ଭରପୂର
ତୁମେ ଆଜି ସିନା ଛାଡି ଚାଲି ଗଲ
ମନ ଝୁରେ ବାରବାର ।
ନିଷ୍ଠୁର ନିୟତି ନିର୍ଦ୍ଦେଶରେ ତୁମେ
ଆଜି ଯାଇଅଛ ଶୋଇ
ଏ ମନ କହୁଛି ତୁମେ ତ ଫେରିବ
ସାହିତ୍ୟ ଉନ୍ନତି ପାଇଁ ।
=====================
ସଭାପତି - ପରିବାର ସାହିତ୍ଯ ସଂସଦ
ବନ୍ଧୁପୁର-ସମିତଂଗା-କଟକ👬🙎👬
=======================
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।