ଉମାକାନ୍ତ ଦାସ
ଚାଲ ସଖି ଯିବା ଭୁବନେଶ୍ବରଦେଖିବା ସେଠି ସାହିତ୍ଯ ସମ୍ଭାର ।।
କେତେ ବନ୍ଧୁ ବାନ୍ଧବୀଙ୍କୁ ଭେଟିବା
ଆନନ୍ଦେ ସମ୍ପର୍କ ସୃଷ୍ଟି କରିବା ।।
ତାଙ୍କ ମନ କଥା ଆମ୍ଭେ ଶୁଣିବା
ଆମ୍ଭ ଦୁଃଖ ତାଙ୍କ ଆଗେ କହିବା ।।
ଆସର ସ୍ରଷ୍ଟାଙ୍କୁ ନେତ୍ରେ ଦେଖିବା
କିଛି ପାଠ କରି କିଛି ଶୁଣିବା ।।
ସ୍ରଷ୍ଟା ପରିଭାଷା ହୃଦେ ବୁଝିବା
କେତେ ଜ୍ଞାନୀ ମାନୀ ନିଜେ ଜାଣିବା ।।
ପତ୍ରିକାର ପୃଷ୍ଠା ପଢି ବୁଝିବା
ଛପିଛି କେମିତି ଆମେ ଶିଖିବା ।।
କିଏ କେଉଁ ମାନେ ଗଣ୍ଯ ଜାଣିବା
କି ଉପାଧି ଜ୍ଞାନେ ମାନ ଦେଖିବା ।।
ଯେଉଁମାନେ ତାକୁ ମାନ ମିଳଇ
ସେ ଯୋଗ୍ଯ ତା'ଠି ଅଛି କି ନାହିଁ ।।
ସ୍ରଷ୍ଟା ସଭାପତି ସମ୍ପାଦକଙ୍କ
ଜ୍ଞାନ କୌଶଳ ଜାଣିବା ତାଙ୍କ ।।
ଯେଉଁ ମହାତ୍ମାଙ୍କ ନାମେ ଘୋଷିତ
ପ୍ରମାଣେ ଦେଖିବା ତାଙ୍କ ଚରିତ ।।
ବାଣ୍ଟୁଥିବା ଜନ କେତେ ବିଦ୍ବାନ
ପରଖି ଦେଖିବା ତାହାରି ଜ୍ଞାନ ।।
ଯିଏ ଚିହ୍ନି ନାହିଁ ନଇର ଗୋଟି
ସେ ପୁଣି ବାଣ୍ଟୁଛି ସୁନା ଆଙ୍ଗୁଠି ।।
ଯିଏ ଦେଖି ନାହିଁ ସାକେଲ ଘଡି
ତା' ମୁଣ୍ଡରେ ଶୋଭା ସ୍ରଷ୍ଟା ପଗଡି ।।
ଯିଏ ଦେଖି ନାହିଁ ଶବଦ ପେଡି
ସେ କରୁଛି ଆଜି ସାହିତ୍ଯ ରଡି ।।
କି ହେଲା ସମୟ ଯାଏ ବିଗିଡି
ମୂର୍ଖ ବାଣ୍ଟେ ମାନପତ୍ର ସଜାଡି ।।
ଜଗତର ଜନେ ହସି କହନ୍ତି
ସାହିତ୍ଯକୁ ସ୍ରଷ୍ଟା ବିଗାଡି ଦ୍ଯନ୍ତି ।
ଲାଲବାଗ-ଖାନନଗର-ମଙ୍ଗଳପୁର-ଯାଜପୁର
ଟ୍ରିଂ ଟ୍ରିଂ - ୯୮୭୩୨୩୬୪୪୧
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।