10/03/2019

ଜଉଦାହ

ଶିଳ୍ପୀ କେଶୁ ଦାସ


ହେ ଜଉ ଦୋକାନଦାର ଭାଇମାନେ ,
ତୁମ ଦୋକାନରେ
ଦୁଇ ଚାରି କିଲୋ ଜଉ
ମହଜୁଦ ରଖିଥିବ ସଦା ।
କେ' ଜାଣେ କେତେବେଳେ
ମୃତ୍ୟୁ ଆସି ଠିଆ ହେବ
ମୋ' ପାଖେ  ??
ନା ତୁମେ ଜାଣ
ନା ମୁଁ ।
ମୋ' ଚିତାରେ
ଚନ୍ଦନ କାଠ ଘିଅ ବଦଳରେ
ମୋ' ପ୍ରିୟ ଜନମାନେ
ଜଉ ଖଣ୍ଡେ ଖଣ୍ଡେ ପକାଇ
ଜଉଦାହ କରିବେ ମତେ ।
ତାଙ୍କର ପ୍ରଚଣ୍ଡ ବିଶ୍ୱାସ
ଜଉଦାହେ ମୁଁ ଯିବି ସ୍ବର୍ଗ।
ତାଙ୍କ ବିଶ୍ୱାସକୁ
ଅତୁଟ ରଖିବ ତୁମେମାନେ।
ତାଙ୍କ ଇଚ୍ଛାକୁ ପୁରଣ କରିବ
ମୋ ଯିବା ବେଳେ ।
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।