10/03/2019

ତୁମେ କିଏ ?

ପ୍ରୀତିପଦ୍ମା ଦାସ
##################
ହେ କାପୁରୁଷ  ଭୀରୁ  ଅମଣିଷ
ତୁମେ  କି  ଭୁଲିଯାଉଛନ୍ତି......
କୁରୁସଭା ତଳେ କୌରବଙ୍କ ସ୍ଥିତି
ତୁମେ  କି ପାଶୋରି ଦେଉଛ
କୃଷ୍ଣ ସଖା କୃଷ୍ଣାର ଲୋତକର ଶକ୍ତି
ଅପମାନ ବହ୍ନିର ଲାଲ ଡହଡହ ତାତି
ତୁମେ  କ'ଣ  ସେହି  ଦାନବ
ଦୁର୍ଯ୍ୟୋଧନ ଦୁଃଶାସନ ରୂପେ
ଓହ୍ଲାଇ ଆସିଛ ଏଇ ପବିତ୍ର ପୁଣ୍ୟଭୂମିକୁ.......!

ତୁମେ  କ'ଣ  ପଣ କରି ଆସିଛ
ନାରୀକୁ  ଭୋଗ୍ଯ ସାମଗ୍ରୀ ଭାବିବ.....
ତୁମେ  କ'ଣ  ସଂକଳ୍ପ  କରିଛ
ନାରୀର  ଇଜ୍ଜତକୁ ଦାଣ୍ଡେ ଗଡାଇବ.....
ତୁମେ କ'ଣ ରୁଗ୍ଣ ମାନସିକତାରେ ଜୀଇଁଛ
ନାରୀର ଚରିତ୍ରକୁ ଖିନ୍ ଭିନ୍  କରିବ.....
ତୁମେ  କ'ଣ  ଜନ୍ମ ନେଇଛ...?
ନାବାଳିକା  ଅବା  ସାବାଳିକାର
କଅଁଳ ଅବା ହାଡୁଆ ଦେହ ଝୁଣି ଖାଇବାକୁ...!!

ତୁମେ  କ'ଣ ଶିଖିନାହଁ ....
ଆର୍ଯ୍ଯଭୂମିର ପଞ୍ଚୁ ପାଣ୍ଡବଙ୍କଠାରୁ
ନାରୀର ସମ୍ମାନ  ନାରୀର ସୁରକ୍ଷା....
 ତୁମେ କିଏ ଯେ...?
ନାରୀକୁ ସମାଲୋଚନାର ପାତ୍ରୀ କରିଦେବ...
କେଉଁ  ଅଧିକାରରେ  ତୁମେ ...?
ଲୁଟି ଚାଲିଥିବ ତା'ର  ଇଜ୍ଜତ
ବାରମ୍ଵାର ଦୁନିଆ ଦାଣ୍ଡରେ
ପୀଡିତାର ପରିଚୟ ଦେଇ ଯାଉଥିବ ତାକୁ....!!!

################
🙏ଭଦ୍ରକ🙏
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।