ଡ଼ଃ ମହେନ୍ଦ୍ର ପ୍ରତାପ ଦାସ (ଦୁର୍ବାଦଳ)
ମୋ ଆଖି ସେଇଠି ପଡିଛି
ଯେଉଁଠି ନାହିଁ,ଅସୁୟା,ଅହଂକାର
ଗର୍ବର ମହମ ବୋଳା ଉଦାସ
ଠିକ୍ ଜାଗାରେ ପଡିଲେ ବି
ମିଳେଇ ଯାଉଛି ସ୍ପୃହା ଦେଖି ଉପହାସ ।
ତଥାପି ଆଖିକୁ ମଳି ଖୋଜୁଛି ମୁଁ
ଭାଦ୍ରବର ମୁଣ୍ଡଫଟା ପାଣି ଖରାରେ
କାଳେ କେଉଁ ତଡ଼ାଗରେ
ଫୁଟିଥିବ ନିଖୁଣ କଇଁଟିଏ
ଯାହାର ହସରେ ଭାଷାରେ ନ ଥିବ
ଅହମିକାର ତୀବ୍ର ଗାନ୍ଧାର।
ଖୋଜି ଖୋଜି ନୟାନ୍ତ ହେଲିଣି
ବୋଉ ବତେଇଥିବା ବାଟ ବି ଭୁଲିନି
ସେହି ବାଟରେ ଯିବୁରେ ଧନ
ଯେଉଁ ବାଟରେ ନ ଥିବ ବାଇଡଙ୍କ ମିଶା ପବନ
କାରଣ କଣ୍ଟାକୁ ସିନା ଆଦେଖାରେ
ମାଡିଦେଲେ କଣ୍ଟାରେ କାଢ଼ିଦେବୁ
କିନ୍ତୁ ବାଇଡଙ୍କ ମିଶା ପବନ
ତୋର ନରମ ଫୁସଫୁସରେ ପଶି ନରମ ବାଟ ବାନ୍ଧିନେବ।
ମୋ ଆଖି ଆଜି ଘୁରିବୁଲେ
ମୁଁ ମାଛି ହୋଇଛି ସିନା
ହେଲେ କେଉଁଠି ଅଛି
ମଣିଷ ତିଆରି ନର୍କରେ ଖୋଜା ହୁଆ ବଣ ଶେଫାଳୀକୁ
ତାକୁ ନ ପାଇଲେ
ନିରୋଳାରେ ବସି ଆଘ୍ରାଣେ
ଠାରି ପୁଲକ ଭରା ମହକକୁ
ଅନନ୍ୟାର ଶାଶ୍ୱତ ସ୍ଫଟିକ ପରି ଚରିତ୍ରକୁ।
ଜୟ ସାହିତ୍ୟ, ଜୟ ସମାଜ
ମୋ ଆଖି ସେଇଠି ପଡିଛି
ଯେଉଁଠି ନାହିଁ,ଅସୁୟା,ଅହଂକାର
ଗର୍ବର ମହମ ବୋଳା ଉଦାସ
ଠିକ୍ ଜାଗାରେ ପଡିଲେ ବି
ମିଳେଇ ଯାଉଛି ସ୍ପୃହା ଦେଖି ଉପହାସ ।
ତଥାପି ଆଖିକୁ ମଳି ଖୋଜୁଛି ମୁଁ
ଭାଦ୍ରବର ମୁଣ୍ଡଫଟା ପାଣି ଖରାରେ
କାଳେ କେଉଁ ତଡ଼ାଗରେ
ଫୁଟିଥିବ ନିଖୁଣ କଇଁଟିଏ
ଯାହାର ହସରେ ଭାଷାରେ ନ ଥିବ
ଅହମିକାର ତୀବ୍ର ଗାନ୍ଧାର।
ଖୋଜି ଖୋଜି ନୟାନ୍ତ ହେଲିଣି
ବୋଉ ବତେଇଥିବା ବାଟ ବି ଭୁଲିନି
ସେହି ବାଟରେ ଯିବୁରେ ଧନ
ଯେଉଁ ବାଟରେ ନ ଥିବ ବାଇଡଙ୍କ ମିଶା ପବନ
କାରଣ କଣ୍ଟାକୁ ସିନା ଆଦେଖାରେ
ମାଡିଦେଲେ କଣ୍ଟାରେ କାଢ଼ିଦେବୁ
କିନ୍ତୁ ବାଇଡଙ୍କ ମିଶା ପବନ
ତୋର ନରମ ଫୁସଫୁସରେ ପଶି ନରମ ବାଟ ବାନ୍ଧିନେବ।
ମୋ ଆଖି ଆଜି ଘୁରିବୁଲେ
ମୁଁ ମାଛି ହୋଇଛି ସିନା
ହେଲେ କେଉଁଠି ଅଛି
ମଣିଷ ତିଆରି ନର୍କରେ ଖୋଜା ହୁଆ ବଣ ଶେଫାଳୀକୁ
ତାକୁ ନ ପାଇଲେ
ନିରୋଳାରେ ବସି ଆଘ୍ରାଣେ
ଠାରି ପୁଲକ ଭରା ମହକକୁ
ଅନନ୍ୟାର ଶାଶ୍ୱତ ସ୍ଫଟିକ ପରି ଚରିତ୍ରକୁ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।