ସୁବଳ ଚରଣ ରାଉତରାୟ
ପ୍ରଭୁ ! ଆଜି ଯାଏ ଯେତେ ପାପ ମୁଁ ଅର୍ଜିଛି, କୃପା ଜଳେ ଦେବ ଧୋଇ ।ଏ ପାପ ଶରୀର ଲଭୁ ମୁକ୍ତି ଦ୍ୱାର,
ଗୋପୀ ମନ ଭାବ ନେଇ । ।
ଯେତେ ଦିନ ଆଉ ରଖିବ ମରତେ,
ତୁମ ନାମ ଗାଉଥିବି ଅବିରତେ,
ପୂଣ୍ୟ ପଥେ ପ୍ରଭୁ ନେଇ ଯିବ ମୋତେ,
ଭାବର ରସେ ବୁଡାଇ । ।
ଅଜ୍ଞାନୀ ଜନ ମୁଁ ମାଗୁଛି ଅଭୟ,
ମୋ ପାଇଁ ଏତିକି ହେଉ ଅନୁଗ୍ରହ ।
ବଡ ଦେଉଳର ବେଢାରେ ରହିବି,
ଶ୍ରୀଚରଣ ଧୂଳି ହୋଇ । ।
ତୁମେ ପରା ପ୍ରଭୁ, ଅଗତିର ଗତି,
ତୁମ କୃପା ହେଲେ ଲଭିବି ମୁକତି ।
ଏ ଜନମ ପରେ ଆଉ ଏ ଧରାରେ,
ଜନମ ଲଭିବି ନାହିଁ । ।
ଯଦି ଜନ୍ମ ଦେବୁ, ଆଉ ଥରେ ପ୍ରଭୁ,
ପଶୁ ପକ୍ଷୀ ବୃକ୍ଷ,ଲତା କରିଥିବୁ ।
ଦୁଃଖ ସହୁଥିବି, କହି ନାପାରିବି,
ସୁବଳ ମାଗୁଣି ଏହି । ।
ନୂଆ ବାବଜା, ଅଁଳୋ,କଟକ ।
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।