10/03/2019

😄ଆସ୍‌ ଆମେ ଟିକେ ହସିମା😀

*******************
✴ଲୋରୀ ସ୍ବାଇଁ ✴
ଶୁନ୍ କୁନିଲତା କହିମି ମୁଁ କଥା
ଫୁସ୍ ଫୁସ୍ ମୁଇଁ ଆଜି
ଲାଜ୍ ନାଇଁ କରି ମୋର୍ ହାତ୍ ଧରି
ମେଗ୍ ପାନେ ଜିମାଁ ଭିଜି ।।

ତୁଇ ନାଚୁ ଥିମୁଁ ଛମ୍ ଛମ୍ କରି
ଟୁପୁର୍ ଟୁପୁର୍ ତାଲେ
ମୁଇଁ ନାଚୁଁ ଥିମି କାଶିଆ କପିଲା
ସାତ୍ ନେଇ କରି ବିଲେ ।।

ମୋର ତନୁଟା ଗୋ ଓଦା ହେଇଁଥିମ
ତୁଇ ଲାଜେ ଦେଖୁଁଥିମୁଁ
ଭାତ୍ ବଡ଼ିଚୁର୍  ଦେଶୀ ପିଆଁଜ କୁ
ହିଡ ଦେହେ ବାଢି ଦେମୁଁ ।।

ଖାଇଁମି ଉଲ୍ଲାସ ମନ୍‌ମେଁ ମୁଇଁଲୋ
ତୋର୍‌ ହାଥ୍‌ରନ୍ଧା କ୍ଷେତେଁ
ଆମିର୍‌ ଏ ଅମର୍‌ ପ୍ରେମ୍‌ ଦେଖ୍‌ କରିଁ
ଜହ୍ନ୍‌ ଲାଜେଇମଁ କେତେଁ ।

ତୁଇ ମୋର୍‌ ବିବି ଜୀବନ୍‌ କା ଲବି
ପ୍ରେମ୍‌ ତ ଆମିର୍‌ ହବି
ହସ୍‌ଖୁସ୍‌ କରି ଜୀବନ୍‌ ବିତାବା
ସଂସାର୍‌ ଦେଖ୍‌ବ ଛବି ।

ଓସ୍ତପୁର - କାକାଟପୁର - ପୁରୀ 
 ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।