10/03/2019

ସ୍ବିକାରୋକ୍ତି

କୈଳାସ ଚନ୍ଦ୍ର ପାଢ଼ୀ 

ସୁର ନୁହେଁ ମୁହିଁ ଅସୁର ନୁହେଁ,
ରକ୍ତ ମାଂସଧାରୀ ମଣିଷଟିଏ ।
ଲୋଡୁନାହିଁ ସ୍ବର୍ଗ ଲୋଡୁନି ନର୍କ,
କରେ ନାହିଁ କେବେ ଯୁକ୍ତି କି ତର୍କ ।
ମାନବିକତା ମୋ' ଶ୍ରେଷ୍ଠ ସମ୍ବଳ,
ବିବେକ ମୋହର ଅଟଇ ବଳ ।
ସକ୍ଷ ଅନୁସାରେ ସାହାଯ୍ୟ କରେଁ ,
ସୀମା ଲଙ୍ଘନକୁ ବହୁତ ଡରେଁ ।
ଯାହା ନୁହେଁ ତାହା କହେନି କେବେ,
ମାପିଚୁପି ବାଟ ଚାଲେ ମୁଁ ଲବେ ।
ଆତ୍ମ ବଡି଼ମାକୁ କରେ ମୁଁ ଘୃଣା ,
ଛଳ କି କୁଛଳ ନଥାଏ ଜଣା ।
ଇଶ୍ବରଙ୍କ ଦାନ ସକଳ ଜୀବ,
ତେଣୁ ସର୍ବଜୀବେ ମୋ' ପ୍ରେମଭାବ ।
କାହାକୁ ନମଣେ ଇତର ବୋଲି,
ଭଲ ପାଉଥାଏଁ ଅନ୍ତର ଖୋଲି ।
ବେଳେବେଳେ ରାଗ କ୍ରୋଧ ଓ ହିଂସା,
ମନ ତଳେ ଆସି ବାନ୍ଧଇ ବସା ।
ଧିରେସେ ବସାକୁ କରଇ ନଷ୍ଟ,
ହୃଦ ତଳେ ଜାତ ହୁଅଇ କଷ୍ଟ  ।         
କାହା ଅମଙ୍ଗଳ ଚିନ୍ତା ନକରେଁ,
ଚିତ୍ତ ରଖି ପରମାତ୍ମା ପୟରେ ।
ତେଣିକି ବାସ ମୋ' ଯେଉଁଠି ହେଉ,
ଚିନ୍ତା ଜମା ମୋର ନାହିଁଟି ଆଉ ।
*********************
କୁମାରପୁର-ଭଦ୍ରକ
==≠===============

ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।