ସାଗରିକା ଭୋଇ,ଶିକ୍ଷୟତ୍ରୀ

ଲାଗିଛି ତୋ ସହ ସେନେହ ଡୋରୀ,
କରିଛୁ ତୁ ମୋର ମନକୁ ଚୋରୀ,
ନୁହେଁ ମୁଁ ଯଶୋଦା, ନୁହେଁ ମୁଁ ଦେବକୀ,
ଜନନୀ କେବଳ ମୁଁ ଯେ ତୋ’ ରି ।
ତୁ ହସିଲେ ମୁଁ ହସୁଥାଏ, ତୁ କାନ୍ଦିଲେ ମୁଁ କାନ୍ଦୁଥାଏ,
ଶରୀର ତୋର ଗଢିଛି ମୁଁ.
ନିଜ ସହ ତୋତେ ବୋହିଛି ମୁଁ ।
ନୁହେଁ ମୁଁ ପଂଚ ପାଣ୍ଡବଙ୍କ ପରି,
ଖାଲି ଜୀବନ ଦେଇ ତୋତେ ରଖିବି ।
ସୁଖରେ ତୋତେ, ଏଇ ଆଶା ମୋହରି । ।
ଅନ୍ଧାର ରାତିରେ ଉଜ୍ଜଳ ତାରା ମୋର,
ପ୍ରତି ସୂର୍ଯେ୍ୟାଦୟ ପହିଲି କିରଣ,
ଆଲୋକିତ କରି ସଂଚରିତ କଲୁ,
ଜଡ ଶରୀରରେ ଜୀବନ ମୋହରି ।
ବାନ୍ଧିଦେଲୁ ମୋତେ ସେନେହ ଡୋରୀ,
ବାନ୍ଧିଦେଲୁ ମୋତେ ସେନେହ ଡୋରୀ,
ବ୍ରାହ୍ମଣ ସାଇଲୋ ନୋଡାଲ ବିଦ୍ୟାଳୟ,
ବ୍ରାହ୍ମଣ ସାଇଲୋ,କଟକ-୦୧୮
ଜୟ ସାହିତ୍ୟ, ଜୟ ସମାଜ
So proud of you, dear sis..😊👍🙏
ReplyDelete