10/03/2019

କବିଟିଏ

ଗୀତା ଦାସ

କବିଟିଏ ସେଇ କବିଟିଏ
ଧରଣୀ ମାଆର ଛୁଆ ସିଏ
ବିଧିର ବିଧାନେ ଚ଼ଳେ ଦିବାନିଶି
ଭାଗ୍ଯ ଲେଖିଛି ଇଶ୍ବର ଯିଏ ।

ସମୟକୁ କରେ ନାହିଁ କ୍ଷୟ   
ମାନେନା ଦୂରତ୍ୱ ବ୍ଯବଧାନ
ବରଷା ବତାସ ହେଉ ଅବା ଶୀତ
ହେଉ ବା ଗ୍ରୀଷମ ଉତ୍ତାପନ ।

ସଂସାର ଚ଼ଳଣି ନୀତି ତା'ର
ନଥାଏ ତା' ନିଘା ବରାବର
ଗୃହସ୍ଥ ହେଉ ବା ହେଉ ସେ ସନ୍ନ୍ଯାସୀ
ସାହିତ୍ୟ ସାଧନା ବ୍ରତ ତା'ର ।

ନ ବହଇ ଗର୍ବ ଅହଙ୍କାର
ନ ଲୋଡ଼ଇ ସହଚ଼ର୍ଯ୍ଯ କା'ର
ଥାଉ ଧନ ମାନ ଯଶ ପଉରୁଷ
ହେଉ ଅବହେଳିତ ବା ଦୀନ ।

କାହିଁରେ ନଥାଏ ନିଘା ତା'ର
ତା' ନିଶା ପାଖରେ ସବୁ ଛାର
ସାହିତ୍ଯ ନିଶାରେ ସଦା ବୁଡ଼ି ରହେ
ଧ୍ଯାୟୀ ବିଭୁଙ୍କ ପଦ୍ମ-ପୟର ।

ସମ୍ପାଦିକା -ଶୁଭଶ୍ରୀ ସାରଦା 
ବଳରାମପୁର,କୁଜଙ୍ଗ,ଜଗତସିଂହପୁର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।