10/03/2019

ମୋ' ପରିବାର

ସନ୍ଦୀପା ମହାପାତ୍ର

ମୁଁ ସବୁବେଳେ ଚାହେଁ ମୋ' ପରିବାରର ଖୁସି । ମୋର ପରିବାର କହିଲେ ବାପା ,ମା ଆଉ ଦୁଇ ଭଉଣୀ,ଭାଈଟିଏ । ସମସ୍ତେ ସମସ୍ତଙ୍କ କାମରେ ବ୍ଯସ୍ତ ; ସ୍କୁଲ୍‌,କଲେଜ୍‌ ଇତ୍ଯାଦିରେ ନିତିଦିନ ବ୍ଯସ୍ତ ରହନ୍ତି । ରବିବାର ଗୋଟିଏ ଦିନ ସମସ୍ତେ ଏକାଠି ହେଉ । ଆମେମାନେ ଏତେ ବଡ଼ ହେଲଣୁ , ହେଲେ ପ୍ରତିଦିନ  ମାଡ୍‌ପିଟ୍‌,ଝଗଡା  ଆମ ଘରେ । ସେ ଝଗଡା , ଝଗଡା ନୁହେଁ ; ସ୍ନେହ ଶ୍ରଦ୍ଧାର ନିଦର୍ଶନ ।

      ମତେ ବହୁତ ଖୁସି ଲାଗେ ସମସ୍ତେ ମିଳି ମିଶି ରହିବା ; ଆମ ଭିତରେ ଆମ ସୁଃଖ , ଦୁଃଖ ବାଣ୍ଟିବା । ମୋ' ମା' ମୋ' ପାଇଁ କୌଣସି ଦେବାଦେବୀଙ୍କଠୁ ବି କମ୍‌ ନୁହଁ । ସେ ମତେ ବହୁତ ବିଶ୍ବାସ ଓ ଭରସା କରନ୍ତି । ମୋର ଛୋଟ ବେଳଠୁ ଆଜି ପର୍ଯ୍ୟନ୍ତ ଯାହା ବି ଖର୍ଚ୍ଚ ପାଇଁ ଦରକାର ହୁଏ ,କେବେ ବାପାଙ୍କୁ ମାଗେନି ; ସବୁବେଳେ ମା'ଙ୍କ  ପାଖରେ ମୋର ଅଳି ଅର୍ଦ୍ଦଳି । ସେ ବି ସେ ସବୁକୁ ପୂରା କରିଛନ୍ତି । ଏମିତିକି ଆଜି ପର୍ଯ୍ଯନ୍ତ ମଧ୍ୟ ମୋ' ମା' ମୋ' ପାଇଁ ଏ. ଟି. ଏମ୍‌ କାର୍ଡ୍‌ କହିଲେ କିଛି  ଭୂଲ୍‌ ହେବ ନାହିଁ । ଯେମିତି ଏ. ଟି .ଏମ୍‌ କାର୍ଡ୍‌କୁ ଆମେ ଏ.ଟି.ଏମ୍‌ ମେସିନ୍‌ରେ ଭିତରେ
ପୂରାଇ ପଇସା କାଢ଼ି ଆଣୁଛୁ ; ମୋ' ମା' ମୋ' ପାଇଁ ସେମିତି ଯେତେବଳେ ଯାହା ଦରକାର ଯୋଗାଇ ଦିଅନ୍ତି  । ମୁଁ ବି ଚାହେଁ - ସମସ୍ତଙ୍କ ବାପାଙ୍କ ପରି ମୋ' ବାପା ହେଲେ ହୋଇଥା'ନ୍ତେ । ବାପା ମାନେ ଅଛନ୍ତି ଝିଅ-ପୁଅ ମାନଙ୍କ ସହ କେମିତି ମିଳିମିଶି ଚଳନ୍ତି । ହେଲେ ମୋ' ବାପା ଆମକୁ ପଦେ ବି କିଛି କହନ୍ତି ନାହିଁ । ଯେତେବଳେ ସେ ଟିକେ ମଦ୍ୟପାନ କରି ଦିଅନ୍ତି ; ସେତେବଳେ ତାଙ୍କର ସେ ରୂପ କେଉଁଠି ହଜିଯାଏ । ଆଉ ଏକ ନୂଆ ରୂପ ତାଙ୍କ  ଭିତରେ ଦେଖିବାକୁ ମିଳେ । କେବେ ଖାଇବା ପିଇବାରେ ଉଣା ନାହିଁ ; ହେଲେ ସବୁ ବାପାଙ୍କ ପରି ସେ ନୁହଁନ୍ତି । ସେ ସବୁବେଳେ ତାଙ୍କ କାମରେ - ଆମେ ଆମ କାମରେ ।

    ତାଙ୍କ ମଦ ପିଇବାକୁ ନେଇ ଆମେ ଯେତିକି ଚିଡ଼ୁ ପୁଣି ତା'ର ଦଶଗୁଣା ଖୁସି ଲାଗେ ସେତେବଳେ ; ସେ ଅନ୍ୟ ବାପା ମାନଙ୍କ ପରି ପାଖରେ ବସିବା , କଥା ହେବା ଇତ୍ଯାଦି ଅନେକ କଥା । ସେଥିପାଇଁ ଆମେ ଭାଈ-ଭଉଣୀ ମାନେ ସବୁବେଳେ ମା' ଉପରେ ହିଁ ହୁକୁମ୍‌ କରୁ । ମା' ବି ସେମିତି ଆମକୁ ଆଜି ପର୍ଯ୍ଯନ୍ତ ଚଳେଇ ଆସିଛି ।  ଏଇ ହେଉଛି ମୋ' ସୁଖୀ ପରିବାର । ସ୍ନେହ - ଶ୍ରଦ୍ଧା - ଭଲପାଇବାର ଦେବାଳୟ ।

ସରତୋଳା - ବାମରା - ଗରଦପୁର -
ପାଟକୁରା - କେନ୍ଦ୍ରାପଡ଼ା 
୬୩୭୧୭୧୪୫୫୩
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।