10/03/2019

ମିଠା ସମ୍ପର୍କ

ମାଷ୍ଟର ଜୟଦେବ 

ଏମିତି ସମ୍ପର୍କ ଗଢ ନାହିଁ .....!
        ଯାହା ଦିନେ ମାଟି ହାଣ୍ଡି ପରି ଭାଙ୍ଗି ଯିବ ।
ଏମିତି ବନ୍ଧୁତା ନ ହେଉ...
         ଯାହା ଦିନେ ବିଷ ବୃକ୍ଷ ହୋଇ ମୃତ୍ୟୁ ଦେବ ।
ଏମିତି ସାହାଯ୍ୟ କରନାହିଁ....
        ଯାହା ତୁମକୁ ଦୁଃଖର ଦରିଆରେ ବୁଡାଇ ଦେବ ।
ଏମିତି ଋଣ କରନାହିଁ....
          ଯାହା ତୁମକୁ ବଂଚି ଥାଉଁ ଥାଉଁ ମାରିଦେବ।
ଏମିତି ପ୍ରେମ କରନାହିଁ...
           ଯାହା ତୁମକୁ ନିତି ଜଳାଇ ମାରୁଥିବ ।
ଏମିତି ବିଦ୍ୟା ହାସଲ ନ କର...
           ଯାହା ତୁମକୁ ନର୍କଗାମୀ କରିଦେବ ।
ଏମିତି ଅଖାଦ୍ୟ ନ ଖାଅ...
           ଯାହା ମୃତ୍ୟୁ ପରେ ବି ମାରୁଥିବ ।
ଏମିତି କର୍ମ ନ କର...
    ଯାହା ତୁମ ସାତ ପୁରୁଷ ଯାଏଁ ଗୋଡେଇ ଯାଉଥିବ ।

🙏ବିଷ୍ଣୁପୁର🙏
ମୋ- ୯୩୪୮୯୫୯୦୦୮
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।