10/03/2019

ଦେବା ତାଙ୍କୁ ଉଚ୍ଚାସନ

ପ୍ରିୟଦର୍ଶିନୀ ମହାନ୍ତି (ଶିକ୍ଷୟିତ୍ରୀ)
ଶୁଣ ଆରେ ଧନ  ଦେଇ ମନ କର୍ଣ୍ଣ
       ମାତା ପିତା ଭଗବାନ,
ତାଙ୍କ ଗୁଣ ଗାନ କରିବା ଭଜନ
      ଦେବା ତାଙ୍କୁ ଉଚ୍ଚାସନ।

ପ୍ରେରଣା ଯୋଗନ୍ତି  ସୁଶିକ୍ଷା ଦିଅନ୍ତି
      ସ୍ବପ୍ନ ଦେଖିଥାନ୍ତି କେତେ,
ଅଳି ଅଝଟକୁ    ପୁରଣ କରନ୍ତି
    କଷ୍ଟ ହେଉପଛେ ଯେତେ।

ଖୋଜି ଭଗବାନ   ମନ୍ଦିର ସ୍ମଶାନ
     ବୁଲୁଥାଉ ଦ୍ୱାର ଦ୍ୱାର
ଅଛନ୍ତି ତୋ ଘରେ   ମାନବ ରୂପରେ
  ସେହି ପରା ତୋ ଠାକୁର।   

ବୁଝି ପାରୁନାହୁଁ   ତାଙ୍କର ଯେ ତ୍ୟାଗ
     ତୁ ଅଟୁ ଏକ ନିର୍ବୋଧ,
ଜୀବନ ଯୁଦ୍ଧରେ  ଶିଖାଇ ଥାଆନ୍ତି
     ନୈତିକତା ମୂଲ୍ୟବୋଧ।

ତ୍ୟାଗପୁତ ତାଙ୍କ    ଜୀବନର ଅଙ୍କ
    ସନ୍ତାନକୁ ଦେଇ ସୁଖ,
ତଥାପି ମୁଖରେ    ହସ ଥାଏ ସଦା
     ନ ଥାଏ ବିଷର୍ଣ୍ଣ ଦାଗ।

କରିବାନି ତାଙ୍କ   ଆଜ୍ଞାକୁ ଅବଜ୍ଞା
    ମାନିବା ତାଙ୍କରି ବୋଲ
ଦୁନିଆରେ ଦିନେ  ନାମ ରଖିକରି
     ମଣିଷଟି ହେବା ଭଲ।

          ଭୁବନେଶ୍ୱର 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।