ଅଂଶୁମାନ ସ୍ବାଇଁ

ଭାବ ଥିଲେ ମନେ ହସେ ଆମ ମନ
ହସେ ଆମ ପରିବେଶ
ଅଭାବରେ ଥିଲେ ପୂରା ପୂରା ଲାଗେ
ଘଟେ ସବୁରି ବିନାଶ ।
ଦୁଇ ହସ୍ତ ବନ୍ଧୁ ସଦା ସ୍ୱଚ୍ଛ ଥିଲେ
ଶତୃ ବି ଲାଗେ ନିଜର
କଳଙ୍କର ଛାୟା କେବେ ନ ଲାଗାଇ
ହସେ ଆମ ପରିବାର ।
ସତ୍ୟ ପଥେ ଥିଲେ ଆନନ୍ଦ ମିଳଇ
ଜଣା ପଡେନାହିଁ କଷ୍ଟ
ସବୁରି କ୍ଷେତ୍ରରେ ସଫଳ ମିଳଇ
ନିଜକୁ ଲାଗଈ ଶ୍ରେଷ୍ଠ ।
ଦୁଃଖୀଙ୍କ ଦୁଃଖରେ ସାହା ହେଉଥିଲେ
ମିଳଇ ସକଳ ସୁଖ
ସବୁଦିନ ପାଇଁ ହସୁ ଥାଏ ମନ
କେବେ ଆସେ ନାହିଁ ଦୁଃଖ ।
ସରମଙ୍ଗା-ସଡ଼ଙ୍ଗ-କେନ୍ଦୁଝର
ଦୂରଭାଷ -୯୭୮୯୮୧୪୬୭୪
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।