ଗଗନ ବିହାରୀ ନାୟକ
ଏ ତିନୋଟି କଥା ବଡ ଭାରୀ
ବଞ୍ଚବା ପାଇଁକି ଦରକାରୀ ।।
ଜାଣିବା ପାଇଁକି ଯୁକ୍ତିକର,
ସତ ଜାଣିବାକୁ ଯିଏ ଯୁକ୍ତିକରେ,
ସବୁଠୁ ଜ୍ଞାନୀ ସେ ଏମହୀରେ ।।
ସତ ମିଛ ଖିଅ ଖୋଜକର,
ଯୁକ୍ତିବାଦୀ ଯୁଗ ଥିଲା ଦିନେ,
ଯୁକ୍ତିବାଢି ସତ କଥା ମାନେ,
ଅଯୌକ୍ତିକ କଥା ସତ ନୁହେଁ,
ମିଛ କହି ଠକି ଥାଏ ସିଏ ,
ଏଥିରୁ ଦୁରେଇ ରହିଥିବ
ନହେଲେ ତ ଶଠ ପ୍ରବଞ୍ଜକ ହେଇଯିବ ।।
ସତ କଥା ସଦା ମାନିବାକୁ,
କହିଛନ୍ତି ଆମ ପୂର୍ବ ସୂରୀ,
କାଟିବା ଜୀବନ ସୁଖରେ ଆମର
ତାଙ୍କ କଥା ଯେତେ ଅବିସ୍ମରି ।।
ସତକଥା ଯେତେ ମାନିନେଲେ,
ଜୀବନ ସଫଳ ହୁଏ ଭଲେ ।।
ଭୁବନେଶ୍ବର
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।