ରଶ୍ମି ରଞ୍ଜନ ବେହେରା

ମଶାଣିର ଅନ୍ଧକାରରେ
ଦିକ୍ ଦିକ୍ ଜଳୁଥିବା
ଶବଟିର ଜୁଇ
ବୁକୁ ଫଟେଇ କହେ....
ହଁ....
ତୁମେ ହିଁ.....
ମୋ ମୃତ୍ୟୁର କାରଣ
ମରିବା ପୂର୍ବରୁ
ହଜାର ହଜାର ବାର
ମରଣକୁ ସାମ୍ନା କରି
ଥକି ପଡ଼ିଥିବା
ଏ ଶବର ଚିତ୍କାର
ନା ଶୁଣିଛ ତୁମେ
ନା ଏ ନ୍ୟାୟାଳୟ
ନା ଏ ଭଦ୍ର ମୂଖା ପିନ୍ଧା
ସଭ୍ୟ ରୂପି ଅସଭ୍ୟ ସମାଜ
ତୁମେ ଯଦି.....
ସେ ଦିନ ମୋର
ସିନ୍ଥିରେ ସିନ୍ଦୁର ଟୋପେ
ଭରିଦେଇ......
ମଥାରେ ଓଢ଼ଣୀଟେ ଦେଇ
ଘର କୋଣେ ବୋହୂ କରି

ରଖି ଦେଇ ଥାଆନ୍ତ ନା....
ତେବେ କ'ଣ....
ଅଦିନରେ....
ଅସମୟରେ...
ଏ ଝଡ଼ିବର୍ଷାରେ....
ଦିକ୍ଦିକ୍ ହୋଇ ଜଳନ୍ତା
ମୋ ଜୁଇ..........
©®ସରସତିଆ, ବାଲେଶ୍ବର
୯୪୩୯୪୪୩୩୯୪
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।