ଆହେ ଗଜାନନ ଗଉରୀ ନନ୍ଦନ
ପିତା ଯେ ଶିବଶଙ୍କର,
ତାଙ୍କରି ଆଶିଷେ ଅଗ୍ର ପୂଜ୍ୟ ତୁମେ
ପୁଜନ୍ତି ସାରା ସଂସାର...
ବିଦ୍ୟାର ଭଣ୍ଡାର ଜ୍ଞାନର ସାଗର
ସିଦ୍ଧି ତୁମେ ମହା ମେରୁ,
ତୁମକୁ ପୂଜିଲେ ସର୍ବ ପ୍ରାପ୍ତ ହୁଏ
ରକ୍ଷାକର ବିପଦରୁ...
ହେ ପାର୍ବତୀ ପୁତ୍ର ଥିଲ ଆଜ୍ଞାଧୀନ
ମାତାଙ୍କ ବଚନ ପାଳି,
ହୋଇଥିଲ ତୁମେ ଦ୍ଵାର ପାଳ ସତେ
ଜୀବନକୁ ଦେଇ ବଳି...
ପିତା ମହେଶ୍ଵର ପ୍ରବେଶ ନିମନ୍ତେ
ଯାଆନ୍ତି ଗମ୍ଭୀରେ ଯେବେ,
ପଥ ଓଗାଳିଲ ପ୍ରବେଶ ନାହିଁ ହେ
ଆଜ୍ଞା ନ ମିଳିବ ଯେବେ...
ପିତା ମହେଶ୍ଵର ଚିହ୍ନି ନ ପାରିଲେ
କୋପେ ଜଜରିତ ହୋଇ,
ହସ୍ତର ତ୍ରିଶୁଳେ ପୁତ୍ରର ଶୀରକୁ
ଛେଦିଲେ କ୍ରୋଧରେ ରହି...
ମାତା ଯେ ପାର୍ବତୀ ଦେଖନ୍ତି ନୟନେ
ପୁତ୍ରର ଏ ଭଳି ଦ୍ରୁଶ୍ୟ,
ଝରି ଯାଏ ଅଶ୍ରୁ ପୁଚ୍ଛନ୍ତି ପତିଙ୍କୁ
କିପାଇଁ ମାରିଲ କୁହ...
ଅଟେ ମୋର ପୁତ୍ର ଜଗାଇଥିଲି ଯେ
ଏହି ଦ୍ଵାର ଦେଶେ ମୁହିଁ,
ଫେରାଇ ଦିଅ ହେ ପ୍ରାଣନାଥ ମୋର
ଜୀବନ୍ୟାସ ତୁମେ ଦେଇ...
ଜାଣି ପାରି ପିତା ଚିନ୍ତାରେ ପଡ଼ିଲେ
କିପରି ଦେବି ମୁଁ ଜୀବ,
ଦେଖି ଗଜାନନ ତାଙ୍କରି ଶୀରକୁ
ଲଗାଇଲେ ମହାଦେବ...
ପାଇଲେ ପୁନଃଶ୍ଚ ଜନମ ବ୍ରହ୍ମାଣ୍ଡେ
ଗଜାନନ ରୂପେ ସତେ,
ମାତା ଯେ ହୋଇଲେ ଖୁସି ପିତା ଦେଲେ
ଆଶୀର୍ବାଦ ଢ଼ାଳି କେତେ...
ଅଗ୍ର ପୂଜା ତୁମେ ପାଇବ ବ୍ରହ୍ମାଣ୍ଡେ
ସର୍ବେ ଥିବ ତୁମ ନାମ,
ତୁମରି ନାମକୁ ସୁମରି କରିଲେ
କାର୍ଯ୍ୟ ହୁଅଇ କଲ୍ୟାଣ...
ଆହେ ଶ୍ରୀଗଣେଶ ପୂଜି ଯେ ପାରୁନି
ଭକ୍ତି ସହକାରେ ମୁହିଁ,
ସେଥିପାଇଁ ବୋଧେ ଆଶୀର୍ବାଦ ଦିଅ
ଭୁଲି ପାରିବିନି ଏଇ..
କରମକୂଳୂ- କେନ୍ଦ୍ରାପଡା
ଜୟ ସାହିତ୍ୟ, ଜୟ ସମାଜ

No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।