10/03/2019

ଆତ୍ମସୁଖ !!

ଗୋଲକ ବିହାରୀ ନାୟକ



ସ୍ରଷ୍ଟାଙ୍କ ସୃଷ୍ଟିରେ ଶ୍ରେଷ୍ଠ ଜୀବ ନରେ                                     ଵୁଦ୍ଧିଜ୍ଞାନ ଅର୍ପିଛନ୍ତି,
ସମଦୃଷ୍ଟି ଦେଇ  ଅନ୍ୟ ନାରୀ ଠାରେ
        ମାତୃତ୍ଵଭାବ ରଖନ୍ତି ।୧।

ନାରୀଏକାଧାରେ କନ୍ୟା-ଜାୟା-ମାଆ
         ସୃଷ୍ଟିର ସେ ମୂଳାଧାର,
ତା' ସମ୍ମାନ ବିନା ଶିକ୍ଷାର ପ୍ରଗତି
     ହୁଏ ନାହିଁ ସମାଜର ।୨।

ଯୌବନରେ ମତ୍ତ ମଦ୍ୟପ ଯୁବକ
    ହରାଏ ବୁଦ୍ଧି ବିବେକ,
କଂଚା ମାଂସ ପ୍ରତି କାମ ଦୃଷ୍ଟି ଦେଇ
    ପାଇଥାନ୍ତି "ଆତ୍ମସୁଖ" !।୩।


ପଞ୍ଚଭୂତେ ପ୍ରାଣ ମିଶିଯାଏ ଯେଵେ
      ପୂତିମୟ ତା' ଶରୀର,
ସେହି ପଚାମାଂସ ଦେଖିଣ ଶୃଗାଳ
     ଲାଳଵୁହେ ଵାରମ୍ଵାର ।୪।

ଅର୍ନ୍ତଦୃଷ୍ଟି ଦେଇ କୁହନ୍ତୁ ଆପଣ
   ଶ୍ଵାନ କାମୁକେ କି ଫରକ,
ଦିବ୍ୟଦୃଷ୍ଟି ଥାଇ ଲୋଲୁପ ନିକ୍ଷେପି
   ରହିବନି କିଛି ପ୍ରାର୍ଥକ୍ଯ ।୫।
-------------/------------
ପଟ୍ଟାମୁଣ୍ଡାଇ 
ଜୟ ସାହିତ୍ୟ, ଜୟ ସମାଜ

No comments:

Post a Comment

ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।