ଉଷାରାଣୀ ପଣ୍ଡା

ତୋ' କଳା ବଦନ ଦେଖିବାକୁ ମନ
ହୁଏ ସଦା ଛଟପଟ
ଯିବାପାଇଁ ପୁରୀ ଲାଗିଲାନି ଡୋରି
ମୋ ପାଇଁ କଲୁ କପଟ ।
ଏଡେ ନିରିଦୟ ହେଲୁ ଦୟାମୟ
ରୁଦ୍ଧ କଲୁ ଯିବା ବାଟ
କରିଲେ କରୁଣା ତୁ କାଳିଆସୁନା
ତୁଟନ୍ତା ସବୁ ଆକଟ ।
ପାପୀଟିଏ ବୋଲି ଦେଲୁ ମୋତେ ଠେଲି
ଜାଣି କଲୁ ଏତେ ନାଟ
ତରିବି କେମିତି ଲାଗିଲାଣି ଭୀତି
ସରିବକି ଜୀବ ହାଟ ।
ନାହିଁ କେହି ସାହା କରିବାକୁ ଆହା
ମୋହେ ପରିପୂର୍ଣ୍ଣ ଘଟ
କଳୁଷ ଶରୀର କରିବୁ ନିସ୍ତାର
ଦେଖାଇବୁ ମୁକ୍ତିବାଟ ।
ସୋମପେଣ୍ଠ - ଆନ୍ଧ୍ରପ୍ରଦେଶ
ଜୟ ସାହିତ୍ୟ, ଜୟ ସମାଜ
No comments:
Post a Comment
ହୃଦୟରୁ ଧନ୍ୟବାଦ ଏବଂ ଶୁଭ କାମନା।